କୃଷି ଋଣରେ ମହା ଘୋଟାଲା ! କଣ ଭୂତ ଚାଷୀଙ୍କୁ ଦିଆଯାଇଛି ଋଣ?

ନୟାଗଡ: କୃଷି ଋଣରେ ମହା ଘୋଟାଲା ! ଆଖୁ ଚାଷ ପାଇଁ ଋଣ ନେଉଛନ୍ତି ଚାଷୀ । ହେଲେ ଖାଲି ପଡିଛି ଜମି । ସମବାୟ ବ୍ୟାଙ୍କରୁ ୫୦୦ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ଋଣ ଦିଆଯାଇଛି । ମାତ୍ର ୧%ରୁ ବି କମ୍ ଜମିରେ ହୋଇଛି ଆଖୁ ଚାଷ । କଣ ଭୂତ ଚାଷୀଙ୍କୁ ଦିଆଯାଇଛି କୃଷି ଋଣ?
ହଁ ଆମେ କହୁଛୁ ନୟାଗଡ ଜ଼ିଲ୍ଲା କଥା । ଯେଉଁ ଜିଲ୍ଲାର ମାଟି ଆଖୁ ଚାଷ ପାଇଁ ଉକୃଷ୍ଟ ମାଟି । ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଆଖୁ ଚାଷ ହେଉଥିବାରୁ ଚିନିକଳ ନିର୍ମାଣ କରାଗଲା । ୨୦୨୪ଓ ୨୫ ଆର୍ଥିକ ବର୍ଷରେ ଜିଲ୍ଲା ସମବାୟ ବ୍ୟାଙ୍କରୁ ୫୦୦କୋଟିରୁ ଟଙ୍କା ଊର୍ଦ୍ଧ୍ଵ ଟଙ୍କାର ଆଖୁ ଚାଷ ପାଇଁ ଋଣ ଦିଆଯାଇଥିଲା । ହେଲେ କୁଆଡେ ଏହି ଆର୍ଥିକ ବର୍ଷରେ ଜିଲ୍ଲାରେ ଯେତିକି ଚାଷ ଜମି ରହିଛି ମାତ୍ର ୧ ଭାଗରୁ କମ୍ ଜମିରେ ଆଖୁ ଚାଷ କରାଯାଇଛି, ଏ କଥା ଆମେ ନୁହେଁ କହିଛି କୃଷି ବିଭାଗ ।
ଏପଟେ ତେବେ ଯାହା ସୂଚନା ମିଳିଛି କି, ନୟାଗଡ ଜିଲ୍ଲାରେ ଚିନିକଳ ବନ୍ଦ ହେବାରୁ ଆଖୁଚାଷ ବି ବନ୍ଦ ହୋଇଛି । ଜିଲ୍ଲା ସମବାୟ ବ୍ୟାଙ୍କ ଆଖୁ ଚାଷ ପାଇଁ ୫୦୦କୋଟି ରୁ ଅଧିକ ଟଙ୍କା ଋଣ ପ୍ରଦାନ କରିଛି । ୧ ଏପ୍ରିଲ ୨୦୨୪ ରୁ ୩୧ ମାର୍ଚ୍ଚ ୨୦୧୫ ଏକ ଆର୍ଥିକ ବର୍ଷ । ୧ ବର୍ଷ ରେ ଖରିଫ ଋତୁ ଓ ରବି ଋତୁରେ ଚାଷୀ କୁ ଚାଷ ନିମନ୍ତେ ଋଣ ପ୍ରଦାନ କରାଯାଏ । ଖରିପ ଋତୁରେ ନୟାଗଡ ଜିଲ୍ଲାରେ ୧୪୮ ସମବାୟ ସୋସାଇଟିର ଚାଷୀଙ୍କୁ ଆଖୁ ଚାଷ ନିମନ୍ତେ ଋଣ ଦିଆଯାଇଥିଲା । ୬୩୬୩୮ ଜଣ ଚାଷୀଙ୍କୁ ଋଣ ପ୍ରଦାନ କରାଯାଇଛି । ଜିଲ୍ଲା ସମବାୟ ବ୍ୟାଙ୍କ ୨୯୪ କୋଟି ୨୯ ଲକ୍ଷ ୮୭ ହଜାର ଟଙ୍କା ଋଣ ପ୍ରଦାନ କରିଛି । ସେହିଭଳି ରବି ଋତୁରେ ୧୪୮ଟି ସୋସାଇଟିରେ ୪୯୧୫୩ ହିତାଧିକାରୀ ଙ୍କୁ ୨୩୦ କୋଟି ୨୮ ଲକ୍ଷ ୪୮ ହଜାର ଟଙ୍କା ଋଣ ଦିଆଯଇଛି । ଯାହା ଆରଟିଆଇ ତଥ୍ୟରୁ ସୂଚନା ମିଳିଛି।
ଜିଲ୍ଲାରେ ଆଖୁ ଚାଷ ଲୋପ ପାଇବାକୁ ବସିଲାଣି । ଯେତିକି ଜମିରେ ଆଖୁ ଚାଷ କରାଯାଉଛି, ତାହା ଚାଷୀ ଗୁଡ଼, ଆଖୁ ପଣା ବ୍ୟବସାୟ ନିମନ୍ତେ କରୁଛି । ଜିଲ୍ଲାରେ ୧ଲକ୍ଷ ୧୧ହଜାର ୯୫୮ ହେକ୍ଟର ଚାଷ ଜମି ରହିଛି । ୮୨ ହଜାର ହେକ୍ଟର ଜମିରେ ଚାଷ କରାଯାଇଥିଲା । ସେଥିରୁ ୬୮୪ ହେକ୍ଟର ଜମିରେ ଆଖୁ ଚାଷ କରାଯଇଥିଲା । ନୟାଗଡ ଜିଲ୍ଲାରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ନାବାର୍ଡ ମାଧ୍ୟମରେ କେନ୍ଦ୍ର ସମବାୟ ବ୍ୟାଙ୍କରୁ ଚାଷୀଙ୍କୁ ଋଣ ଯୋଗାଇ ଦେଇଛନ୍ତି । ତେବେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଜଣାପଡିଛି କି, କଣ ବ୍ୟାଙ୍କ ଭୁତ ଚାଷୀଙ୍କୁ ଋଣ ପ୍ରଦାନ କରିଛନ୍ତି ? ଏପଟେ ଗ୍ରାମାଞ୍ଚଳରେ ଥିବା ସମବାୟ ସୋସାଇଟିର ସେକ୍ରେଟାରୀ ମାନେ ଲୋନ୍ ଦେଇଥିବା ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି।
ପ୍ରତିଦିନ ଚାଷୀ ଜୀବନ ହାରିବା ଖବର ଗଣମାଧ୍ୟମରେ ଆସୁଛି । ଋଣ ବୋଝ ସହି ନପାରି ଚାଷୀମାନେ ଜୀବନ ହାରିବାକୁ ବାଧ୍ୟ ହୋଇଥାନ୍ତି । ହେଲେ ଏପଟେ କିଛି ଲୋକଙ୍କ ପାଇଁ ସମବାୟ ସମିତି ଅଏସ ଆରାମର ମାଧ୍ୟମ ପାଲଟି ଯାଇଛି । ଚାଷୀଙ୍କ ଦୁଃଖ ବୁଝିବାକୁ ଏମାନଙ୍କୁ ସରକାର ଯୋଜନା ସହ ଯୋଡ଼ିଛନ୍ତି । ହେଲେ ଏମାନେ ଦେବା ଜାଗାରେ ନିଜେ ଖାଇବାର ଯୋଜନା କରିଛନ୍ତି । ଯାହାର ଉଚିତ୍ ତଦନ୍ତ ଓ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ନିହାତି ଜରୁରୀ ।
ଆହୁରି ପଢନ୍ତୁ: ଜାଲ୍ ସାର୍ଟିଫିକେଟ୍ ଦେଖାଇ ଚାକିରି କଲେ, ଏବେ ଆସିଛି ସାଂଘାତିକ ଅଭିଯୋଗ