ଜାପାନ ବୈଜ୍ଞାନିକଙ୍କ ନୂଆ ପରୀକ୍ଷଣ, ପଶୁଙ୍କ ଗର୍ଭରେ ହେବ ମନୁଷ୍ୟ କୋଷିକାର ବିକାଶ!

ଏବେ ପଶୁଙ୍କ ଠାରୁ ଜନ୍ମ ନେବେ ମଣିଷ। ଏଭଳି ଅସାଧାରଣ କାମ କରିବାକୁ ଅନୁମତି ଦେଇଛନ୍ତି ସରକାର। ଜାପାନର ଜଣେ ବୈଜ୍ଞାନିକଙ୍କୁ ସେଠାକାର ସରକାର ଏହି ଗବେଷଣା ପାଇଁ ସାହାଯ୍ୟ କରିଛନ୍ତି। ଏହା ଦ୍ୱାରା ପଶୁମାନଙ୍କ ଶରୀରରେ ମନୁଷ୍ୟ କୋଷିକାର ବିକାଶ ହୋଇପାରିବ। ଅର୍ଥାତ୍‌, ପଶୁମାନେ ଏକପ୍ରକାର ପ୍ରତିନିଧି ବା ସରୋଗେଟ ଦାୟିତ୍ୱ ନିର୍ବାହ କରିବେ। ଯଦ୍ୱାରା ସେମାନଙ୍କ ଠାରୁ ଅଧା ପଶୁ ଓ ଅଧା ମନୁଷ୍ୟର ଅଙ୍ଗ ଥିବା ଜୀବର ସୃଷ୍ଟିହେବ।

japan3

ଏଥିପାଇଁ ଷ୍ଟିମ ସେଲ ବୈଜ୍ଞାନିକଙ୍କୁ ଅନୁମତି ମିଳିଛି। ବିଜ୍ଞାନ ଦୁନିଆରେ ମନୁଷ୍ୟ ଗୋଟେ ପରେ ଗୋଟିଏ ଅସମ୍ଭବକୁ ସମ୍ଭବ କରି ଚାଲିଛି । କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଭଳି ଅସମ୍ଭବ କାମ ମଧ୍ୟ ଏବେ ଖୁବ ସହଜ ହୋଇଛି। ଏହି ରେସରେ ଆଗକୁ ଯିବାପାଇଁ ଏବେ ଜାପାନ ବୈଜ୍ଞାନିକମାନେ ଭାବିଛନ୍ତି। ଜାପାନର ହିରୋମିତ୍ସୁ ନକାଂଚି ନାମକ ବୈଜ୍ଞାନିକଙ୍କୁ ଏହି ପରୀକ୍ଷା କରିବା ପାଇଁ ସରକାରଙ୍କ ଠାରୁ ଅନୁମତି ମିଳିସାରିଛି। ସେ ୟୁନିଭର୍ସିଟି ଅଫ୍‌ ଟୋକିଓରେ ଷ୍ଟିମ ସେଲର ପ୍ରଫେସର ଭାବେ କାମ କରୁଛନ୍ତି।

ପ୍ରଫେସର ହିରୋମିତ୍ସୁ ନିଜ ଟିମ ସହ ମିଶି ଏହା ଉପରେ କାମ ଆରମ୍ଭ କରିସାରିଛନ୍ତି। ପ୍ରଥମେ ମୂଷା ମାନଙ୍କ ଉପରେ ଏହି ପରୀକ୍ଷା କରାଯିବ। ସେମାନଙ୍କ ମଧ୍ୟରେ ମାନବ କୋଷିକା ବିକାଶ କରାଯିବ । ପରେ ତାହାକୁ ସରୋଗେଟ ପଶୁଙ୍କ ଗର୍ଭରେ ପ୍ରତ୍ୟାରୋପଣ କରାଯିବ।

japan

ଏହାର ପ୍ରକୃତ ଲକ୍ଷ୍ୟ ହେଉଛି, ଏମିତି ଏକ ପ୍ରାଣୀର ଜନ୍ମ କରିବା ଯାହା ଶରୀରର ଅଙ୍ଗ ମନୁଷ୍ୟ କୋଷିକାରୁ ସୃଷ୍ଟି ହେବ। ଯଦ୍ୱାରା ଆବଶ୍ୟକ ସମୟରେ ମନୁଷ୍ୟ ମାନଙ୍କଠାରେ ଏହି ଅଙ୍ଗର ପ୍ରତ୍ୟାରୋପଣ କରାଯାଇପାରିବ।

ଏହା ପୂର୍ବରୁ ଆମେରିକାରେ ମଧ୍ୟ ୨୦୧୫ ମସିହାରେ ଏମିତି କିଛି ପ୍ରୋଜେକ୍ଟ ସାମ୍ନାକୁ ଆସିଥିଲା। ମାତ୍ର ପରେ ନାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥ ଏହାକୁ ଭୁଲ କହି ପ୍ରତିବନ୍ଧକ ଲଗାଇଥିଲା।

Leave A Reply

Your email address will not be published.