ହାତୀ ଆକ୍ରମଣରେ ମଣିଷ ମୃତ୍ୟୁ, ଭାରତରେ ଓଡିଶା ଏକ ନମ୍ବର

ଭାରତରେ କିଛି ବର୍ଷ ହେଲା ହାତୀ ଓ ମଣିଷଙ୍କ ଭିତରେ ବିଭିନ୍ନ ସଂଘର୍ଷ ଘଟିଥିବା ଘଟଣା ସାମ୍ନାକୁ ଆସିଛି । କେବଳ ସଂଘର୍ଷ ନୁହେଁ ହାତୀ ଆକ୍ରମଣରେ ବହୁତ ଲୋକଙ୍କ ଜୀବନ ଚାଲି ଯାଇଛି । ବଣ ଓ ଜଙ୍ଗଲରେ ଏଭଳି ଘଟଣା ବହୁଳ ମାତ୍ରାରେ ଘଟିଛି ।  ବର୍ତମାନ ଏହି ସମସ୍ୟା ସରକାରଙ୍କ ପାଇଁ ଏକ ବଡ ସଙ୍କଟ ସଷ୍ଟି କରିଛି । ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଭାରତରେ ଗତ ୫ ବର୍ଷ ଭିତରେ ୨୮୦୦ ଲୋକଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ହାତୀ ମାନଙ୍କ ଦ୍ବାରା ମଣିଷଙ୍କ ଉପରେ ହୋଇଥିବା ଆକ୍ରମଣରେ ପ୍ରଥମ ସ୍ଥାନରେ ରହିଛି ଓଡିଶା । ଯେଉଁଠାରେ ୨୦୨୯ ରୁ ୨୦୨୪ ମଧ୍ୟରେ ୬୨୪ ଲୋକଙ୍କ ହାତୀଙ୍କ ପାଇଁ ଜୀବନ ଚାଲି ଯାଇଛି । ଏହାପରେ ଦ୍ବିତୀୟ ସ୍ଥାନରେ ରହିଛି ଝାଡଖଣ୍ଡ । ଯେଉଁଠାରେ ୪୭୪ ଲୋକଙ୍କ ମୃତ୍ୟୁ ହୋଇଛି । ଏହାପରେ ତୁତୀୟ ନମ୍ବରରେ ରହିଛି ପଶ୍ଚିମ ବଙ୍ଗ ।

ଏଠାରେ ୫ ବର୍ଷ ଭିତରେ ୪୩୬ ଲୋକଙ୍କ ଜୀବନ ଯାଇଛି । ଏପର୍ଯ୍ୟନ୍ତ ଆସାମରେ ହାତୀ ଆକ୍ରମଣରେ ୩୮୩ ଜଣଙ୍କର ମୃତ୍ୟୁ ଘଟିସାରିଛି । ଛତିଶଗଡ଼ରେ ମଧ୍ୟ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବାର ମାମଲା ରେକର୍ଡ କରାଯାଇଛି। ପାଞ୍ଚ ବର୍ଷ ମଧ୍ୟରେ ଏଠାରେ ୩୦୩ ଜଣଙ୍କର ମୃତ୍ୟୁ ହୋଇଛି । ଏହା ପରେ ତାମିଲନାଡୁର ରହିଛି । ଯେଉଁଠାରେ ହାତୀ ଆକ୍ରମଣରେ ୨୫୬ ଜଣଙ୍କର ମୃତ୍ୟୁ ହୋଇଛି ।

କର୍ଣ୍ଣାଟକ, କେରଳ ଏବଂ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ହାତୀ ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଛନ୍ତି । କର୍ଣ୍ଣାଟକରେ ୧୬୦, କେରଳରେ ୮୪ ଏବଂ ଅନ୍ୟାନ୍ୟ ରାଜ୍ୟରେ ୯୩ ଜଣଙ୍କ ମୃତ୍ୟୁ ଘଟିଛି । ଏହିଭଳି ଭାବେ ହାତୀ ଆକ୍ରମଣରେ ବହୁତ ଲୋକ ଙ୍କ ଜୀବନ ହାନି ହୋଇଛି ।

Also read: ଥମୁନି ହାତୀ ଆତଙ୍କ, ହାତୀ ଆକ୍ରମଣରେ ବୃଦ୍ଧ ବୃଦ୍ଧାଙ୍କ ମୃତ୍ୟୁ