‘ମାନବ ମୁହଁ ’ ଭଳି ଦିଶୁଥିବା ମଲା ସାର୍କ ମିଳିଲା ସମୁଦ୍ରରୁ, ବୈଜ୍ଞାନିକଙ୍କ ମତରେ ମ୍ୟୁଟେସନ୍‌ ଯୋଗୁଁ  ହୋଇଛି ମୃତ୍ୟୁ 

ଇଣ୍ଡୋନେସିଆର ସମୁଦ୍ର କୂଳରୁ ଜଣେ ଧୀବର ଏକ ମଲା ସାର୍କ ପାଇଛନ୍ତି । ଏହି ସାର୍କର ମୁହଁ ଦେଖିବାକୁ ଠିକ୍‌ ମଣିଷ ମୁହଁ ଭଳି । ଏହି ସାର୍କ ଟି ମିଳିବା ପରେ ଏହାକୁ ନେଇ ଜୀବ ବିଜ୍ଞାନୀମାନେ ବିଭିନ୍ନ ମତ ଦେଇଛନ୍ତି । ଏହାକୁ ଜୀବର ବିବର୍ତ୍ତନବାଦ ବୋଲି କୁହାଯାଉଛି । ଯେଉଁଥି ପାଇଁ ସାର୍କ ଟି ପରିବେଶ ସହ ନିଜକୁ ଖାପ ଖୁଆଇ ନପାରି ମୃତ୍ୟୁବରଣ କରିଥିବା କୁହାଯାଉଛି ।


ଇଣ୍ଡୋନେସିଆର ସମୁଦ୍ର କୂଳରୁ ଅବ୍‌ଦୁଲ୍ଲା ନରେନ ନାମକ ଜଣେ ଧୀବର ଏକ ମଲା ସାର୍କ ପାଇବା ପରେ ଏହାକୁ ଦୈନନ୍ଦିନ କଥା ଭାବିନେଇଥିଲେ । ହେଲେ ଯେତେବେଳେ ସାର୍କର ମୁହଁ ଟି ଦେଖିଲେ ସେ ଚକିତ ହୋଇଯାଇଥିଲେ । ସାର୍କଟି ର ମୁହଁ ଠିକ୍‌ ମାନବ ମୁହଁ ଆକୃତିର ଥିଲା । ଏହାର ଆଖି ଓ ପାଟି ମଣିଷର ମୁହଁରେ ଥିବା ଭଳି ଦେଖାଯାଉଥିଲା ।

ତେବେ ଏ ସମ୍ପର୍କରେ ଜୀବ ବିଜ୍ଞାନୀମାନେ ମତ ଦିଅନ୍ତି ଯେ ସାର୍କଟିର ମ୍ୟୁଟେସନ୍‌ (ପରିବର୍ତ୍ତିତ ଲକ୍ଷଣ) ଯୋଗୁଁ ଏପରି ସମ୍ଭବ ହୋଇପାରିଛି । ଏହାକୁ ଜୀବର ବିବତ୍ତିନବାଦ ବୋଲି କୁହାଯାଇଥାଏ । ଯେତେବେଳେ କୌଣସି ଏକ ଜୀବ ତା’ର ପ୍ରକୃତି ଓ ଆକାରର ପରିବର୍ତ୍ତନ କରେ ସେତେବେଳେ ସେ ନିଜ ଜାତିର ଲକ୍ଷଣରୁ ବାହାରି ଆସିଥାଏ ।

ଯେଉଁଥିପାଇଁ ସେ ନିଜ ଜୀବ ଜଗତ ସହ ଚଳି ପାରେ ନାହିଁ । ଫଳରେ ତା’ର ମୃତ୍ୟୁ ହୋଇଥାଏ । ବୈଜ୍ଞାନିକଙ୍କ ମତରେ ଏହି ସାର୍କ ଠାରେ ମଧ୍ୟ ତାହା ବୋଧହୁଏ ଘଟିଛି । ତା’ର ଜେନେଟିକ ପରିବର୍ତ୍ତନ ଯୋଗୁ ସେ ପାଣିରେ ଠିକ୍‌ ଭାବେ ପ୍ରଶ୍ୱାସ ନେଇ ପାରିନି କିମ୍ବା ଖାଦ୍ୟ ଗ୍ରହଣ କରିପାରିନି । ଫଳରେ ତା’ର ମୃତ୍ୟୁ ହୋଇଛି ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.