ମନୁଷ୍ୟ ଦୁଃଖର ସବୁଠୁ ବଡ଼ କାରଣ ହେଉଛି ଏହି ଗୋଟିଏ ଜିନିଷ, କାବୁ କରିଦେଲେ ଜୀବନ ଭରିଯିବ ଖୁସିରେ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି । ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତ୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ । କୁହାଯାଏ ଯଦି କେହି ଚାଣକ୍ୟଙ୍କ ନୀତି ମାନିଥାନ୍ତି,ତାଙ୍କୁ ନିଶ୍ଚିତ ଭାବେ ସଫଳତା ମିଳିଥାଏ ।

ଚାଣକ୍ୟ କହିଛନ୍ତି, ଦୁଃଖ ଓ ସୁଖ ମନୁଷ୍ୟ ଜୀବନର ଜଣେ ସାଥୀ । ଯାହା ସମୟ ସମୟ ରେ ମନୁଷ୍ୟ ପାଖକୁ ଆସିଥାଏ । ହେଲେ ଏପରି ଏକ ଜିନିଷ ଯାହା ମନୁଷ୍ୟ ପାଇଁ ଦୁଃଖର କାରଣ ହୋଇଯାଏ । ଯଦି ଏହାକୁ ବ୍ୟକ୍ତି କାବୁ କରିଦିଏ, ଦେବେ ଖୁସିରେ ଆପଣଙ୍କ ଜୀବନ ଭରିଯିବ ।
ମନୁଷ୍ୟ ନିଜେ ହିଁ ନିଜ କର୍ମ ଦ୍ୱାରା ଜୀବନରେ ଦୁଃଖକୁ ଆମନ୍ତ୍ରଣ କରିଥାଏ :

କର୍ମ ହେଉଛି ପୂଜା, ଯେମିତି କର୍ମ କରିବ ସେମିତି ଫଳ ପାଇବ । ଭଲ କର୍ମ କରୁଥିବା ବ୍ୟକ୍ତି ସବୁ ସ୍ଥାନରେ ସମ୍ମାନ ପାଇଥାଏ । ଖରାପ କର୍ମ କରୁଥିବା ବ୍ୟକ୍ତି ସର୍ବଦା ଦୁଃଖକୁ ଆମନ୍ତ୍ରଣ କରିଥାଏ । ମନୁଷ୍ୟକୁ ବର୍ତ୍ତମାନ ସହ ତା’ର ପୂର୍ବ ଜନ୍ମର ଫଳ ମଧ୍ୟ ମିଳିଥାଏ । ଅନ୍ୟର ଯଦି ଭଲ ନ କରିପାରୁଛ,ତେବେ ଖରାପ କରନାହିଁ ।

ଦୁଃଖ ଓ ସୁଖ ସ୍ଥାୟୀ ନୁହେଁ,ହେଲେ ଯେଉଁ ବ୍ୟକ୍ତି ଅଧିକ ସମୟ ଦୁଃଖ ଓ କଷ୍ଟରେ ରହିଥାଏ ତାହା ତାର କର୍ମ ଫଳ ହୋଇଥାଏ । କେତେକ କର୍ମ ଫଳ ଏହି ଜନ୍ମରେ ମଧ୍ୟ ମିଳିଥାଏ । ଖୁସି ସମୟ ଆସିଲେ ମନୁଷ୍ୟ ନିଜର ଦୁଃଖ ସମୟ ଭୁଲିଯାଏ । ତାକୁ ସେତେବେଳେ ଭଲ,ମନ୍ଦ ଓ ଛୋଟ-ବଡ଼ କାମର ବୁଝିବା ଆସିନଥାଏ । ପାରିବାରିକ, ଆର୍ଥିକ, ସାମଜିକ ସ୍ତରରେ କିଛି ଭୁଲ କରି ବସନ୍ତି, ଯାହାକି ଦୁଃଖର କାରଣ ହୋଇଯାଏ । ଚାଣକ୍ୟ କୁହନ୍ତି ଯେ ବ୍ୟକ୍ତି ନିଜର କର୍ମଫଳ ଦ୍ୱାରା ଦୁଃଖକୁ ନିମନ୍ତ୍ରଣ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.