ଭୋକରେ ଆଉଟୁ ପାଉଟୁ, ଗୋଟିଏ କଦଳୀ ପାଇଁ ରାସ୍ତାରେ ଦୌଡୁଛନ୍ତି ହଜାର ହଜାର ମାଙ୍କଡ଼, ଦେଖନ୍ତୁ ଭିଡିଓ

ଅଜବ ଦୁନିଆରେ ପ୍ରତିଦିନ କିଛିନା କିଛି ଘଟଣା ଘଟେ । ପଶୁମାନଙ୍କ ବିଷୟରେ ଜାଣିବା ପାଇଁ ମଣିଷମାନଙ୍କ ମଧ୍ୟରେ ସର୍ବଦା ଏକ ଅଦ୍ଭୁତ କୌତୁହଳ ରହିଥାଏ ଏବଂ ସୋସିଆଲ ମିଡିଆ ହେତୁ ଆଜିକାଲି ଆମେ ସେମାନଙ୍କ ସହ ଜଡିତ ଅଜବ ଘଟଣା ବିଷୟରେ ଜାଣିପାରୁଛୁ । ତେବେ ଆଜି ଯେଉଁ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ତାହା ସମଗ୍ର ବିଶ୍ୱର ନିଦ ଉଡ଼ାଇଥିବା କରୋନାଭାଇରସ୍ ସହିତ ଜଡିତ ।
ସୂଚନା ଅନୁଯାୟୀ ଥାଇଲ୍ୟାଣ୍ଡର ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଶହ ଶହ ମାଙ୍କଡ଼ଙ୍କୁ ଦେଖିବାକୁ ମିଳିଛି । ହଠାତ ଗୋଟିଏ ସ୍ଥାନରେ ଅନେକ ମାଙ୍କଡ଼ ଦଳ ଦଳ ହୋଇ ରାସ୍ତାରେ ଚାଲୁଛନ୍ତି । ତେବେ ପ୍ରକୃତ ଘଟଣା ହେଲା ଏହି ମାଙ୍କଡମାନଙ୍କ ମଧ୍ୟରୁ ଜଣକ ପାଖରେ ଗୋଟିଏ କଦଳୀ ଅଛି, ଯାହାକୁ ସେମାନେ ଛଡ଼ାଇବାକୁ ଚାହୁଁଛନ୍ତି । ସୂଚନା ଅନୁଯାୟୀ ଲୋପ ବୁରୀ ଜିଲ୍ଲାର ଅନେକ ପର୍ଯ୍ୟଟକ ଏହି ସ୍ଥାନକୁ ପରିଦର୍ଶନ କରିବାକୁ ଆସନ୍ତି କିନ୍ତୁ କରୋନା ଭାଇରସ ଯୋଗୁଁ ଅନେକ ଦିନ ଧରି ଏଠାକୁ କେହି ଆସୁନାହାଁନ୍ତି ।
ଏପରି ପରିସ୍ଥିତିରେ ମାଙ୍କଡମାନଙ୍କ ପାଇଁ ଖାଦ୍ୟ ସଙ୍କଟ ଦେଖାଦେଇଛି । ଏହି ସମୟରେ ଗୋଟିଏ କଦଳୀ ଏକ ମାଙ୍କଡ଼ର ହାତରେ ଲାଗିଛି ଯାହାକୁ ଆଣିବା ପାଇଁ ସମସ୍ତେ ତା ପଛେ ପଛେ ଦୌଡୁଥିବା ଦେଖିବାକୁ ମିଳିଛି । ତେବେ ମାଙ୍କଡମାନେ ଏପରି କରୁଥିବା ଦେଖି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇଯାଇଥିଲେ ।