ଶିକାର କରି ଖାଦ୍ୟ ଖାଉଥିଲେ ଭୋକିଲା ସିଂହୀ; ହଠାତ୍‌ ସିଂହ ପହଞ୍ଚି ଯିବାରୁ ରାଗରେ ଚୋବାଇ ପକାଇଲେ ତା’ ପ୍ରାଇଭେଟ୍‌ ପାର୍ଟ!

ସମସ୍ତେ କୁହନ୍ତି, ସିଂହ ଜଙ୍ଗଲର ରାଜା। କିନ୍ତୁ ସିଂହୀକୁ କମ୍‌ ବୋଲି ଭାବିବା ଉଚିତ୍ ନୁହେଁ। ସେ ମଧ୍ୟ ସିଂହର ବରାବର ହୋଇଥାଏ। ସିଂହ ଯେପରି ଶିକାର କରିବାକୁ ପସନ୍ଦ କରିଥାଏ, ସେହିପରି ସିଂହୀ ମଧ୍ୟ ଶିକାର କରିଥାଏ। ତାକୁ ବି ଶିକାରର ଅଂଶ ଦରକାର। ଯଦି ସେ ଅଂଶ ନ ପାଏ, ତା’ ହେଲେ ଏହାକୁ ଛଡ଼ାଇବାରେ ମଧ୍ୟ ବେଶ୍‌ ମାହିର ଥାଏ। ଏବେ ଏମିତି ହିଁ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖି ଏହା ଅନୁମାନ ଲଗାଯାଇ ପାରିବ।

ଶିକାରରେ ଭାଗ ନେବା ସିଂହକୁ ପଡିଲା ଭାରୀ

ଶିକାର ପରେ କିଛି ଭୋକିଲା ସିଂହୀ ଅତି ଉତ୍ସାହର ସହ ମାଂସ ଭକ୍ଷଣ କରୁଥିଲେ, କିନ୍ତୁ ସେତେବେଳେ ଶିକାରରେ ଭାଗ ନେବା ପାଇଁ ସେଠାରେ ପହଞ୍ଚି ଯାଇଥିଲା ଏକ ସିଂହ। ଆଉ ତା’ ପରେ ଯାହା ହେଲା, ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଶିକାରର ମଜା ନେବାକୁ ପହଞ୍ଚିଥିବା ସିଂହ ଉପରେ ଭୋକିଲା ସିଂହୀମାନେ ଆକ୍ରମଣ ଆରମ୍ଭ କରି ଦେଇଥିଲେ, ଯାହାଫଳରେ ସିଂହଟି ଏକଦମ୍‌ ଘାଇଲା ହୋଇ ଯାଇଥିଲା।

ସିଂହୀମାନଙ୍କ ଭିତରେ ଫସିଗଲା ସିଂହ

ସିଂହୀମାନଙ୍କର ଆକ୍ରମଣ ଏତେ ଘାତକ ଥିଲା ଯେ ସେମାନେ ସିଂହକୁ ଚାରିପଟୁ ଘେରି ଯାଇଥିଲେ। ସେଠାରୁ ଖସିବାର କିଛି ବି ଉପାୟ ନ ଥିଲା। ସିଂହ ସିଂହୀମାନଙ୍କ ଭିତରେ ଅତି ଦୟନୀୟ ଭାବେ ଫସି ଯାଇଥିଲା। ଯେତେବେଳେ ସିଂହୀମାନେ ସିଂହ ଉପରେ ଆକ୍ରମଣ କରିବା ଆରମ୍ଭ କରିଥିଲେ, ସେହି ସମୟରେ ସେମାନେ ହଠାତ୍ ସିଂହର ପ୍ରାଇଭେଟ୍‌ ପାର୍ଟ ଚୋବାଇ ପକାଇଥିଲେ। ଆଉ ଯେତେବେଳେ ସିଂହୀମାନଙ୍କ କବଳରୁ ସିଂହ ଛୁଟକାରା ପାଇଥିଲା, ତ ତା’ର ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇ ପଡ଼ିଥିଲା।

ନିଜ ପିଲାମାନଙ୍କ ପାଇଁ ଖାଦ୍ୟ ନେବାକୁ ଚାହୁଁଥିଲେ ସିଂହୀ

ସିଂହୀମାନେ ଯେତେବେଳେ ଏକ ମଇଁଷିକୁ ମାରିଥିଲେ, ତ ସେମାନଙ୍କ ଲକ୍ଷ୍ୟ ଥିଲା ଯେ ସେମାନେ ସେମାନଙ୍କର ୧୧ ପିଲାଙ୍କୁ ଭଲ ଭାବରେ ଖାଦ୍ୟ ଖାଇବାକୁ ଦେଇ ପାରିବେ। କିନ୍ତୁ ଯେତେବେଳେ ସିଂହ ସେଠାରେ ପହଞ୍ଚି ଯାଇଥିଲା, ତ ସିଂହୀମାନେ ରାଗି ଉଠିଥିଲେ ଏବଂ ଏହାର ପ୍ରତିବାଦ ଜଣାଇ ସିଂହ ଉପରେ ଆକ୍ରମଣ ଆରମ୍ଭ କରି ଦେଇଥିଲେ।

କେନିଆର ମାସାଇ ମାରାର ଏହି ଘଟଣା

କେନିଆର ମାସାଇ ମାରାଠାରେ ଲଢ଼େଇ ସମୟରେ ମଣ୍ଡେୱୋ ନାମକ ଏହି ସିଂହର ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇ ପଡ଼ିଥିଲା, ଯେଉଁଥିରେ ତା’ର ଏକ ଅଣ୍ଡକୋଷକୁ ହଟାଇବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନ ଥିଲା। ଫଟୋଗ୍ରାଫର ଗ୍ରେନ୍ ସୋୱର୍ବି ନିଜ କ୍ୟାମେରାରେ ସିଂହ-ସିଂହୀଙ୍କର ଏହି ଲଢ଼େଇକୁ କଏଦ କରି ନେଇଥିଲେ। ଯଦି ତାଙ୍କ ଟିମ୍‌ ଏହି ଘଟଣା ଦେଖି ନ ଥାଆନ୍ତେ, ତା’ ହେଲେ ଆଘାତ ପରେ ମଣ୍ଡେୱୋ ସିଂହକୁ ତୁରନ୍ତ ଚିକିତ୍ସା ମିଳି ପାରି ନ ଥାଆନ୍ତା।

Leave A Reply

Your email address will not be published.