କରୋନାର ଆଉ ଏକ ଦୁଃଖଦ ହୃଦୟ ବିଦାରକ କାହାଣୀ, ଝିଅର ନିର୍ବନ୍ଧ ଦିନ ଚାଲିଗଲେ ବାପା ମା

ଏବେ ବାସ୍ତବ ଘଟଣା ସବୁ କାହାଣୀରେ ବଦଳି ଯାଉଛି । ଗତ ବର୍ଷ କରୋନାର ପ୍ରଥମ ଲହରରୁ ଅନେକ କଷ୍ଟକର ଓ ଯନ୍ତ୍ରଣାଦାୟକ ପରିସ୍ଥିତିର ସାମନା କରିଛି ମଣିଷ । ସେହିଭଳି ଏଇ ନିକଟରେ ଏମିତି ଏକ ହୃଦୟକୁ ଭିଜାଇ ଦେଲା ଭଳି ମୃତ୍ୟୁ ପାଖରୁ ଦେଖିଛୁ । ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଏହି ଘଟଣା କାହାଣୀ ଭଳି ଲାଗି ପାରେ ହେଲେ ତାହା ଏକଦମ ସତ । କେବଳ କିଛି ବ୍ୟକ୍ତିଗତ କାରଣରୁ ଆମେ ସେହି ପରିବାରର ନାମ ଏବଂ ନିର୍ଦ୍ଦିଷ୍ଟ ଠିକଣା ଦେଇ ପାରୁ ନାହୁଁ ।

ଭୁବନେଶ୍ୱରରେ ରହୁଥିଲେ ଏଇ ବ୍ରାହ୍ମଣ ପରିବାରର ଦମ୍ପତି । ସେମାନଙ୍କର ଗୋଟିଏ ପୁଅ ଓ ଝିଅ । ବିବାହିତ ପୁଅ ରାଜ୍ୟ ବାହାରେ ଚାକିରି କରେ ଏବଂ ଝିଅ ରହୁଥିଲା ଆମେରିକାରେ । ଝିଅର ବାହାଘର ଠିକ୍‌ ହୋଇ ସାରିଥିଲା । ତା ସହିତ ପଟିଆରେ ସେମାନେ ନିଜର ନୂଆ ଘର କରି ସାରିଥିଲେ । ଗତ ରଥଯାତ୍ରା ଦିନ ନୂଆ ଘରେ ଗୃହ ପ୍ରବେଶ ହୋଇଥାନ୍ତା ଏବଂ ଝିଅର ନିର୍ବନ୍ଧ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଥିଲା । ହେଲେ ତାର ଅନେକ ପୂର୍ବରୁ ଝିଅର ବାପା ମା ଉଭୟ କୋଭିଡ୍‌ରେ ସଂକ୍ରମିତ ହେଲେ । ସ୍ୱାସ୍ଥ୍ୟାବସ୍ଥା ବେଶି ଖରାପ ହେବାରୁ ସେମାନଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଗଲା । ଚିକିତ୍ସା ଚାଲିଲା ହେଲେ ବିଶେଷ ଉନ୍ନତି ଘଟିଲା ନାହିଁ । ପଇସା ପାଣି ଭଳି ଖର୍ଚ୍ଚ ହେଲା କିନ୍ତୁ ସ୍ୱାସ୍ଥ୍ୟରେ ସୁଧାର ଆସିଲା ନାହିଁ ।

ଶେଷରେ ସେହି ଗୁଣ୍ଡିଚା ଦିନ ଯେଉଁ ଦିନ ଗୃହ ପ୍ରବେଶ ଥିଲା ଏବଂ ଝିଅର ନିର୍ବନ୍ଧ ହୋଇଥାନ୍ତା ଠିକ୍‌ ସେହି ଦିନ ସକାଳେ ପ୍ରଥମେ ସ୍ତ୍ରୀ ଓ ସନ୍ଧ୍ୟାରେ ସ୍ୱାମୀ ପରପାରିକୁ ଚାଲିଗଲେ । ଅବଶ୍ୟ ବାପା ମା’ ସୁସ୍ଥ ହୋଇଯିବେ ବୋଲି ଆଶା କରି ସେମାନଙ୍କ ପୁଅ ବୋହୂ ଓ ଝିଅ ଭୁବନେଶ୍ୱର ଚାଲି ଆସିଥିଲେ । ହେଲେ ଈଶ୍ୱରଙ୍କ ଇଚ୍ଛା ଥିଲା କିଛି ଅଲଗା ଥିଲା । ସବୁ ସ୍ୱପ୍ନ, ସବୁ ଆଶାକୁ ମଶାଣିର ଧୂଆଁରେ ମିଳାଇ ଦେଲେ । … ଆପଣମାନେ ସମସ୍ତେ ବୁଝି ପାରୁଥିବେ ଏବେ ଏ ପରିବାରର ଅବସ୍ଥା କଣ ଥିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.