ଜମି ବିକି ପତ୍ନୀଙ୍କ ସ୍ୱପ୍ନ ପୂରଣ କଲେ ପତି, କିଣିଲେ ହାତୀ

ପତି-ପତ୍ନୀ ପରସ୍ପର ମଧ୍ୟରେ ସର୍ବଦା ସାଥ୍‌ ଦେଇଥାନ୍ତି। ଏମିତି କି ପତିର ଦୁଃଖ ହେଉ କି ସୁଖ ପତ୍ନୀ ସାଥ୍‌ ଦେଉଥିବା ବେଳେ ପତ୍ନୀର ପ୍ରତ୍ୟେକ ଦୁଃଖ-ସୁଖରେ ମଧ୍ୟ ପତି ସାଥ୍‌ ଦେଇଥାଏ। ଆଜ୍ଞା ହଁ ଏଭଳି ଏକ ଘଟଣା ବାଂଲାଦେଶର ଜଣେ ବ୍ୟକ୍ତି କରି ଦେଖାଇଛନ୍ତି। ସୂଚନା ମୁତାବକ ବାଂଲାଦେଶରେ ଲାଲମୋନିରହାଟର ପଞ୍ଚଗ୍ରାମ ନିବାସୀ ଦୁଲାଲ ଚନ୍ଦ୍ର ରାୟ ନିଜ ପତ୍ନୀ ତୁଳସୀ ରାଣୀ ଦାସୀଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ନିଜ ଜମି ବିକ୍ରି କରି ସେହି ଟଙ୍କାରେ ହାତୀ କିଣିଛନ୍ତି।

pati-patniଦୁଲାଲ ପେଶାରେ ଜଣେ ଚାଷି। ସେ ନିଜ ପତ୍ନୀଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ନିଜ ଜମିର ଦୁଇ ବିଘା ଅଂଶ ବିକ୍ରି କରି ବଜାର ଯାଇ ୧୬.୫ ଲକ୍ଷ ଟଙ୍କାରେ ଏକ ହାତୀ କିଣିଛନ୍ତି। ଏନେଇ ଦାସୀ କହିଛନ୍ତି, ମୁଁ ଏକ ବର୍ଷ ପୂର୍ବରୁ ସ୍ୱପ୍ନ ଦେଖିଥିଲି, ଯେଉଁଥିରେ ସେ ଗୋଟିଏ ହାତୀ କିଣିଛନ୍ତି ଏବଂ ହାତୀଟି ତାଙ୍କର ଦେଖାଶୁଣା କରୁଛି। ପଶୁ-ପକ୍ଷୀଙ୍କୁ ନେଇ ସ୍ୱପ୍ନ ଦେଖିବା ଏହା ତୁଳସୀଙ୍କ ପାଇଁ ପ୍ରଥମ ଥର ନୁହେଁ ଏହା ପୂର୍ବରୁ ସେ ଘୋଡା, ହଂସ ଏବଂ ଗାଈ ମଧ୍ୟ କିଣିସାରିଛନ୍ତି। ବର୍ତ୍ତମାନ ଏହି ହାତୀକୁ ଦେଖିବା ପାଇଁ ନିକଟସ୍ଥ ଅଞ୍ଚଳରୁ ଲୋକମାନେ ଏହି ଦମ୍ପତ୍ତିଙ୍କ ଘରେ ପହଞ୍ଚିଛନ୍ତି। ଦୁଲାଲ ଏହି ହାତୀ ପାଇଁ ମହାବତରେ ମାସିକ ୧୫ହଜାର ଟଙ୍କା ମଧ୍ୟ ରଖିଛନ୍ତି।

ଏହି ହାତୀକୁ ଦେଖିବାକୁ ଆସିଥିବା ରାଜରହାଟ ଅଞ୍ଚଳରେ ରହୁଥିବା ସଂତୋନା ରାଣୀ କହିଛନ୍ତି, ‘‘ମୁଁ ଜୀବନରେ ପ୍ରଥମ ଥର ପାଇଁ ପତ୍ନୀଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ହାତୀ କିଣିଥିବାର ଦେଖିଛି। ’’