ସ୍ତ୍ରୀଙ୍କ ଆଖିରୁ ଉଜ୍ଜ୍ୱଳତା ଚାଲିଗଲା, ଚିନ୍ତା ଦୂର କରିବାକୁ ସ୍ୱାମୀ ତିଆରି କରିଦେଲେ ଫୁଲର ବଗିଚା, ଜାଣନ୍ତୁ କାହିଁକି ସେ ନେଲେ ଏଭଳି ନିଷ୍ପତ୍ତି

ଜାପାନର ଶିନ୍ତୋମୀ ସହରରେ ରହୁଥିବା ଜଣେ ବୃଦ୍ଧାଙ୍କ ଆଖିକୁ କିଛି ବି ଦେଖାଯାଉ ନ ଥିଲା। ସେ ନିଜ ଆଖିର ଉଜ୍ଜ୍ୱଳତା ହରାଇ ବସିଥିଲେ, ଯାହାଫଳରେ ବୃଦ୍ଧା ଜଣକ ନିଜ ସ୍ୱାମୀଙ୍କ ସହ ମିଶି ଦୁନିଆର ସୌନ୍ଦଯ୍ୟର୍କୁ ଦେଖିବାରେ ଅସଫଳ ହେଉଥିଲେ। ତେଣୁ ଏହି ଚିନ୍ତା ଦୂର କରିବା ପାଇଁ ମହିଳାଙ୍କ ସ୍ୱାମୀ ତାଙ୍କ ପାଇଁ ତିଆରି କରିଥିଲେ ଏକ ଫୁଲ ବଗିଚା।

h2

୨ ବର୍ଷ ପୂର୍ବରୁ ମିଷ୍ଟର କୁରୋକି ନିଜ ସ୍ତ୍ରୀଙ୍କ ପାଇଁ ଏହି ବଗିଚା ତିଆରି କରିଥିଲେ। ଏହାପରେ ମିସେସ୍‌ କୁରୋକି ଧୀରେ ଧୀରେ ବଗିଚାକୁ ଆସିବା ଆରମ୍ଭ କରିଥିଲେ ଏବଂ ଏବେ ଏହା ତାଙ୍କର ରୁଟିନ ବନିଯାଇଛି। ଏଠାରେ ସେ ନିଜ ସ୍ୱାମୀଙ୍କ ସହ ମିଶି ଲମ୍ବା ସମୟ ବିତାଉଛନ୍ତି। କେବଳ ଏହି ଦମ୍ପତି ନୁହଁନ୍ତି, ଜାଗାଟି ବର୍ତ୍ତମାନ ପଯ୍ୟର୍ଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

h5

ଦମ୍ପତିଙ୍କର ବିବାହ ୧୯୫୬ ମସିହାରେ ହୋଇଥିଲା ଏବଂ ସେମାନେ ବୃଦ୍ଧାବସ୍ଥାରେ ବିଭିନ୍ନ ସ୍ଥାନ ପରିଭ୍ରମଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଦୁଃଖଦ ବିଷୟ, ଡାଇବେଟିଜ୍‌ ଯୋଗୁ କୁରୋକିଙ୍କ ସ୍ତ୍ରୀ ନିଜ ଆଖି ହରାଇ ବସିଥିଲେ, ଯାହାଫଳରେ ସେ ସବୁଦିନ ପାଇଁ ଅନ୍ଧାର ଭିତରେ ରହିଯାଇଥିଲେ।

164199 550562698299697 29017159 n jpg

ମିଷ୍ଟର କୁରୋକି ସ୍ତ୍ରୀଙ୍କ ଚେହେରାରେ ଖୁସି ଦେଖିବାକୁ ଚାହୁଁଥିଲେ। ଦିନେ ସେ ଏକ ବଗିଚାରେ ବୁଲୁଥିବା ବେଳେ ତାଙ୍କ ନଜର ଗୋଲାପି ରଙ୍ଗର ଶିବାଜୁକାରା ଫୁଲ ଉପରେ ପଡ଼ିଥିଲା। ସେତେବେଳେ ତାଙ୍କର ଅନୁଭବ ହୋଇଥିଲା ଯେ ଫୁଲର ସୁନ୍ଦରତା କେବଳ ତାକୁ ଦେଖିଲେ ହିଁ ପରିପ୍ରକାଶ ହୋଇ ନ ଥାଏ, ବରଂ ତା’ର ସୁଗନ୍ଧରୁ ବି ଅନୁଭବ କରାଯାଇପାରେ। ଏହାପରେ ସେ ସ୍ତ୍ରୀଙ୍କ ପାଇଁ ଏଭଳି ସୁନ୍ଦର ବଗିଚା ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ। ମିଷ୍ଟର କୁରୋକି କହିଥିଲେ, ‘ଆମେ ଏକାସାଥୀରେ ଦୁନିଆ ନ ଦେଖିପାରିଲେ କ’ଣ ହେଲା, ଫୁଲର ସୁଗନ୍ଧକୁ ଏକାସାଥୀରେ ଅନୁଭବ କରିପାରୁଛୁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.