ଚିକେନ୍ ତରକାରୀ ନ କରିବାରୁ ମୁଣ୍ଡକୁ ଚଢିଗଲା ରାଗ : ସ୍ୱାମୀର ଶକ୍ତ ଚାପୁଡ଼ାରେ ଉଡିଗଲା ସ୍ତ୍ରୀର ପ୍ରାଣବାୟୁ

ଢେଙ୍କାନାଳ: ଛି ଛି ଛି । ଆଜିକାଲି ଦୁନିଆରେ ମଣିଷ ଏତେ ତଳ ସ୍ତରକୁ ଖସିଯାଉଛି ଯେ ଭାବିଲା ବେଳକୁ ନିଜକୁ ବି ଲଜ୍ଜା ଲାଗୁଛି । ସମଗ୍ର ଅଞ୍ଚଳରେ ଏବେ ଚହଳ ପଡିଯାଇଛି ଏହି ଘଟଣା । ଏ ଘଟଣାକୁ ଯିଏ ଶୁଣୁଛି, ଛାତିରେ ଛନତା ପଶି ଯାଉଛି । ଦେହ ଥରି ଯାଉଛି ଲୋମ ଟାଙ୍କୁରୀ ଉଠୁଛି । କେମିତି ନିଜ ସ୍ତ୍ରୀକୁ ମାରିପାରିଲା ରାକ୍ଷସ ସ୍ୱାମୀ ।
ସତରେ ରାଗ ବ୍ରହ୍ମ ଚଣ୍ଡାଳ । ରାଗ ବଢ଼ିଗଲେ ପର ଆପଣା ସବୁ ଭୁଲିଯାଏ ମଣିଷ । ତେବେ ରାଗରେ ନିଜ ନିଜର ସମ୍ପର୍କୀୟଙ୍କୁ ମାରିବାକୁ ପଛାନ୍ତିନି କିଛି ଲୋକ । ଏବେ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି । ରାଗରେ ଜଣେ ସ୍ୱାମୀ ତାର ସ୍ତ୍ରୀକୁ ମାରି ଶୁଆଇ ଦେଇଛି । ଢେଙ୍କାନାଳ ଜିଲା ଗଁନ୍ଦିଆ ଥାନା ଅନ୍ତର୍ଗତ ଷଢ଼ଙ୍ଗୀ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଚିକେନ ତରକାରୀକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ପ୍ରଥମେ ଝଗଡ଼ା । ଝଗଡ଼ା ହେବାରୁ ଅତ୍ୟଧିକ ରାଗି ଯାଇ ସ୍ତ୍ରୀଙ୍କୁ ଏକ ଚାପୁଡ଼ା ମାରିଥିଲେ ସ୍ୱାମୀ । ସ୍ୱାମୀର ଶକ୍ତ ଚାପୁଡ଼ାରେ ଟଳିପଡିଲେ ସ୍ତ୍ରୀ । ଏଭଳି ଘଟଣା ଏବେ ଧନିଆନାଳୀ ମୁଣ୍ଡା ସାହିରେ ଖେଳାଇ ଚାଞ୍ଚଲ୍ୟ ।
ତେବେ ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ ଜେନା ପିଙ୍ଗୁଆ ଚିକେନ ତରକାରୀ କରିବାକୁ ସ୍ତ୍ରୀଙ୍କୁ କହିଥିଲେ । ହେଲେ ସ୍ତ୍ରୀ ଅଣ୍ଡା ତରକାରୀ କରିବାକୁ ନେଇ ଆରମ୍ଭ ହୋଇଥିଲା ଝଗଡ଼ । ସ୍ତ୍ରୀଙ୍କ ସହ ଝଗଡା କରିବା ପରେ ଏକ ଶକ୍ତ ଚାପୁଡ଼ାଟା ମାରିଥିଲେ ସ୍ୱାମୀ । ଯାହାଫଳରେ ସ୍ତ୍ରୀ କୁନି ପିଙ୍ଗୁଆଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଯାହା କୁହାଯାଉଛି କି, ଜେନା ପିଙ୍ଗୁଆ ନିଜ ସ୍ତ୍ରୀଙ୍କ କାନ ମୁଳିକୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ । ଫଳରେ ଘଟଣାସ୍ଥଳରେ କୁନିଙ୍କର ମୃତ୍ୟୁ ହୋଇଯାଇଥିଲା ।
ଏନେଇ ଖବର ପାଇ ଗଁନ୍ଦିଆ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ଅଭିଯୁକ୍ତ ସ୍ଵାମୀ ଜେନା ପିଙ୍ଗୁଆକୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ୍ ।
ସାମାନ୍ୟ କଥାକୁ ନେଇ ସ୍ୱାମୀ ପାଲଟିଲା ନର ରାକ୍ଷସ । ଚିକେନ ତରକାରୀ ପାଇଁ ନେଇଗଲା ସାତ ଜନ୍ମକୁ ସାଥୀ କରିଥିବା ଧର୍ମପତ୍ନୀର ଜୀବନ । ଏଭଳ ଏକ ଘଟଣା ପରେ ସାରା ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା । ସ୍ୱାମୀ ଜେନା ପିଙ୍ଗୁଆକୁ ଉଚିତ୍ ଶାସ୍ତି ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।
Also read: ଓହୋ…କି କଷ୍ଟ: ବାପା, ପୁଅଙ୍କ ଆଖି ସାମ୍ନାରେ ଚାଲିଗଲା ମାଆର ଜୀବନ