ମୁଁ ସରକାରଙ୍କ ଚାକିରି କରୁଛି, କାହା ବାପାର ନୁହେଁ : ମହିଳା କନେଷ୍ଟବଳ ସୁନୀତା

ମୁଁ ସରକାରଙ୍କ ଚାକିରି କରୁଛି, କାହା ବାପାର ନୁହେଁ। ମୁଁ ସେମିତି ନୁହେଁ, ଯିଏକି ମନ୍ତ୍ରୀମାନଙ୍କର ଚାକର ହୋଇ କାମ କରେ। ଏ ୟୁନିଫର୍ମ ମୋତେ ତୋ ବାପା ଦେଇନି।

ସୁନୀତା, ଏବେ ଚର୍ଚ୍ଚାରେ। ସୁନୀତା ସେହି ମହିଳା କନେଷ୍ଟବଳ, ଯିଏକି ଗୁଜରାଟର ଜଣେ ମନ୍ତ୍ରୀଙ୍କ ପୁଅ ନିୟମ ଭାଙ୍ଗିବାରୁ ତାଙ୍କୁ ତାଗିଦ୍‌ କରିଥିଲେ। ଏଥିପାଇଁ ସୁନୀତାଙ୍କୁ ମିଳିଥିଲା ଧମକ। ମୋତେ ଚିହ୍ନିନ ମୁଁ କିଏ, ମୁଁ ତୁମକୁ ଟ୍ରାନ୍ସଫର କରିଦେବି, ଚାକିରି ନେଇଯିବି। କିନ୍ତୁ ଏମିତି ଧମକରେ ଡରିନଥିଲେ ସୁନୀତା। ଯୁବକଙ୍କୁ ମୁହଁତୋଡ ଜବାବ ଦେଇଥିଲେ। ଏହି ମାମଲାରେ ଇଣ୍ଡିଆନ ପୋଲିସ ଫାଉଣ୍ଡେସନ ସମତେ ଅନେକ ଲୋକ ଏବଂ ସେଲିବ୍ରିଟି ସୁନୀତାଙ୍କୁ ସପୋର୍ଟ କରି ଟ୍ଵିଟ କରିଛନ୍ତି। ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛିି # Sunita Yadav।

ଏହି ଭିଡିଓ ଭାଇରଲ ହେବା ପରେ ସମସ୍ତେ ସୁନୀତାଙ୍କୁ ପ୍ରଶଂସା କରିଛନ୍ତି। ସମସ୍ତ ପୋଲିସ ଅଧିକାରୀ ଭାରତର ସମ୍ବିଧାନ ପ୍ରତିନିଷ୍ଠା ହୋଇ କାମ କରିବାର ଶପଥ ନେଇଥାଏ, ବିନା କୌଣସି ଡର କିମ୍ବା ପକ୍ଷପାତିତା କରି ନିୟମ ପାଳନ କରିବା ପାଇଁ ଶପଥ ନେଇଥାନ୍ତି। ଲୋକେ ମହିଳା କନେଷ୍ଟବଳଙ୍କୁ ସମ୍ମାନିତ କରିବା ପାଇଁ ମଧ୍ୟ ଟ୍ଵିଟ୍‌ କରୁଛନ୍ତି। ଆଉ କିଏ ପ୍ରମୋସନ କରିବା ପାଇଁ ମଧ୍ୟ କହୁଛି।

sunita

ସୂଚନାଯୋଗ୍ୟ, ୮ ଜୁଲାଇକୁ ସୁନୀତା ଯାଦବ ସୁରତର ସ୍ୱାସ୍ଥ୍ୟମନ୍ତ୍ରୀ କୁମାର କନାନୀଙ୍କ ପୁଅ ପ୍ରକାଶ କନାନୀ ଏବଂ ତା ସାଙ୍ଗ ରାତ୍ରୀ କର୍ଫ୍ୟୁ ସମୟରେ ଡ୍ରାଇଭିଂ କରୁଥିବା ଏବଂ ମାସ୍କ ପିନ୍ଧିନଥିବା ବେଳେ ଧରିଥିଲେ ଏବଂ ବର୍ଷିଥିଲେ। କିନ୍ତୁ ମନ୍ତ୍ରୀଙ୍କୁ ପୁଅ ନିଜର ପାଓ୍ଵାର ଦେଖାଇ, ତାଙ୍କର ବଦଳି କିମ୍ବା ଚାକିରି ନେଇଯିବେ ବୋଲି କହିଥିଲେ। ମନ୍ତ୍ରୀଙ୍କ ପୁଅଙ୍କ ଏପରି କଥାରେ ମହିଳା କନେଷ୍ଟବଳ ସୁନୀତା ନ ଡରି ମୁହଁତୋଡ ଜବାବ ଦେଇଥିଲେ।

ଏହି ଭିଡ଼ିଓ ଭାଇରଲ ହେବା ପରେ ପୁରା ଦେଶ ସୁନିତା ଯାଦବ ଙ୍କ ପ୍ରଶଂସା କରୁଛି। ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷ ଏହି ଭିଡ଼ିଓ କୁ ଟ୍ୱିଟ ବି କରିଛନ୍ତି । ଶୁଣିବାକୁ ମିଳୁଛି ଏହି ଭିଡ଼ିଓ ସାମ୍ନା କୁ ଆସିବା ପରେ ସୁନିତା ଙ୍କୁ ଛୁଟି ଦେଇଦିଆ ଯାଇଛି ।

Leave A Reply

Your email address will not be published.