IPL ନିଲାମୀ ପରେ ବଦଳି ଯାଇଛି ମୋ ଜୀବନ, କୌଣସି ଟିମ୍ ମୋତେ ଏତେ ଟଙ୍କାରେ ନେବେ ବୋଲି ଆଶା କରି ନଥିଲି…
ସୟଦ୍ ମୁସ୍ତାକ୍ ଅଲି ଟି-୨୦ ରେ ଭଲ ପ୍ରଦର୍ଶନ କରିଥିଲି, ତେଣୁ ମୋତେ କୌଣସି ଟିମ୍ ନେବେ ବୋଲି ଆଶା ରଖିଥିଲି ହେଲେ ଏତେ ଟଙ୍କା… କୋଟିଏ ଟଙ୍କା ପାଇବି ବୋଲି ମୁଁ କେବେ ଭାବି ନଥିଲି । ଏବେ ମୋର ଦାୟିତ୍ୱ ବଢ଼ିଯାଇଛି । ଏଥସହ ସେ କହିଛନ୍ତି ଏହି ଖବର ପ୍ରଚାର ହେବା ପରେ ମୋ ପାଖକୁ ଅନେକ କଲ୍ ଆସୁଛି । ଫୋନ୍ ରିଙ୍ଗ୍ ହେବା ବନ୍ଦ ହେଉନି ।
ନୂଆଦିଲ୍ଲୀ : ବାପାଙ୍କର ବ୍ୟବସାୟ ବନ୍ଦ ହୋଇଗଲା । ରୋଜଗାର କରି ଆମକୁ ପୋଷୁଥିବା ବେଳେ ହଠାତ୍ ବାପା କିଛି ନକରି ଘରେ ବସି ରହିଲେ । ଘର ଚଳିବା ପାଇଁ ପାଖରେ ପଇସା ନଥିବା ବେଳେ ଭାଇ ଏକ ଘରୋଇ ସଂସ୍ଥାରେ କାମ କରି ଯାହା ଟଙ୍କା ଆଣୁଥିଲେ ସେଥିରେ ଘର ଚଳୁଥିଲା ହେଲେ ଘରର ଆର୍ଥୀକ ସ୍ଥିତି କିଛି ଠିକ୍ ନଥିଲା । ଏତେ ସବୁ ଭିତରେ ମୁଁ ସାହାସ ହରାଇ ନଥିଲି ।
ହଁ ଆଜ୍ଞା, ଏ ଥିଲା କ୍ରିକେଟର ଶୁଭମ୍ ଦୁବେଙ୍କ ମନର କଥା । ଯିଏ ରାଜସ୍ଥାନ ରୟାଲ୍ସ ଟିମ୍ରେ ସାମିଲ୍ ହୋଇଛନ୍ତି । ଡିସେମ୍ବର ୧୯ ରେ ହୋଇଥିବା ଆଇପିଏଲ ମିନି ନିଲାମୀରେ ଅନେକ କ୍ରିକଟେରଙ୍କ ଭାଗ୍ୟ ବଦଳାଇ ଦେଇଛି । ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶୁଭମ୍ ଦୁବେ । ଯାହାଙ୍କ ମନର କଥା ଆମେ କହୁଛୁ । ଶୁଭମ୍ କହୁଥିଲେ ଦିନେ ତାଙ୍କ ପାଖରେ ସୁ କିଣିବାକୁ ଟଙ୍କା ନଥିଲା । କିନ୍ତୁ ସେତେବେଳେ ତାଙ୍କ ପ୍ରଶିକ୍ଷକ ତାଙ୍କୁ ସବୁ କଥାରେ ସପୋର୍ଟ କରିଥିଲେ ।
ଆଇପିଏଲ ଅନେକ ଖେଳାଳୀଙ୍କ ଭାଗ୍ୟ ବଦଳାଇ ଦେଇଛି ରାତାରାତି କୋଟିପତି ହୋଇଛନ୍ତି ଅନେକ ଅନ୍ କ୍ୟାପଡ୍ କ୍ରିକେଟର । ତେବେ ଶୁଭମ ଦୁବେ ଏପରି ଏକ ସୁଯୋଗ ପାଇବେ ବୋଲି ସେ କେବେ ସ୍ୱପ୍ନରେ ବି ଭାବି ନଥିଲେ । ସେ ମଧ୍ୟ ବିଶ୍ୱାସ କରିପାରୁ ନାହାଁନ୍ତି କି ତାଙ୍କୁ ଏତେ ଟଙ୍କାରେ ରାଜସ୍ଥାନ ରୟାଲ୍ସ ନିଜ ଟିମ୍ରେ ସାମିଲ କରିଛନ୍ତି ବୋଲି । ତେବେ ଆମେ କହି ରଖୁଛୁ ରାଜସ୍ଥାନ ରୟାଲ୍ସ ଟିମ୍ ଶୁଭମ୍ ଦୁବେଙ୍କୁ ୫ କୋଟି ୮୦ ଲକ୍ଷ ଟଙ୍କାରେ ନିଜ ଟିମ୍ ସାମିଲ୍ କରିଛି । ଯାହା ଶୁଭମ୍ କେବେ ଭାବି ନଥିଲେ । ସେ ଅନ୍ୟ ଖେଳାଳୀଙ୍କ ପରି ଆଇପିଏଲ ଖେଳିବା ସ୍ୱପ୍ନରେ ନିଜ ନାଁ ଭରିଥିଲେ ।
ସେ ଆହୁରି ମଧ୍ୟ କହିଛନ୍ତି, ସୟଦ୍ ମୁସ୍ତାକ୍ ଅଲି ଟି-୨୦ ରେ ଭଲ ପ୍ରଦର୍ଶନ କରିଥିଲି, ତେଣୁ ମୋତେ କୌଣସି ଟିମ୍ ନେବେ ବୋଲି ଆଶା ରଖିଥିଲି ହେଲେ ଏତେ ଟଙ୍କା… କୋଟିଏ ଟଙ୍କା ପାଇବି ବୋଲି ମୁଁ କେବେ ଭାବି ନଥିଲି । ଏବେ ମୋର ଦାୟିତ୍ୱ ବଢ଼ିଯାଇଛି । ଏଥସହ ସେ କହିଛନ୍ତି ଏହି ଖବର ପ୍ରଚାର ହେବା ପରେ ମୋ ପାଖକୁ ଅନେକ କଲ୍ ଆସୁଛି । ଫୋନ୍ ରିଙ୍ଗ୍ ହେବା ବନ୍ଦ ହେଉନି । ସ୍ଥାନୀୟ ରାଜନେତାଙ୍କ କଲ୍ ଆସୁଛି ଏବଂ ସେମାନେ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।
ତେବେ ଶୁଭମ୍ ଏହି ସଫଳତା ପଛରେ ରହିଛି ତାଙ୍କ ବାପାଙ୍କ ହାତ । ତାଙ୍କ ବାପା ହେଉଛନ୍ତି ରାଜେଶ୍ ଦୁବେ । ସେ ଜଣେ ବ୍ୟବସାୟୀ । ପୁଅ ଆଇପିଏଲ୍ରେ ମନୋନୀତ ହେବା ପରେ ବାପା କହିଛନ୍ତି, ମୋ ପୁଅ ଯେତେବଳେ ୪ ବର୍ଷ ବୟସରେ କ୍ରିକେଟ ଖେଳୁଥିଲା ତା ଖେଳ ଦେଖି ମୁଁ ବୁଝିଯାଇଥିଲି ଯେ ସେ କ୍ରିକେଟର ହେବା ପାଇଁ ଜନ୍ମ ହୋଇଛି । ପୁଅର ଏଭଳି ସଫଳତା ଦେଖି ବାପାର ଛାତି ଗର୍ବରେ ଫୁଲି ଯାଉଛି ।