ଅଜାଙ୍କ ମୃତ୍ୟୁ ପରେ ନାତୁଣୀ କଲା ଏଭଳି କାମ, ସେୟାର ନକରି ରହିପାରିଲେନି ଆଇଏଏସ ଅଧିକାରୀ

ଲକ୍ଷ୍ମୌର ଖୁସି ପ‌ାଣ୍ଡେ । ଯିଏ ଏକ ସଡ଼କ ଦୁର୍ଘଟଣାରେ ନିଜ ଅଜାଙ୍କୁ ହରାଇଥିଲେ। ସାଇକେଲ ଚଲାଇ ଘରକୁ ଫେରୁଥିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ କାର୍ ଧକ୍କାରେ ତାଙ୍କ ଅଜାଙ୍କର ଦେହାନ୍ତ ହୋଇଥିଲା। ଯାହାଫଳରେ ଘଟଣାସ୍ଥଳରେ ହିଁ ଖୁସିଙ୍କ ଅଜାଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ତେଣୁ ସଡ଼କ ଦୁର୍ଘଟଣାକୁ ଅଟକାଇବା ପାଇଁ ଖୁସି ସେବେଠାରୁ ଏଯାଏ ସାଇକେଲରେ ୧୫୦୦ ମାଗଣା ସେଫ୍ଟି ଲାଇଟ ଲାଗାଇ ସାରିଛନ୍ତି।

ଲକ୍ଷ୍ମୌ: ଲକ୍ଷ୍ମୌର ଖୁସି ପ‌ାଣ୍ଡେ । ଯିଏ ଏକ ସଡ଼କ ଦୁର୍ଘଟଣାରେ ନିଜ ଅଜାଙ୍କୁ ହରାଇଥିଲେ। ସାଇକେଲ ଚଲାଇ ଘରକୁ ଫେରୁଥିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ କାର୍ ଧକ୍କାରେ ତାଙ୍କ ଅଜାଙ୍କର ଦେହାନ୍ତ ହୋଇଥିଲା। ଯାହାଫଳରେ ଘଟଣାସ୍ଥଳରେ ହିଁ ଖୁସିଙ୍କ ଅଜାଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ତେଣୁ ସଡ଼କ ଦୁର୍ଘଟଣାକୁ ଅଟକାଇବା ପାଇଁ ଖୁସି ସେବେଠାରୁ ଏଯାଏ ସାଇକେଲରେ ୧୫୦୦ ମାଗଣା ସେଫ୍ଟି ଲାଇଟ ଲାଗାଇ ସାରିଛନ୍ତି।

ଅଜାଙ୍କ ମୃତ୍ୟୁ ପରେ ଖୁସିଙ୍କୁ ସହରର ମୁଖ୍ୟ ରାସ୍ତାମାନଙ୍କ‌ରେ ଏକ ପୋଷ୍ଟର ଧରି ଛିଡ଼ା ହୋଇଥିବା ଦେଖିବାକୁ ମିଳିଥାଏ। ଯେଉଁଥିରେ ‘ସାଇକେଲରେ ସେଫ୍ଟି ଲାଇଟ ଲଗାନ୍ତୁ’ ବୋଲି ଏକ ଲେଖାଥିବା କାର୍ଡ ଦେଖିବାକୁ ମିଳେ। ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ଖୁସିଙ୍କ ଏଭଳି ଏକ ପ୍ରାୟାସକୁ ସଭିଏଁ ପ୍ରଶଂସା କରିଛନ୍ତି।

ଏପଟେ ସୋସିଆଲ ମିଡିଆରେ ୟୁଜର୍ସମାନେ ପ୍ରତିକ୍ରିୟା ଦେଇ ଖୁସିଙ୍କ  ଉଦ୍ଯମକୁ ଖୁବ୍ ତାରିଫ୍ କରିଛନ୍ତି। ତେବେ ଆଇଏଏସ ଅଧିକାରୀ ଅୱନିଶ ଶରଣ  ନିକଟରେ ନିଜ ଟୁଇଟରରେ ଏହି ୨୨ବର୍ଷୀୟା ଯୁବତୀ ଖୁସିଙ୍କ ଭିଡିଓ ସେୟାର କରିଥିଲେ। ଯେଉଁ ଭିଡିଓରେ ଖୁସି ଦୁର୍ଘଟଣାକୁ ଅଟକାଇବା ପାଇଁ ରାସ୍ତାରେ ଯାଉଥିବା ସାଇକେଲ ଚାଳକଙ୍କୁ ଅଟକାଇ ତାଙ୍କ ସାଇକେଲରେ ସେଫ୍ଟି ଲାଇଟ ଲାଗାଉଥିବା ଦେଖିବାକୁ ମିଳୁଛି।