କଳାବଜାରୀର ପର୍ଦ୍ଦାଫାଶ କରିବା ପାଇଁ ଅଫିସର ହେଲେ ଚାଷୀ, ଶେଷରେ ଠକଙ୍କୁ ଧରିଲେ

ଜଣେ ଆଇଏଏସ୍ ଅଫିସର କଳାବଜାରୀକୁ ରୋକିବା ପାଇଁ ଏକ ଭିନ୍ନ ଉପାୟ ଆପଣାଇଲେ । ଚାଷ କାମରେ ହେଉଥିବା ଠକାମିର ପର୍ଦ୍ଦାଫାଶ କରିବା ପାଇଁ ଅଫିସରରୁ ହେଲେ ଚାଷୀ । ଏହି ଖବର ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ପ୍ରକୃତରେ ଦୋକାନରେ ଚାଷୀଙ୍କ ସହ ଯେଉଁଭଳି ଧୋକା ହେଉଛି , କିପରି ଠକାମିର ଶିକାର ହୋଇ ତାଙ୍କ ଟଙ୍କା ହଡ଼ପ ହେଉଛି । ସେ ସମସ୍ତ ତଥ୍ୟକୁ ଜାଣିବା ପାଇଁ ଅଫିସର ଜଣକ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହି ଖବର ବିଜୟୱାଡା ଅଞ୍ଚଳର । ଏହାର ସବକଲେକ୍ଟର ଜି ସୂର୍ଯ୍ୟ ପ୍ରବିଣ ଚାନ୍ଦଏଭଳି ନିଷ୍ପତ୍ତି ନେଇଛନ୍ତି ।

କିଛି ଦିନ ହେବ ତାଙ୍କ ପାଖକୁ ୟୁରିଆ ଏବଂ ଡିଏପିକୁ ନେଇ ଅନିୟମିତତା ଖବର ସାମ୍ନାକୁ ଆସିଥିଲା । ତେବେ ବଜାରକୁ ଠିକ ମାତ୍ରାରେ ଏହାକୁ ପଠାଯାଉଥିବା ବେଳେ ଦୋକାନୀ ମାନେ କଳାବଜାରୀ କରି ଏହାକୁ ଅଧିକ ଦାମରେ ଚାଷୀଙ୍କୁ ବିକ୍ରି କରୁଛନ୍ତି । ଯାହାର ପ୍ରମାଣ ଆଣିବା ପାଇଁ ଅଫିସର ଜଣକ ନିଜେ ଚାଷୀ ବେଶରେ ସେଠାକୁ ଯାଇଥିଲେ । ଦେଖନ୍ତୁ ଏହି ଫଟୋ ।

ଏହାପରେ ତାଙ୍କ ସାମ୍ନାକୁ କଳାବଜାରୀର ଅସଲ ଚିତ୍ର ଆସିଥିଲା । ଏହା ପାଇଁ ଅନେକ ଦୋକାନକୁ ସିଲ କରିଦିଆଯାଇଥିଲା । ଏହାସହ ଅନ୍ୟ ଦୋକାନୀଙ୍କୁ ଚେତାବନୀ ଦିଆଯାଇଥିଲା । ଠିକ ଦାମରେ ଫର୍ଟିଲାଇଜର ଚାଷୀଙ୍କୁ କୃଷି ଉତ୍ପାଦନ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ  ଆଇଏଏସ୍ ଅଫିସର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.