ମୋଷ୍ଟ ବିୟୁଟିଫୁଲ IAS ଅଫିସର, ଯିଏ ଟିନା ଡାବିଙ୍କୁ ପକାନ୍ତି ପଛରେ

ରାଜସ୍ଥାନ କ୍ୟାଡର ଆଇଏଏସ୍ ଟିନା ଡାବି ନିଜ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି । ସୋସିଆଲ ମିଡିଆରେ ଟିନାଙ୍କର ବହୁତ ଫ୍ୟାନ୍‌ ଫଲୋଇଙ୍ଗ୍‌ ଅଛନ୍ତି । ଲୋକମାନେ ସେମାନଙ୍କ ସହ ଜଡିତ ଅନେକ କଥା ଜାଣିବାକୁ ସୁବବେଳେ ଉତ୍ସାହ ରଖିଥାନ୍ତି । ଟିନା ମଧ୍ୟ ନିଜ ବ୍ୟକ୍ତିଗତ ଏବଂ ପ୍ରୋଫେସନାଲ ଜୀବନ ସହିତ ଜଡିତ ଜିନିଷ ଅପଡେଟ କରିବାକୁ ପଛଘୁଞ୍ଚା ଦିଅନ୍ତିନାହିଁ। କିନ୍ତୁ ଆପଣଙ୍କୁ ଜଣାଅଛି ଟିନା ଡାବିଙ୍କ ବ୍ୟତୀତ କିଛି ଏପରି ଲେଡି ଆଇଏଏସ୍ ଅଧିକାରୀ ଅଛନ୍ତି, ଯେଉଁମାନେ ଲୋକମାନଙ୍କ ମଧ୍ୟରେ ବହୁତ ଫେମସ୍‌। ଏହି ଅଧିକାରୀମାନେ ନିଜର ସୌନ୍ଦର୍ଯ୍ୟ ଏବଂ କାମ ପାଇଁ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ।

ତେବେ ଏମାନଙ୍କ ମଧ୍ୟରୁ ଜଣେ ସୁନ୍ଦରୀ ଆଇଏଏସ ଅଧିକାରୀଙ୍କ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ, ଯିଏ ମାତ୍ର ୨୩ ବର୍ଷ ବୟସରେ ଆଇଏଏସ ହୋଇଥିଲେ । ସେ ହେଉଛନ୍ତି ସ୍ମିତା ସଭରୱାଲ । ଆଇଏଏସ୍ ଅଧିକାରୀ ଭାବରେ ଆଦର୍ଶ କାର୍ଯ୍ୟ ପାଇଁ ସ୍ମୃତି ସଭରୱାଲ ଅନେକ ପ୍ରଶଂସା ଅର୍ଜନ କରିଛନ୍ତି । ସେ ସମଗ୍ର ଦେଶରେ ଆଇଏଏସ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଏକ ପ୍ରେରଣା । ସ୍ମିତା ହେଉଛି ୨୦୦୦ ବ୍ୟାଚର ଆଇଏଏସ ଟପ୍ପର । ସେ ଚତୁର୍ଥ ରାଙ୍କ ହାସଲ କରିଥିଲେ ।


ସ୍ମିତା ଅବସରପ୍ରାପ୍ତ ସେନା ଅଧିକାରୀ କର୍ଣ୍ଣେଲ ପି.କେ ଦାସ ଏବଂ ପୁରବି ଦାସଙ୍କ ଝିଅ । ସେ ହାଇଦ୍ରାବାଦର ସେଣ୍ଟ ଆନ୍, ମାର୍ରେଡପାଲୀରୁ ଦ୍ୱାଦଶ ଶେଷ କରିଥିଲେ । ସେ ତାଙ୍କ ଦ୍ୱାଦଶ ଶ୍ରେଣୀ (ଆଇସିଏସଇ ବୋର୍ଡ) ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହା ପରେ ସେ ସେଣ୍ଟ ଫ୍ରାନ୍ସିସ୍ କଲେଜ ଫର ୱୁମେନରୁ ବି.କମ୍ କରିଛନ୍ତି। ଆଇଏଏସ ପରୀକ୍ଷାର ପ୍ରଥମ ପ୍ରୟାସରେ ସ୍ମିତା ବିଫଳ ହୋଇଥିଲେ । ୨୦୦୦ ରେ ସେ ଦ୍ୱିତୀୟ ଥର ପାଇଁ ପରୀକ୍ଷା ଦେଲେ । ଏଥର ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହ ଚତୁର୍ଥ ରାଙ୍କ ହାସଲ କଲେ । ଆଉ ମାତ୍ର ୨୩ ବର୍ଷ ବୟସରେ ଏହି ସଫଳତା ପାଇଲେ ।

ଏହା ପରେ ସ୍ମିତା ତେଲେଙ୍ଗାନା କ୍ୟାଡର ଆଇଏଏସ୍ ପାଇଁ ତାଲିମ ନେଲେ । ସେ ଚିତୁରରେ ସବ୍-କଲେକ୍ଟର ରହିଲେ। ଏହା ବ୍ୟତୀତ ସେ କୁଡପା ଗ୍ରାମୀଣ ବିକାଶ ଏଜେନ୍ସିର ପ୍ରକଳ୍ପ ନିର୍ଦ୍ଦେଶକ, ୱାରଙ୍ଗାଲର ମ୍ୟୁନିସିପାଲିଟି କମିଶନର ତଥା କୁର୍ନୁଲର ଯୁଗ୍ମ କଲେକ୍ଟର ଭାବରେ କାର୍ଯ୍ୟ କରିଛନ୍ତି । ଯେଉଁଠାରେ ବି ସ୍ମିତାଙ୍କର ପୋଷ୍ଟିଂ କରାଯାଇଥିଲା, ସେଠାରେ ସେ ଲୋକଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ତାଙ୍କର ଇମେଜ୍‌ ସରକାରୀ କର୍ମଚାରୀଙ୍କ ଚିତ୍ରରେ ପରିଣତ ହୋଇଛି ।

ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସ୍ମିତା ଅନେକ ବଡ଼ ବଡ଼ ଦାୟିତ୍ୱ ତୁଲାଇଛନ୍ତି । ତେଲେଙ୍ଗାନା ରାଜ୍ୟରେ କରାଯାଇଥିବା ଅନେକ ସୁଧାର ପାଇଁ ସେ ଜଣାଶୁଣା । ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତ ହୋଇଥିବା ପ୍ରଥମ ମହିଳା ଆଇଏଏସ୍ ଅଧିକାରୀ । ବର୍ତ୍ତମାନ ସେ ତେଲେଙ୍ଗାନାର ସିଏମଙ୍କ ସଚିବ ଅଛନ୍ତି । ସେ ସଚିବ ସମେତ ଗ୍ରାମୀଣ ଜଳ ଯୋଗାଣ ବିଭାଗ ଏବଂ ମିଶନ ଭାଗୀରଥ ଭାବରେ ଅତିରିକ୍ତ ଦାୟିତ୍ୱ ସମ୍ଭାଳୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.