ଏଟିଏମ୍‌ ଭଳି ମେସିନ ତିଆରି କରିବାକୁ କେମିତି ଆସିଲା ଆଇଡିଆ, ଜାଣନ୍ତୁ ଏଟିଏମ୍‌ ସମ୍ପର୍କିତ କିଛି ରୋଚକ କଥା

ଅଟୋମେଟେଡ୍‌ ଟେଲର ମେସିନ ବା ଏଟିଏମ୍‌। ଏହି ମେସିନ୍‌ ପାଇଁ ଆମକୁ ଟଙ୍କା ପାଇଁ ଆଉ ବ୍ୟାଙ୍କରୋ ଲମ୍ବା ଲାଇନରେ ଛିଡା ହେବାକୁ ପଡୁନାହିଁ। ଆମକ ଟଙ୍କା ଦେବା ପାଇଁ ଧାଡି ଧାଡି ହୋଇ ଛିଡା ହୋଇଥାନ୍ତି ଏହି ଅଟୋମେଟେଡ୍‌ ଟେଲର ମେସିନ୍‌ ବା ଏଟିଏମ। ଏହି ଟଙ୍କା ଉଠାଇବା ମେସିନରୁ ଆମେ ଏତେ ବର୍ଷ ହେଲା ଟଙ୍କା ଉଠାଉଛନ୍ତି ଯେ ଆମକୁ ବୋଧହୁଏ ମନେ ନଥିବ ଯେ ପ୍ରଥମ ଥର ଏଟିଏମ୍‌ ସୁବିଧା ଆମକୁ କେବେ ମିଳିଥିଲା। ଆମ ମାନଙ୍କ ମଧ୍ୟରୁ ଅନେକ ଲୋକଙ୍କୁ ଏହା ଜଣାବି ନାହିଁ ଯେ ଏଟିଏମର ପୂରା ନାମ କଣ?

ଆପଣ କେବେ ମନରେ ଏହି କଥା କେବେ ଆସିଛି ଯେ କେମିତି ଆପଣ ଯେତେ ଆମାଉଣ୍ଟ ଏଣ୍ଟର କରିଦେଉଛନ୍ତି ସଙ୍ଗେ ସଙ୍ଗ ସେତେ ଟଙ୍କା ଏଟିଏମ ଆପଣଙ୍କୁ କେମିତି ଦେଇଦେଉଛି? ଏହି ମେସିନ ଭିତରକୁ ଟଙ୍କା ଆସୁଛି କେଉଁଠୁ? କେମିତି ଏହି ମେସିନ ଭିତରୁ ଲକ୍ଷ ଲକ୍ଷ ଟଙ୍କା ବାହାରୁଛି। ଏହି ମେସିନକୁ କିଏ ଆଉଡିଆ ଖର୍ଚ୍ଚ କରି ବନେଇଛି? କଣ ଏମିତି ପ୍ରଶ୍ନ ଆପଣଙ୍କ ମନକୁ କେବେ ଆସିଛି କି? ଯଦି ଆସିଥାଏ ତାହେଲେ ଆମର ଏ ଭିଡିଓକୁ ନିଶ୍ଚିତ ଦେଖନ୍ତୁ। କାହିଁକିନା ଆଜି ଆମେ ଏ ଭିଡିଓରେ ଏଟିଏମକୁ ନେଇ କିଛି କିଛି ରୋଚକ କଥା କହିବାକୁ ଯାଉଛୁ।

ସିଏଫଆଇ ମୁତାବକ ୨୭ ଜୁୁନ୍‌ ୧୯୬୭ ସେହି ତାରିଖ ଥିଲା, ଯେତେବେଳେ ଲଣ୍ଡନ ଏନଫିଲ୍ଡ କସବେରେ ଦୁନିଆର ପ୍ରଥମ ଏଟିଏମ ମେସିନ୍‌ ଲଗାଯାଇଥିଲା। ସବୁଠାରୁ ପ୍ରଥମ ବ୍ୟାଙ୍କ ଥିଲା ବାର୍କଲେଜ, ଯିଏ ପ୍ରଥମ ଥର ପାଇଁ ନିଜ ବ୍ରାଞ୍ଚରେ ଏହି ମେସିନ୍‌ ଲଗାଇଥିଲା। ଏହାପୂର୍ବରୁ ଜନ୍‌ ସେଫର୍ଡ ଏକ ପ୍ରିଣ୍ଟିଙ୍ଗ୍‌ ମେସିନକୁ ନେଇ କାମ କରୁଥିବାବେଳେ ପ୍ରଥମ ତର ଅଟୋମେଟେଡ କ୍ୟାସ୍‌ ସିଷ୍ଟମ ମେସିନ୍‌ ତିଆରି କରିଥିଲେ। ସବୁଠୁ ଖାସ୍‌ କଥା ହେଉଛି ଏହି ଏଟିଏମକୁ ଆବିଷ୍କାର କରିଥିବା ଜନ୍‌ ସେଫର୍ଡଙ୍କ ତାର ଭାରତରୁ ଯୋଡି ହୋଇଛି। ୧୯୨୫ରେ ତାଙ୍କ ଜନ୍ମ ମେଘାଳୟର ସିଲଙ୍ଗରେ ହୋଇଥିଲା।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏଟିଏମ ତିଆରି କରିବାର ଆଇଡିଆ ଚକୋଳେଟ୍‌ ମେସିନରୁ ଆସିଛି। ଯେତେବେଳେ ଜନ୍‌ ସେଫର୍ଡ ମିଡିଆକୁ ଏହି ସମ୍ପର୍କରେ ଜଣାଇଥିଲେ ସେ କହିଥିଲେ ଯେ ତାଙ୍କୁ ଏଟିଏମ ବନାଇବାର ପ୍ରେରଣା ଚକୋଲେଟ୍‌ ଭେଣ୍ଡିଙ୍ଗ୍‌ ମେସିନରୁ ମିଳିଥିଲା। ଏହି ଚକୋଲେଟ୍‌ ମେସିନରେ ଟଙ୍କା ଭରିବା ପରେ ମେସିନରୁ ଚକୋଲେଟ୍‌ ବାହାରିଆସେ।

ତେବେ ଆମ ଭାରତକୁ ଏହି ମେସିନ୍‌ କେବେ ଆସିଲା ସେ ସମ୍ପର୍କରେ ବି ଜାଣିବା। କିଛି ଲୋକ କୁହନ୍ତି ଏଟିଏମକୁ ଏନି ଟାଇମ୍‌ ମେସିନ୍‌ କୁହାଯାଏ। ସେହିଭଳି ଆଉ କିଛି କୁହନ୍ତି ଏହାକୁ ଅଟୋମେଟେଡ୍‌ ଟାଇମ୍‌ ମେସିନ୍‌ କୁହାଯାଏ। କିନ୍ତୁ ଲୋକଙ୍କର ଏହି ନାମକରଣକୁ ସାଇଡ୍‌ କରି ଯଦି ଏହାର ପ୍ରକୃତ ନାମ କଣ ଜାଣିବା ତାହେଲେ ଏଟିଏମର ଅସଲ ନାମ ହେଉଛି ଅଟୋମେଟେଡ୍‌ ଟେଲର ମେସିନ। ଏହା ଆମ ଦେଶରେ ୧୯୮୭ ବେଳକୁ ପ୍ରାୟ ଆସିଯାଇଥିଲା। ଆଜ୍ଞା ହଁ, ୮୦ ଦଶକରେ ହିଁ ଭାରତୀୟ ଏହି ମେସିନର ବ୍ୟବହାର କରିବା ଆରମ୍ଭ କରିଦେଇଥିଲେ। ସେହି ସମୟରେ ଏଚଏସବିସିର ମୁମ୍ବାଇ ବ୍ରାଞ୍ଚରେ ପ୍ରଥମ ଥର ଏଟିଏମର ଆରମ୍ଭ ହୋଇଥିଲା। ଆଉ ସାଧାରଣ ଲୋକଙ୍କ ପାଖକୁ ପହଁଚିବାକୁ ଏହାକୁ ପ୍ରାୟ ୨୦ରୁ ଅଧିକ ବର୍ଷ ଲାଗିଗଲାଣି। ଏହାପରେ ଏଟିଏମର ଆବଶ୍ୟକତା ସେତେବେଳେ ଆହୁରି ଅଧିକ ବଢ଼ିଗଲା ଯେତେବେଳେ ଦେଶର ବିମୁଦ୍ରୀକରଣ କରାଯାଇଥିଲା। ଏହି ସମୟରେ ଏଟିଏମ୍‌ ଭାରତୀୟଙ୍କୁ ଅନେକ ସାହାଯ୍ୟ କରିଛି।

Leave A Reply

Your email address will not be published.