ଦୁଶ୍ଚିନ୍ତାରୁ ଯଦି ବୈବାହିକ ଜୀବନରେ ପଡ଼ୁଥାଏ ପ୍ରଭାବ, ଜାଣି ନିଅନ୍ତୁ ଚାଣକ୍ୟ ନୀତି

ଚାଣକ୍ୟ ନୀତି କୁହେ ଭଲ-ମନ୍ଦର ଭେଦ ଯଦି ଜାଣୁପାରୁନାହଁ, ତେବେ ହାନି ହେବାରୁ କେହି ଆପଣଙ୍କୁ ବଞ୍ଚାଇ ପାରିବେ ନାହିଁ । ମିତ୍ର ବେଶରେ ବି ଶତ୍ରୁ ଆସି ପାରନ୍ତି । ଚାଣକ୍ୟ ନୀତି ବ୍ୟକ୍ତିକୁ ଜୀବନରେ ସଫଳ ବନାଇବା ପାଇଁ ପ୍ରେରିତ କରିଥାଏ । ଏହା ଆପଣଙ୍କୁ ଅନ୍ଧାରରୁ ଆଲୋକକୁ ନେଇଥାଏ । ତେଣୁ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଚାଣକ୍ୟଙ୍କ କଥାର ପ୍ରାସଙ୍ଗିକତା ଏବେବି ରହିଛି ।

ଚାଣକ୍ୟ କୁହନ୍ତି ବୈବାହିକ ଜୀବନ ସୁଖକର,ପ୍ରସନ୍ନ ଓ ଚିନ୍ତାମୁକ୍ତ ହେବା ଦରକାର । ବୈବାହିକ ଜୀବନ ସୁଖକର ହେଲେ ବ୍ୟକ୍ତି ଶୀଘ୍ର ସଫଳତା ହାସଲ କରିଥାଏ । ଯେଉଁ ବ୍ୟକ୍ତିର ଜୀବନ ଦୁଃଖ, ଚିନ୍ତା ଓ କଳହପୂର୍ଣ୍ଣ ହୋଇଥାଏ ସେମାନଙ୍କର ଭାଗ୍ୟ ମଧ୍ୟ ସାଥୀ ଦେଇନଥାଏ । କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବା ପାଇଁ ବ୍ୟକ୍ତିର ସୁଖକର ଦାମ୍ପତ୍ୟ ଜୀବନ ହେବା ଦରକାର । ଆଚାର୍ଯ୍ୟ ଚାଣକ୍ୟ ବୈବାହିକ ଜୀବନକୁ ସୁଖକର କରିବା ପାଇଁ କିଛି ଏପରି କଥା କହିଛନ୍ତି । ଆସନ୍ତୁ ଜାଣିବା ଚାଣକ୍ୟଙ୍କ ଏହି ଅମୃତବାଣୀ ।

୧. ଭାବର ଆଦାନ ପ୍ରଦାନ କରନ୍ତୁ : ଚାଣକ୍ୟ କୁହନ୍ତି ଦାମ୍ପତ୍ୟ ଜୀବନରେ ଭାବର ଆଦାନ ପ୍ରଦାନ ନିହାତି ଜରୁରୀ । ଯେତେବେଳେ ପତି-ପତ୍ନୀ ନିଜ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରନ୍ତି ସେତେବେଳେ ସମ୍ପର୍କ ଗଭୀର ହୋଇଥାଏ । ଚାଣକ୍ୟ କୁହନ୍ତି ଭାବର ଆଦାନ ପ୍ରଦାନ ଯୋଗୁ ଜୀବନରେ ବଡ଼ ବଡ଼ ସମସ୍ୟା ସୁଧୁରି ଯାଇଥାଏ ।

୨. ନିଜ ମଧ୍ୟରେ ସମ୍ମାନର ଆଦାନ ପ୍ରଦାନ : ଚାଣକ୍ୟ କୁହନ୍ତି ଯେ ପତି-ପତ୍ନୀ ମଧ୍ୟରେ ସମ୍ମାନର ଆଦାନ ପ୍ରଦାନ ନିହାତି ଜରୁରୀ । ପତି-ପତ୍ନୀଙ୍କ ସମ୍ପର୍କ ବିଶ୍ୱାସ ଉପରେ ପ୍ରତିଷ୍ଠିତ ହୋଇଥାଏ । ତେଣୁ ପତି-ପତ୍ନୀଙ୍କ ମଧ୍ୟରେ ଆଦର ଓ ସମ୍ମାନ ନିହାତି ଜରୁରୀ ।

୩. ଅହଂକାର ଠାରୁ ଦୂରରେ ରହିବା ଜରୁରୀ : ଚାଣକ୍ୟ କୁହନ୍ତି ଅହଂକାର ଯେକୌଣସି ସମ୍ପର୍କକୁ କମଜୋର କରିଦେଇଥାଏ । ପତି-ପତ୍ନୀ ଙ୍କ ମଧ୍ୟରେ ପ୍ରେମ, ବିଶ୍ୱାସ ଓ ସମର୍ପଣ ଭାବ ରହିବା ଜରୁରୀ । ପତି-ପତ୍ନୀଙ୍କ ମଧ୍ୟରେ ଅହଂକାର ରହିଲେ ସମସ୍ୟା ଉପୁଜିଥାଏ । ଯାହା ପରେ ଭୟଙ୍କର ଅସୁବିଧା ସୃଷ୍ଟି କରିଥାଏ । ତେଣୁ ପତି-ପତ୍ନୀଙ୍କ ସମ୍ପର୍କ ସର୍ବଦା ଅହଂକାର ମୁକ୍ତ ହେବା ଦରକାର ।

Leave A Reply

Your email address will not be published.