ଆପଣଙ୍କ ଘରେ ଭୂତ-ପ୍ରେତ ନାହାନ୍ତି ତ! ଏମିତି କରିପାରିବେ ପରୀକ୍ଷା

ଦୁନିଆରେ ଭୂତ-ପ୍ରେତ ଅଛନ୍ତି କି ନାହିଁ ଏହି ପ୍ରଶ୍ନ ଦୀର୍ଘ ଦିନରୁ ରହିଆସିଛି। ଭାରତରେ ପ୍ରାଚୀନ ସମୟରୁ ହିଁ ଆତ୍ମା-ପରମାତ୍ମାଙ୍କୁ ବିଶ୍ୱାସ କରାଯାଏ। ଆମ ପୂର୍ବପୁରୁଷମାନେ ମଧ୍ୟ ଏହାକୁ ମାନନ୍ତି। କିଛି ଲୋକ ଭୂତ, ପ୍ରେତ, ଡାହାଣୀଙ୍କୁ ଦେଖିଥିବା ମଧ୍ୟ ଦାବି କରନ୍ତି। ତେବେ ଆଜି ଆସନ୍ତୁ ଜାଣିବା ୩ଟି ଏଭଳି ଉପାୟ ଯାହା ସାହାଯ୍ୟରେ ଆପଣ ଜାଣିପାରିବେ ଆପଣଙ୍କ ଆଖପାଖରେ କୌଣସି ଖରାପ ଶକ୍ତି ବା ଭୂତପ୍ରେତ ଅଛନ୍ତି କି ନାହାନ୍ତି।

୧. ଆପଣ ଯଦି କେବେ ଠିକ୍‌ ରାତି ୧ଟା ବେଳେ ଘର ବାଥ୍‌ରୁମ୍‌କୁ ଯାଆନ୍ତି ଓ ଠିକ୍‌ ସେହି ସମୟରେ ବାଥ୍‌ରୁମ୍‌ର ପାଣି ହଲୁଥିବା ଦେଖିବାକୁ ମିଳେ। ଏଥିସହ ଲାଇଟ୍‌ ବାରମ୍ବାର ଯିବା ଆସିବା କରୁଥାଏ, ଗେଟ୍‌ ଖୋଲିବା ଶବ୍ଦ ହେଉଥାଏ ଓ କୁକୁର ଭୁକିବା ସ୍ୱର ଏକାସଙ୍ଗେ ଶୁଣାଯାଉଥାଏ। ତେବେ ନିଶ୍ଚିତ ହୋଇଯାଆନ୍ତୁ ଯେ ଆପଣଙ୍କ ଘରେ କେହି ଅଛି। କିନ୍ତୁ ଡରନ୍ତୁ ନାହିଁ ସେ ଆପଣଙ୍କର କିଛି କ୍ଷତି କରିବ ନାହିଁ।

ghost

୨. ଯେତେବେଳେ ବି ଆପଣ ସେଣ୍ଟ କିମ୍ବା ପରଫ୍ୟୁମ୍‌ ଲଗାନ୍ତି ଓ କୌଣସି ଶ୍ମଶାନ ପାଖ ଦେଇ ଗତି କରନ୍ତି ତେବେ ଅନୁଭବ କରିପାରିବେ ଯେ ଆପଣଙ୍କ ପରଫ୍ୟୁମ୍‌ର ସୁଗନ୍ଧ ଅଧିକ ମହକୁଛି। ଏହାର ମୁଖ୍ୟ କାରଣ ହେଉଛି କୌଣସି ଆତ୍ମା ଏହି ପରଫ୍ୟୁମ୍‌ ସୁଗନ୍ଧ ଶୁଙ୍ଘିବା ପାଇଁ ଆପଣଙ୍କ ପାଖରେ ଯାଉଛି। ଆପଣ ଏହାକୁ ସହଜରେ ଅନୁଭବ କରିପାରିବେ।

୩. ଯଦି ଆପଣ ରାତିରେ କୌଣସି ଶୁନଶାନ ରାସ୍ତାରେ ଯାଉଛନ୍ତି ଓ ଏହି ସମୟରେ ରାସ୍ତାରେ କେହି ନାଚୁଥିବା ଓ ଗାଉଥିବା ଲୋକ ଦିଶେ, ତେବେ ନିଶ୍ଚିତ ହୋଇଯାଆନ୍ତୁ ଯେ ଏହା ଏକ ଆତ୍ମା। କିନ୍ତୁ ଡରନ୍ତୁ ନାହିଁ। ମାତ୍ର ଧ୍ୟାନ ରଖନ୍ତୁ ସେମାନଙ୍କ ସାମ୍ନାରେ ଜମାରୁ ମୁହଁ ଖୋଲନ୍ତୁ ନାହିଁ। ସେମାନେ ଆପଣଙ୍କୁ ଯାହା ବି ପ୍ରସାଦ ଦେଉଛନ୍ତି ତାହାକୁ ନିଅନ୍ତୁ, କିନ୍ତୁ କେବେ ବି ଖାଆନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.