କେବେ ଭାବିଛନ୍ତି କି ଚନ୍ଦ୍ର ନ ଥିଲେ କଣ ହୋଇଥାନ୍ତା, ଆସନ୍ତୁ ଜାଣିବା
ନିକଟରେ ବୈଜ୍ଞାନିକ ମାନେ ଗବେଷଣା ମାଧ୍ୟମରେ ବାହାର କରିଛନ୍ତି ଯେ ପୃଥିବୀର ଉପଗ୍ରହ ଯଦି ଚନ୍ଦ୍ର ହୋଇନଥାନ୍ତା ବା ସୌର ଚକ୍ରରେ ଚନ୍ଦ୍ର ନଥାନ୍ତା ତେବେ ତେବେ କି କି ଅସୁବିଧା ହୋଇଥାନ୍ତା । ଆସନ୍ତୁ ସେ ସମ୍ବନ୍ଧରେ କିଛି ଜାଣିବା:
-ସେମାନଙ୍କ ଅନୁସାରେ ଚନ୍ଦ୍ର ନଥିଲେ ହୁଏତ ସମୁଦ୍ରରେ ଜୁଆର ଭଟ୍ଟା କେବେ ବି ଆସିନଥାନ୍ତା । କାରଣ ଚନ୍ଦ୍ରର ମଧ୍ୟାକର୍ଷଣ ଶକ୍ତି ଯୋଗୁଁ ହିଁ ସମୁଦ୍ରରେ ଜୁଆର ଓ ଭଟ୍ଟା ଦିନକୁ ଦୁଇ ଥର ପଡିଥାଏ । ସାଧାରଣତ ଉଚ୍ଚ ଜୁଆର ମାନଙ୍କ ଦ୍ୱାରା ହିଁ ସମୁଦ୍ରରୁ ବିଭିନ୍ନ ନାନାଦି ଖଣିଜ ପଦାର୍ଥ ଓ ପୋଷାକ ତତ୍ତ୍ୱ ଭୂମି ମଧ୍ୟକୁ ଆସିପାରିଥାଏ।
୧-ସ୍ଥଳ ଭୂମି ଓ ସମୁଦ୍ର ମଧ୍ୟରେ ଆଦାନ ପ୍ରଦାନ ହୋଇପାରୁଥିବାରୁ ଉଭୟ ଥିରେ ବଂଚି ପାରୁଥିବା ଜୀବ ମାନଙ୍କୁ ଏହି ତତ୍ତ୍ୱ ମିଳିପାରିଥାଏ। ଫଳରେ ସ୍ଥଳ ଭୂମି ମାନଙ୍କରେ ମଣିଷ ସମେତ ଅନ୍ୟ ଜୀବ ମାନଙ୍କର ବଂଚିବା ସହଜ ହୋଇଥାଏ।ଗଭୀର ସମୁଦ୍ର ମଧ୍ୟରେ ବଂଚୁଥିବା ଜୀବ ମାନଙ୍କୁ ମଧ୍ୟ ସ୍ଥଳ ଭୂମିର ଗଛିତ ପଦାର୍ଥ ମାନ ପାଇପାରିଥାନ୍ତି । ବିନା ଜୁଆର ଓ ଭଟ୍ଟା ଯୋଗୁଁ ଏହି ପ୍ରକ୍ରିୟା ଆବଶ୍ୟକତା ଠାରୁ ଧୀର ହୋଇଯାଇଥାନ୍ତା।
୨-ଏହା ବାଦ ବିଶ୍ୱରେ ହୁଏତ ପ୍ରାଣୀ ଜାତିର ସୃଷ୍ଟି ହୋଇପାରିନଥାନ୍ତା। ଜହ୍ନ ବିନା ହୁଏତ ପୃଥିବୀରେ ଗୋଟେ ଦିନ ପ୍ରାୟ ୬ ରୁ ୧୨ ଘଣ୍ଟା ହୋଇଥାନ୍ତା। ଆହୁରି ଗୋଟେ ଦିନର ସମୟରେ ମଧ୍ୟ ପରିବର୍ତନ ହୋଇନଥାନ୍ତା। ଆହୁରି ବି ହୁଏତ ଗୋଟେ ବର୍ଷରେ ୩୬୫ ଦିନ ବଦଳରେ ୧୦୦୦ରୁ ଅଧିକ ହୋଇଥାନ୍ତା।
ଏହା ସହ ପଢନ୍ତୁ:୯୫ ପ୍ରତିଶତ ସଫଳ ମିଶନ୍ ଚନ୍ଦ୍ରାୟନ-୨, ପୁଣି ଥରେ ଲ୍ୟାଣ୍ଡର ସହ ସମ୍ପର୍କ ସ୍ଥାପନ ନେଇ ଉଦ୍ୟମ ଜାରି
୩- ବୈଜ୍ଞାନିକ ମାନଙ୍କ ଗବେଷଣା ଅନୁଯାୟୀ ଆମ ସୌର ମଣ୍ଡଳକୁ ପ୍ରାୟ ୪୫୦ କୋଟି ବର୍ଷ ହେଲାଣି । ଏହି ମଣ୍ଡଳରେ ଖାଲି ପୃଥିବୀ ସୂର୍ଯ୍ୟ ଚାରିପଟେ ଘୁରି ନଥାଏ, ପୃଥିବୀ ଚାରିପଟେ ତାର ଉପଗ୍ରହ ଚନ୍ଦ୍ର ମଧ୍ୟ ଘୁରିଥାଏ ।
୪-ପୃଥିବୀର ଏକ ମାତ୍ର ଉପଗ୍ରହ ଚନ୍ଦ୍ର ସମଗ୍ର ସୌରମଣ୍ଡଳର ଅନ୍ୟାନ ଉପଗ୍ରହ ମାନଙ୍କ ଭିତରେ ଆକାରରେ ସବୁଠାରୁ ବଡ ଓ ପ୍ରକାଣ୍ଡ କାୟ ।ରାତ୍ରିର ଅନ୍ଧକାର ସମୟରେ ଏହାର ଆଲୋକ ହିଁ ଚାରି ପାର୍ଶ୍ୱକୁ ଆଲୋକିତ କରିଥାଏ ଓ ପୃଥିବୀ ପୃଷ୍ଠର ଉତ୍ତାପ ମଧ୍ୟ ବଢ଼ାଇ ଥାଏ ।
୫-ବିଭିନ୍ନ ଚାଷ ବାସ ପ୍ରକ୍ରିୟାରେ ମଧ୍ୟ ଏହାର ଆଲୋକ କିଂଚିତ ମାତ୍ରାରେ ସହାୟତା କରିଥାଏ ।
୬-ମହିଳା ମାନଙ୍କ ଋତୁଚକ୍ର ମଧ୍ୟ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଚନ୍ଦ୍ର ସହ ଜଡିତ ଓ ଏହା ଦ୍ୱାରା ପ୍ରଭାବିତ ମଧ୍ୟ ହୋଇଥାଏ।
୭-ଚନ୍ଦ୍ରର ଅନୁପସ୍ଥିତିରେ ହୁଏତ ବର୍ଷକରେ ଦେଖାଯାଉଥିବା ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗ ହୋଇପାରିନଥାନ୍ତା । କାରଣ ଏହି ଉଭୟ ପାଇଁ
୮-ସୂର୍ଯ୍ୟ, ଚନ୍ଦ୍ର, ଓ ପୃଥିବୀ ଏହି ୩ଟିର ଆବଶ୍ୟକତା ପଡିଥାଏ।
୯-ଚନ୍ଦ୍ର ନଥିଲେ ଏହି ଗୁରୁତ୍ୱ ପୂର୍ଣ୍ଣ ଘଟଣା ମାନ ଘଟି ପାରିନଥାନ୍ତା । ଏହା ସାଧାରଣ ମନୁଷ୍ୟ ସମେତ ପୁରା ଜୀବ ଜଗତର କେତେ ଯେ ଅସୁବିଧା ହୋଇଥାନ୍ତା ତାହା ସହଜେ ଅନୁମେୟ ।