ପତି ପତ୍ନୀଙ୍କ ମଧ୍ୟରେ ବିନା କାରଣରେ ଯଦି ଝଗଡ଼ା ହେଉଥାଏ, ଏହି ୭ ଟି ବାସ୍ତୁ ଉପାୟ ଆପଣଙ୍କ ପାଇଁ ହେବ ଚମତ୍କାର

କୌଣସି କାରଣ ନଥାଇ ବି ଅଧିକାଂଶ ଘରେ ଝଗଡ଼ା ଲାଗିଥାଏ । ଏହାଦ୍ୱାରା ମାନସିକ ଚାପ ଯୋଗୁ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ । ଝଗଡ଼ା ଯୋଗୁ ସମ୍ପର୍କ ମଧ୍ୟ ଖରାପ ହେବାକୁ ବସିଥାଏ । ତେବେ ଏଥିପାଇଁ କିଛି ବାସ୍ତୁ ଦୋଷକୁ ଧରାଯାଇଥାଏ । ଯଦି ଆପଣଙ୍କ ପାର୍ଟନରଙ୍କ ସହ ସର୍ବଦା ଝଗଡ଼ା ଲାଗୁଥାଏ ତେବେ ଆପଣାନ୍ତୁ ଏମିତି କିଛି ଖାସ୍‌ ବାସ୍ତୁ ଉପାୟ । ଫଳରେ ଘରେ ଶାନ୍ତି ଫେରି ଆସିବା ସହ ପତି ପତ୍ନୀଙ୍କ ମଧ୍ୟରେ ସମ୍ପର୍କରେ ସୁଧାର ଆସିବ ।

୧. ଘରେ ମଝିରେ ମଝିରେ ହୋମ କରନ୍ତୁ । ଏହାଯୋଗୁ ନକରାତ୍ମକ ପ୍ରଭାବ ଦୁର ହୋଇ ବାତାବରଣ ଶୁଦ୍ଧ ହୋଇଥାଏ । ଏହାଛଡ଼ା ଘରେ ସକାଳ ଓ ସନ୍ଧ୍ୟାରେ ଦୀପ ଲଗାନ୍ତୁ । ଯଦି ସମ୍ଭବ ସମସ୍ତେ ମିଶିକରି ପୂଜା ବ୍ରତ ପାଳନ କରନ୍ତୁ । ଏହା ଦ୍ୱାରା ଘରେ ସମ୍ପର୍କରେ ସୁଧାର ଆସିଥାଏ ।

୨. ତୁଳସୀ ଚଉଁରା ମୂଳେ ସର୍ବଦା ସନ୍ଧ୍ୟା ଓ ସକାଳେ ଦୀପ ଜଳାନ୍ତୁ । ଘରର ବାସ୍ତୁ ଦୋଷ ଦୂର ହେବ ।

୩. ଘରେ ଯଦି ଦୁଇଟି ଦ୍ୱାର ଅଛି ତେବେ ସର୍ବଦା ମୁଖ୍ୟ ଦ୍ୱାର ଦେଇ ଯିବା ଆସିବା କରନ୍ତୁ ।

୪. ଶାସ୍ତ୍ରରେ ପୂର୍ଣ୍ଣିମାକୁ ବହୁତ ଶୁଭ ମନାଯାଏ । ପୂର୍ଣ୍ଣିମାରେ ପୁରା ଘରେ ଗଙ୍ଗା ଜଳ ସିଞ୍ଚନ କରନ୍ତୁ । ଏହାଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହେବ ।

୫. ଘରୁ ନକରାତ୍ମକ ଶକ୍ତି ଦୂର କରିବା ପାଇଁ ପାଣିରେ ଲୁଣ ପକାଇ ଘର ପୋଛନ୍ତୁ ।

୬. ଫେଙ୍ଗଶୁଇରେ ଲାଫିଙ୍ଗ ବୁଦ୍ଧଙ୍କୁ ଲକି ମନାଯାଏ । କୁହାଯାଏ ଯେଉଁ ଘରେ ଲାଫିଙ୍ଗ ବୁଦ୍ଧ ଥାଏ ସେ ଘରେ ସର୍ବଦା ସୁଖ ଲାଗି ରହିଥାଏ ।

୭. ତମ୍ବା କିମ୍ବା ପିତ୍ତଳରେ ନିର୍ମିତ କଇଁଛ ଘରେ ରଖିବା ଶୁଭ ହୋଇଥାଏ । ଏହାକୁ ଉତ୍ତର ଦିଗରେ ପାଣିରେ ରଖିବା ଦ୍ୱାରା ଘରୁ ସମସ୍ୟା ଦୂର ହେବା ସହ ଘରକୁ ଧନ ଆଗମନ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.