ମୃତ୍ୟୁ ସମୟରେ ବ୍ୟକ୍ତିଙ୍କ ପାଖରେ ରଖନ୍ତୁ ଏହିସବୁ ଜରୁରୀ ଜିନିଷ, ଯମଲୋକ ନୁହେଁ ବରଂ ମିଳିଥାଏ ସ୍ୱର୍ଗ ଲୋକ
ଗରୁଡ଼ ପୁରାଣ ଅନୁସାରେ ମୃତ୍ୟୁ ସମୟରେ ପାଖରେ କିଛି ଜିନିଷ ପାଖରେ ଥିଲେ ତେବେ ବ୍ୟକ୍ତିଙ୍କୁ ସ୍ୱର୍ଗ ଲୋକ ପ୍ରାପ୍ତ ହୋଇଥାଏ। ଏମିତିରେ ମୃତ ବ୍ୟକ୍ତିର ଶ୍ରାଦ୍ଧ କର୍ମ ମଧ୍ୟ କରିବାର ଆବଶ୍ୟକତା ନାହିଁ। ଆଜି ଜାଣନ୍ତୁ ପିତୃ ପକ୍ଷରେ ଥିବା କିଛି ନିୟମ ସମ୍ପର୍କରେ..
ମୃତ ବ୍ୟକ୍ତିର ଆତ୍ମାକୁ ଶାନ୍ତି ପ୍ରଦାନ କରିବା ପାଇଁ ପିତୃ ପକ୍ଷରେ ପିଣ୍ଡଦାନ କରାଯାଏ। ତର୍ପଣ କରିବା ଏହି ସମୟରେ ବହତୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏମିତିରେ ପୂର୍ବଜଙ୍କୁ ସ୍ୱର୍ଗ ପ୍ରାପ୍ତି ହୋଇଥାଏ। ତେବେ କିଛି ଜିନିଷ ରହିଛି ଯାହା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାକୁ ବ୍ୟକ୍ତିଙ୍କର ମୃତ୍ୟୁ ସମୟ ପାଖାପାଖି ଆସିବା ସମୟରେ ରଖିଲେ ବ୍ୟକ୍ତି ଜଣକ ଆତ୍ମା ମୁକ୍ତି ପାଇଥାଏ। ସେମାନେ ସ୍ୱର୍ଗଲୋକ ଗମନ କରିଥାନ୍ତି।

ଏବେ ଜାଣନ୍ତୁ ସେହି ସବୁ ଜିନିଷ ସମ୍ପର୍କରେ ଯାହା ସ୍ୱର୍ଗ ଲୋକକୁ ଯିବା ପାଇଁ ବାଟ ଖୋଲିଥାଏ।
ତୁଳସୀ:
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମୃତୁ୍ୟୁ ସମୟରେ ୁବ୍ୟକ୍ତିଙ୍କ ପାଖରେ ଏହାକୁ ରଖିଲେ ଅତ୍ୟନ୍ତଶୁଭ ହୋଇଥାଏ। ତେଣୁ ପାଖରେ ତୁଳସୀ ଗଛ ରଖନ୍ତୁ। ଏହାସହ ପତ୍ରକୁ ସେହି ବ୍ୟକ୍ତିଙ୍କ ପାଟି ଓ ମଥାରେ ରଖିଦିଅନ୍ତୁ। ଏମିତି କଲେ ମୃତ ବ୍ୟକ୍ତି କେବେ ବି ଯମ ଲୋକକୁ ଯାଇନଥାନ୍ତି।
ଗଙ୍ଗା ଜଳ:
ହିନ୍ଦୁ ଧର୍ମରେ ଗଙ୍ଗା ଜଳ ବହୁତ ଶୁଭ ହୋଇଥାଏ। ଗରୁଡ଼ ପୁରାଣରେ ମୃତ ବ୍ୟକ୍ତିଙ୍କ ପାଟିରେ ଗଙ୍ଗା ଜଳ ଦେବା ଉଚିତ ହୋଇଥାଏ। ଏମିତିରେ ସେମାନଙ୍କ ପାପ ନାଶ ହୋଇଯାଏ। ମାନ୍ୟତା ରହିଛି ଯେ ଗଙ୍ଗାରେ ଅସ୍ଥି ବିସର୍ଜନ କରିବା ଦ୍ୱାରା ମୃତକ ସ୍ୱର୍ଗ ଲୋକ ପାଇଥାନ୍ତି।
କୁଶ:
ହିନ୍ଦୁ ଧର୍ମରେ କୁଶକୁ ଅତ୍ୟନ୍ତ ଶୁଭ ମନାଯାଇଛି। ପୂଜା ପାଠରେ କୁଶର ଉପଯୋଗ ହୋଇଥାଏ। ମାନ୍ୟତା ରହିଛି ଯେ କୁଶର ସୃଷ୍ଟି ଭଗବାନ ବିଷ୍ଣୁଙ୍କ ଲୋମ ରୁ ହୋଇଛି। ତେଣ ୁ ମୃତ ବ୍ୟକ୍ତିଙ୍କ ପାଖରେ କୁଶ ରଖିଲେ ତାହା ଉପରେ ଶୁଆଇଲେ ବ୍ୟକ୍ତିଜଣକର ଶ୍ରାଦ୍ଧ କରିବାର ଆବଶ୍ୟକତା ନଥାଏ।
ରାସି:
ରାସିକୁ ଶ୍ରାଦ୍ଧ ପକ୍ଷରେ ଅତ୍ୟନ୍ତ ଶୁଭ ମନାଯାଏ। ପିତୃପୁରୁଷଙ୍କୁ କଳା ରାସିରେ ଜଳ ଅର୍ପଣ କରିବା ଉଚିତ ମନାଯାଏ। ଏମିତିରେ ତାଙ୍କ ଠାରୁ ଅସୁର ଦୈତ୍ୟ, ଦାନବ ସମସ୍ତେ ଦୂର ରହିଥାନ୍ତି।