ଦୀପାବଳି ସଫେଇ କରିବା ବେଳେ ଯଦି ଏସବୁ ଜିନିଷ ପାଉଛନ୍ତି, ତେବେ ବର୍ଷିବ ମହାଲକ୍ଷ୍ମୀଙ୍କ ଆଶୀର୍ବାଦ

କେବଳ ହିନ୍ଦୁ ଧର୍ମରେ ନୁହେଁ, ବରଂ ସବୁ ଧର୍ମରେ ଦୀପାବଳି ପର୍ବ ଖୁବ୍‌ ଆଡ଼ମ୍ବର ସହକାରେ ପାଳିତ ହୋଇଥାଏ। ପ୍ରତିବର୍ଷ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ପାଳିତ ହୁଏ ଆଲୋକର ପର୍ବ ଦୀପାବଳି। ଚଳିତବର୍ଷ ୪ ନଭେମ୍ବର, ୨୦୨୧ରେ ଗୁରୁବାର ଦିନ ଦୀପାବଳି ପଡ଼ୁଛି। ମାନ୍ୟତା ରହିଛି ଯେ ମା’ ଲକ୍ଷ୍ମୀଙ୍କୁ ପରିଷ୍କାର ପରିଚ୍ଛନ୍ନତା ଖୁବ୍‌ ପସନ୍ଦ। ଏଣୁ ଯେଉଁ ସ୍ଥାନ ସଫାସୁତୁରା ରହିଥାଏ, ସେଠାରେ ଲକ୍ଷ୍ମୀଙ୍କ ବାସ ଥାଏ ବୋଲି ବିଶ୍ୱାସ ରହିଛି।

ଦୀପାବଳି ପୂର୍ବରୁ ଲୋକମାନେ ପ୍ରାୟତଃ ଘର ସଫା ସଫି କରିଥାନ୍ତି। ଆପଣ ବି ଏବେ ଠୁ ଘରକୁ ସଫା କରିବା ଆରମ୍ଭ କରି ଦେଇଥିବେଣି। ତେବେ ପରିଷ୍କାର କରିବା ବେଳେ ଘରୁ ଯଦି ଏହି ୫ଟି ଜିନିଷ ଅଚାନକ ମିଳେ, ତେବେ ବୁଝିଯାଆନ୍ତୁ ଯେ ମା’ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ବର୍ଷିବାକୁ ଯାଉଛି।

ଦୀପାବଳି ବେଳେ ଏସବୁ ଜିନିଷ ମିଳିବା ଶୁଭ ହୋଇଥାଏ:

  • ଘର ସଫା କରିବା ବେଳେ ଯଦି ପୁରୁଣା ପର୍ସ କିମ୍ବା ଡ୍ରେସ୍‌ ପକେଟ୍‌ରୁ ପଇସା ମିଳେ ତେବେ ଏହା ଅତ୍ୟନ୍ତ ଶୁଭ। ଏହି ଟଙ୍କାକୁ କୌଣସି ଧାର୍ମିକ କାର୍ଯ୍ୟରେ ଉପଯୋଗ କଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।
  • ଘର କିମ୍ବା ଠାକୁର ଘର ସଫା କରିବା ବେଳେ ଯଦି ବଇଁଶୀ କିମ୍ବା ମୟୂର ପୂଚ୍ଛ ମିଳେ, ତେବେ ତାହା ଶୁଭ ହୋଇଥାଏ। କୁହାଯାଏ, ଏସବୁ ଜିନିଷର ସମ୍ପର୍କ ଭଗବାନ ବିଷ୍ଣୁଙ୍କ ଶ୍ରୀ କୃଷ୍ଣ ଅବତାର ସହ ରହିଛି। ଏସବୁ ମିଳିଲେ ଘରେ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ବଜାୟ ରହେ।
  • ଘର ସଫେଇ ବେଳେ ଯଦି ଶଙ୍ଖ କିମ୍ବା କଉଡ଼ି ମିଳେ, ତେବେ ଏହାକୁ ଗଙ୍ଗାଜଳରେ ସ୍ନାନ କରାଇ ଧନ ରଖୁଥିବା ସ୍ଥାନରେ ରଖନ୍ତୁ। ଏହା ଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ।
  • ରୋଷେଇ ଘର ସଫା କରିବା ବେଳେ ଯଦି ସେହି ଚାଉଳ ମିଳୁଛି, ଯାହାକୁ ଆପଣ ସମ୍ପୂର୍ଣ୍ଣ ଭୁଲିଯାଇଛନ୍ତି। ତେବେ ଏହା ଆପଣଙ୍କ ପାଇଁ ଭାଗ୍ୟଶାଳୀ ହେବ।
  • ଘର ସଫା କରିବା ବେଳେ ଯଦି ସାଲୁ କପଡ଼ା ମିଳେ ତେବେ ଏହାକୁ ସମ୍ଭାଳି ରଖନ୍ତୁ। ମାନ୍ୟତା ରହିଛି ଯେ ଏହି ଲାଲ ସାଲୁ କନା ଆପଣଙ୍କ ଭବିଷ୍ୟତକୁ ରଙ୍ଗୀନ କରିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.