ପ୍ରଥମ ଥର ଗୁରୁବାର ବ୍ରତ ରଖୁଥିଲେ ନିଶ୍ଚୟ ମାନନ୍ତୁ ଏସବୁ ନିୟମ, ନଚେତ୍‌ ଅସନ୍ତୁଷ୍ଟ ହେବେ ଭଗବାନ

ହିନ୍ଦୁ ଧର୍ମରେ ସପ୍ତାହର ପ୍ରତ୍ୟେକଟି ଦିନ କୌଣସି ନା କୌଣସି ଭଗବାନଙ୍କୁ ସମର୍ପିତ ହୋଇଥାଏ। ସୋମବାର ମହାଦେବଙ୍କୁ, ମଙ୍ଗଳବାର ହନମାନଙ୍କୁ ଓ ବୁଧବାର ଗଣେଶଙ୍କୁ ସମର୍ପିତ ହୋଇଥାଏ। ସେହିପରି ଆଜି ଗୁରୁବାର ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରାଯାଏ। ଗୁରୁବାର ଦିନ ଭଗବାନଙ୍କୁ ସ୍ମରଣ କରି ବ୍ରତ ରଖିବା ଦ୍ୱାରା ସମସ୍ତ ମନୋକାମନା ପୂରଣ ହୋଇଥାଏ। କୁହାଯାଏ, ଯଦି ଜଣେ ଭଲ ମନରେ ଭଗବାନଙ୍କ ଆରାଧନା କରେ ତେବେ ଭଗବାନ ତାର ସମସ୍ତ ବିପତ୍ତି ଦୂର କରିଥାନ୍ତି। ତେବେ ଯଦି ଆଜି ଆପଣ ପ୍ରଥମ ଥର ପାଇଁ ଭଗବାନ ବିଷ୍ଣୁଙ୍କ ବ୍ରତ ରଖୁଥାନ୍ତି, ତେବେ କେତେକ ନିୟମ ପାଳନ କରିବା ନିହାତି ଆବଶ୍ୟକ।

ପୁରାଣ ଶାସ୍ତ୍ର ମୁତାବକ, ଯଦି ବ୍ରତ ଦିନ ଏସବୁ ନିୟମ ପାଳନ କରାନଯାଏ ତେବେ ଭଗବାନ ବିଷ୍ଣୁ ଅସନ୍ତୁଷ୍ଟ ହୋଇଥାନ୍ତି। ଏଣୁ ବ୍ରତ ରଖୁଥିଲେ ଏ ସମସ୍ତ ବିଷୟ ପ୍ରତି ଧ୍ୟାନ ରଖିବା ଉଚିତ୍‌। ଭଗବାନ ବିଷ୍ଣୁଙ୍କ ପ୍ରିୟ ରଙ୍ଗ ହଳଦିଆ ହୋଇଥିବାରୁ ଏହି ଦିନ ହଳଦିଆ ବସ୍ତ୍ର ପିନ୍ଧିବା ଶୁଭ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଭଗବାନ ବିଷ୍ଣୁଙ୍କ ପୂଜା କରିବା ସମୟରେ କେଉଁ କେଉଁ ବିଷୟ ପ୍ରତି ଧ୍ୟାନ ରଖିବା ଉଚିତ…

ଯଦି ଆପଣ ପ୍ରଥମ ଥର ପାଇଁ ବ୍ରତ ଆରମ୍ଭ କରିବାକୁ ଯାଉଛନ୍ତି ତେବେ ପୌଷ ମାସ ଗୁରୁବାରଠାରୁ ଆରମ୍ଭ କରନ୍ତୁ। ଗୁରୁବାର ଦିନ ପୁଷ୍ୟ ନକ୍ଷତ୍ର ଥିଲେ ବ୍ରତ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। କେବଳ ଏହି ଦିନ ନୁହେଁ, ଆପଣ ଚାହିଁଲେ ଯେ କୌଣସି ମାସର ଶୁକ୍ଳ ପକ୍ଷର ପ୍ରଥମ ଗୁରୁବାର ଠାରୁ ମଧ୍ୟ ବ୍ରତ ଆରମ୍ଭ କରିପାରିବେ। ଏହି ବ୍ରତ ୧୬ଟି ଗୁରୁବାର ରଖାଯାଏ।

କଦଳୀ ବର୍ଜନ କରନ୍ତୁ:

ଗୁରୁବାର ଦିନ ବିଷ୍ଣୁଙ୍କୁ ଆରାଧନା କରୁଥିଲେ ସେହି ଦିନ ଭୁଲରେ ବି କଦଳୀ ଖାଆନ୍ତୁ ନାହିଁ। ହିନ୍ଦୁ ଧର୍ମ ଅନୁସାରେ, କଦଳୀ ଗଛରେ ଭଗବାନ ବିଷ୍ଣୁ ବାସ କରନ୍ତି। ଏଣୁ ଗୁରୁବାର ଦିନ କଦଳୀ ଗଛ ମୂଳରେ ଜଳ ଅର୍ପଣ କରିବା ଉଚିତ।

ହଳଦିଆ ଦ୍ରବ୍ୟ ଦାନ କରନ୍ତୁ:

ମାନ୍ୟତା ରହିଛି ଯେ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ପୂଜାରେ ଗୁଡ଼, ହଳଦିଆ ପୋଷାକ, ଚଣା ଡାଲି ଓ କଦଳୀ ଅର୍ପଣ କରିବା ପରେ ଗରିବଙ୍କୁ ଦାନ କରିବା ଶୁଭ ହୋଇଥାଏ।

ଭାତ କିମ୍ବା ଖେଚୁଡ଼ି ଖାଆନ୍ତୁ ନାହିଁ:

ଯଦି ଆପଣ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ବ୍ରତ ରଖିଥାନ୍ତି ତେବେ ସେଦିନ କେବଳ ହଳଦିଆ ଭୋଜନ ହିଁ ଗ୍ରହଣ କରନ୍ତୁ । ଏହି ଦିନ ଭୁଲରେ ବି କଳା ଡାଲିର ଖେଚୁଡ଼ି କିମ୍ବା ଭାତ ଖାଆନ୍ତୁ ନାହିଁ। ବିଶ୍ୱାସ ରହିଛି ଯେ ଏହି ଦିନ ଭାତ ଖାଇଲେ ଧନ ହାନି ହୋଇଥାଏ। ଏହି ଦିନ ପୂଜା ବେଳେ ଭାତ ଜାଗାରେ ରାଶି ଅର୍ପଣ କରନ୍ତୁ।

ଗାଈଙ୍କୁ ରୁଟି ଦିଅନ୍ତୁ:

ଗୁରୁବାର ଦିନ ଗାଈଙ୍କୁ ରୁଟି ଖାଇବାକୁ ଦେବା ଅତ୍ୟନ୍ତ ଶୁଭ ହୋଇଥାଏ। ଶାସ୍ତ୍ର ଅନୁସାରେ, ଏହି ବାରରେ ଗାଈଙ୍କୁ ରୁଟି ଓ ଗୁଡ଼ ଖୁଆଇଲେ ସମସ୍ତ କଷ୍ଟ ଦୂର ହୁଏ।

ନଖ ଓ ଚୁଟି କାଟନ୍ତୁ ନାହିଁ:

ଗୁରୁବାର ଦିନ ନଖ ଓ ଚୁଟି କାଟିଲେ କୁଣ୍ଡଳୀରେ ଥିବା ଗୁରୁ ଦୁର୍ବଳ ହୋଇଯାଆନ୍ତି। ଫଳରେ ଧନ ହାନି ହୁଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.