ସବୁ ଚିନ୍ତା ଛାଡ଼ି ରାତିରେ କେବଳ ଶୋଇବା କଥା ଭାବନ୍ତୁ, ଆଉ ପର୍ଯ୍ୟାପ୍ତ ମାତ୍ରାରେ ଶୁଅନ୍ତୁ; ଦେଖିବେ ହାରିଯିବ ଓମିକ୍ରନ…

କରୋନା ଭାଇରସର ନୂଆ ନୂଆ ରୂପ ଆମ ସାମ୍ନାକୁ ଆସୁଛି। କେତେବେଳେ ଡେଲଟା ତ କେତେବେଳେ ଓମିକ୍ରନ୍। ଯଦିଓ କେତେକ ରିପୋର୍ଟରେ ଦାବି କରାଯାଇଛି ଯେ ଓମିକ୍ରନ୍ ଅତ୍ୟନ୍ତ ବିପଜ୍ଜନକ ନୁହେଁ। ତଥାପି କୌଣସି ବି ପ୍ରକାର ସଂକ୍ରମଣର ମୁକାବିଲା ପାଇଁ ଆମ ଇମ୍ୟୁନିଟିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ସଂକ୍ରମଣର ଏହି ସମୟରେ ନିଜର ପ୍ରତିରକ୍ଷାକୁ ଦୃଢ଼ ରଖିବାକୁ ପଡ଼ିବ। ଏଥିପାଇଁ ଅନେକ ଉପାୟ ରହିଛି। କିନ୍ତୁ ସଂକ୍ରମଣରୁ ଠିକ୍‌ ହେବା ପାଇଁ ଆପଣ ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ବହୁତ ଜରୁରୀ। ଅର୍ଥାତ୍‌ ରାତିରେ ଆପଣଙ୍କୁ କେବଳ ଶୋଇବାର ହିଁ ଅଛି, ଯଦ୍ଦ୍ଵାରା ଆପଣଙ୍କ ଇମ୍ୟୁନିଟି ଆପେ ହିଁ ମଜଭୁତ ହେବ।

ଭଲ ନିଦ ହେଲେ ରୋଗରୁ ବି ମୁକ୍ତି ମିଳିବ। ରିପୋର୍ଟ ମୁତାବକ, ଭଲ ନିଦ ନା କେବଳ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ରୋଗକୁ ନିୟନ୍ତ୍ରଣରେ ରଖିଥାଏ, ବରଂ ମେଟାବୋଲିଜିମ୍ ଓ ଫର୍ଟିଲିଟିରେ ମଧ୍ୟ ସୁଧାର ଆଣିଥାଏ। ଖାଦ୍ୟପେୟ ଏବଂ ସଠିକ୍ ଜୀବନଶୈଳୀ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତିକୁ ଆହୁରି ଅଧିକ ଭଲ କରାଯାଇ ପାରିବ। କୁହାଯାଏ, ଭଲ ନିଦ ଅନେକ ସମସ୍ୟାର ସମାଧାନ ହୋଇଥାଏ।

ଏହା ଶରୀରକୁ ଡିଟକ୍ସିଫାଇ କରିବାରେ ସାହାଯ୍ୟ କରିଥାଏ। ମିଡିଆ ରିପୋର୍ଟରେ କୁହାଯାଇଛି ଯେ ଭଲ ନିଦ ଶରୀରକୁ ଡିଟକ୍ସିଫାଇ କରିବାର କାମ କରିଥାଏ। ଅଧିକାଂଶ ଲୋକ ଘଣ୍ଟା ଘଣ୍ଟା ଧରି ଟିଭି, ମୋବାଇଲ୍ ଫୋନ କିମ୍ବା କମ୍ପ୍ୟୁଟରରେ କାମ କରନ୍ତି, ଯାହାର ପ୍ରଭାବ ସେମାନଙ୍କ ଶୋଇବା ଶୈଳୀ ଉପରେ ପଡ଼ିଥାଏ। କହି ରଖୁଛୁ ଯେ କରୋନାର ଲକ୍ଷଣ ଦେଖାଯିବା ପରେ ଡାକ୍ତରମାନେ ଖୁବ୍‌ ଶୋଇବାକୁ ପରାମର୍ଶ ଦେଇ ଥାଆନ୍ତି। କାହିଁକି ନା, ଏଥିରେ ରିକଭରି ବହୁତ ଜଲ୍‌ଦି ହୋଇଥାଏ।

ଷ୍ଟ୍ରେସ୍‌ ହର୍ମୋନକୁ ବି କମ୍‌ କରିଥାଏ ଭଲ ନିଦ। ସମ୍ପୂର୍ଣ୍ଣ ନିଦ ନେବା ଦ୍ୱାରା ନା କେବଳ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ, ବରଂ ଏହା ଷ୍ଟ୍ରେସ୍‌ ହର୍ମୋନକୁ ମଧ୍ୟ ହ୍ରାସ କରିଥାଏ। ମେଟାବୋଲିଜିମ୍ ଏବଂ ଫର୍ଟିଲିଟିକୁ ବଢ଼ାଇଥାଏ। ଏମିତିରେ ଆମେ କିଛି କଥା ଚିନ୍ତା ନ କରି ରାତିରେ କିପରି ଭରପୂର ନିଦ ନେବା, ତାହା ହିଁ ଚେଷ୍ଟା କରିବା ଉଚିତ୍।

Leave A Reply

Your email address will not be published.