ଧନବାନ ହେବାକୁ ଚାହୁଁଛନ୍ତି ତ ଏହି ଦିଗରେ ରଖନ୍ତୁ ଏହି ଖାସ ମାଛ, ମିଳିବ ସବୁ କ୍ଷେତ୍ରରେ ସଫଳତା

କୁହାଯାଏ, ଘରେ ମାଛ ରଖିବା ଦ୍ୱାରା ସୁଖ-ସମୃଦ୍ଧିର ଆଗମନ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏକ ଖାସ ମାଛକୁ ଯଦି ଏହି ଦିଗରେ ରଖାଯାଏ, ତେବେ ଘରେ ଉନ୍ନତି ନିଶ୍ଚିତ ଭାବେ ହୋଇଥାଏ । ଆପଣ ଧନବାନ ହୋଇଥାନ୍ତି ।

ଏରୋବାନା ମାଛ କରିଥାଏ ଧନବାନ

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏରୋବାନା ମାଛ ଘରେ ଜରୁର ରଖିବା ଦରକାର । ଏହାଦ୍ୱାରା ଘରର ସଦସ୍ୟଙ୍କ ଉନ୍ନତି ହେବା ନିଶ୍ଚିତ । କୁହାଯାଏ ଏହି ମାଛ ଘରେ ରହିବା ଦ୍ୱାରା ଘରର ସଦସ୍ୟ ନିରୋଗୀ ହୋଇଥାନ୍ତି । ଏଥିସହିତ ସୁଖ ସମୃଦ୍ଧି ଓ ଧନର ବର୍ଷା ହୋଇଥାଏ । ତେବେ ଏହି ମାଛକୁ ଘରର ଏକ ଖାସ ଦିଗରେ ରଖିଲେ ଏହା ପରିବାର ପାଇଁ ଲାଭକାରୀ ହୋଇଥାଏ ।

ପୂର୍ବ ଦିଗରେ ରଖନ୍ତୁ ମାଛ ଟ୍ୟାଙ୍କ୍‌

କିଛି ଲୋକ ଘରେ ମାଛ ପାଳିବାରେ ଅସମର୍ଥ ହୋଇଥାନ୍ତି । ଏଥିପାଇଁ ଏହାର ଆଉ ଏକ ତରିକା ରହିଛି । ଆପଣ ଏରୋବାନା ମାଛର ମୂର୍ତ୍ତି ଘରକୁ ଆଣିପାରିବେ । ଏହି ମୂର୍ତ୍ତିର ମୁହଁରେ ଏକ ପଇସା ରହିଥିବା ଦରକାର । ଏହି ମୂର୍ତ୍ତିକୁ ଘରର ଉତ୍ତର-ପୂର୍ବ ଦିଗରେ କିମ୍ବା ପୂର୍ବ ଦିଗରେ ସ୍ଥାପନ କରିବା କଥା । ଯାହାଫଳରେ ଏହାର ସକାରତ୍ମକ ଶକ୍ତି ଘରେ ପଡିବ । ଅସଲି ମାଛର ଟ୍ୟାଙ୍କି ବି ଏହି ଦିଗରେ ରଖିବା କଥା । କୁହାଯାଏ ଏରୋବାନା ମାଛ ସର୍ବ ପ୍ରଥମେ ଭୂକମ୍ପ ଆସିବାର ସୂଚନା ଦେଇଥାଏ । ଏହି ମାଛ ବୈଜ୍ଞାନିକଙ୍କୁ ଭୂକମ୍ପ ସୂଚନା ପ୍ରଥମେ ଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.