ଜଲ୍‌ଦି ବାହା ହେବାକୁ ଇଚ୍ଛା ହେଉଛି କି, ତ ନିଶ୍ଚୟ କରନ୍ତୁ ଏହି ୫ଟି ଉପାୟ; ଘରେ ବାଜିବ ଶାହାନାଇ…

ହିନ୍ଦୁ ଧର୍ମରେ ବିବାହ ୧୬ ସଂସ୍କାର ମଧ୍ୟରୁ ଗୋଟିଏ। ଧାର୍ମିକ ବିଶ୍ୱାସ ରହିଛି କି, ବିବାହ ସଂସ୍କାର ବିନା ବ୍ୟକ୍ତିର ଜୀବନ ସଫଳ ହୋଇ ନ ଥାଏ। ବିବାହ ବିଳମ୍ବ ହେବାର ଅନେକ କାରଣ ଥାଏ। ଜ୍ୟୋତିଷ ଶାସ୍ତ୍ର ମୁତାବକ, ବହୁ ବାର ଗ୍ରହ ଓ ନକ୍ଷତ୍ର କାରଣରୁ ବିବାହ ବିଳମ୍ବ ହୋଇଥାଏ। ସେହିପରି ବିବାହ ନିଶ୍ଚିତ ହେବା ପରେ ବି ବିବାହ ଭାଙ୍ଗି ଯାଇଥାଏ କିମ୍ବା ଟଳି ଯାଇଥାଏ। ଏପରି ପରିସ୍ଥିତିରେ କିଛି ଉପାୟ ବିବାହରେ ଆସୁଥିବା ବାଧାବିଘ୍ନକୁ ଦୂର କରିବାରେ ସହାୟକ ହୋଇ ପାରେ। ଆସନ୍ତୁ ଜାଣିବା ଏହି ପ୍ରତିକାରଗୁଡ଼ିକ କ’ଣ।

ପଶ୍ଚିମ-ଉତ୍ତର ଦିଗରେ ବେଡ୍‌ରୁମ: ବାସ୍ତୁ ଶାସ୍ତ୍ର ଅନୁସାରେ, ଯେଉଁମାନେ ବିବାହ କରିବାକୁ ଚାହୁଁଛନ୍ତି, ସେମାନଙ୍କ କୋଠରୀ ସର୍ବଦା ପଶ୍ଚିମ-ଉତ୍ତର ଦିଗରେ ରହିବା ଉଚିତ୍। ଯଦି ଏମିତି ସମ୍ଭବ ହେଉ ନାହିଁ, ତା’ ହେଲେ ଉତ୍ତର ଦିଗରେ କୋଠରୀ ତିଆରି ହେବା ଉଚିତ୍। ଏହା ବ୍ୟତୀତ ପଲଙ୍କକୁ କାନ୍ଥଠାରୁ ଉପଯୁକ୍ତ ଦୂରରେ ରଖିବା ଉଚିତ୍।

ଗୁରୁବାର ବ୍ରତ: ବିବାହ ପାଇଁ ଇଚ୍ଛୁକ ବ୍ୟକ୍ତିମାନଙ୍କୁ ଗୁରୁବାର ଦିନ ବ୍ରତ, ଉପବାସ ରଖିବା ଉଚିତ୍। ଏଥି ସହିତ ଏହି ଦିନ କଦଳୀ ଗଛକୁ ପୂଜା କରିବା ଉଚିତ୍। ହଳଦିଆ ଜିନିଷ ଦାନ କରିବା ମଧ୍ୟ ଲାଭଦାୟକ ହୋଇଥାଏ। ସେହିପରି ଗାଈକୁ ଗୁଡ଼ ମିଶ୍ରିତ ଚଣା ଅଟାରେ ହଳଦୀ ମିଶାଇ ଖୁଆଇବା ଉଚିତ। ଯଦି ସମ୍ଭବ ହେଉଛି, ତା’ ହେଲେ ବିଷ୍ଣୁଙ୍କ ୧୦୮ ନାମକୁ ଜପ କରନ୍ତୁ। ଏହାଦ୍ୱାରା ବି ବିବାହରେ ଆସୁଥିବା ବାଧା ଦୂର ହୋଇଯିବ।

ଧାରଣ କରନ୍ତୁ ୬ ମୁଖୀ ରୁଦ୍ରାକ୍ଷ: ଜ୍ୟୋତିଷ ଶାସ୍ତ୍ର ମୁତାବକ, ବିବାହ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ପାଇଁ ୬ ମୁଖୀ ରୁଦ୍ରାକ୍ଷ ଧାରଣ କରିବା ବେଶ୍‌ ଲାଭଦାୟକ ହୋଇଥାଏ। ଏହି ରୁଦ୍ରାକ୍ଷକୁ ଭଗବାନ କାର୍ତ୍ତିକେୟଙ୍କର ରୂପ ବୋଲି ବିଶ୍ୱାସ କରାଯାଏ। ଏହାକୁ ପିନ୍ଧିବା ଦ୍ୱାରା ବିବାହ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।

ଶିବଲିଙ୍ଗ ଉପରେ ଜଳ ଚଢ଼ାନ୍ତୁ: ନିୟମିତ ଭାବେ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରନ୍ତୁ। ଏହା ବ୍ୟତୀତ ଗାଈର କଞ୍ଚା କ୍ଷୀର ଏବଂ ବେଲ ପତ୍ର ମଧ୍ୟ ଅର୍ପଣ କରନ୍ତୁ। ଏହାପରେ ଭଗବାନ ଶିବଙ୍କୁ ନିଜର ମନୋକାମନା ଜଣାନ୍ତୁ। ଅବିବାହିତ ଯୁବତୀମାନେ ଷୋହଳ ସୋମବାର ବ୍ରତ ରଖି ପାରିବେ। ଏଥି ସହିତ ପାର୍ବତୀ ମଙ୍ଗଳ ପାଠ ମଧ୍ୟ କରି ପାରିବେ। ଏମିତି କରିବା ଦ୍ୱାରା ଶୀଘ୍ର ବିବାହ ଯୋଗ ସୃଷ୍ଟି ହୋଇଥାଏ।

ପୂର୍ଣ୍ଣିମା ଦିନ ବଟ ବୃକ୍ଷକୁ ପୂଜା କରନ୍ତୁ: କୌଣସି ବି ପୂର୍ଣ୍ଣିମା ଦିନ ବରଗଛକୁ ୧୦୮ ଥର ପରିକ୍ରମା କରନ୍ତୁ। ଏହା ବ୍ୟତୀତ ଗୁରୁବାର ଦିନ ବଟ ବୃକ୍ଷରେ ଜଳ ଅର୍ପଣ କରନ୍ତୁ। ଏହାଦ୍ୱାରା ବିବାହରେ ଆସୁଥିବା ପ୍ରତିବନ୍ଧକ ଜଲ୍‌ଦି ଦୂର ହୋଇଯିବ ଏବଂ ବିବାହର ଯୋଗ ଫିଟିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.