କୁହାଯାଏ, ଯାନବାହନ ଯୋଗୁ ଆମ ବାୟୁମଣ୍ଡଳରେ ସବୁବେଳେ ପ୍ରଦୂଷଣ ଛାଇ ରହିଥାଏ। ଏଥିଯୋଗୁ ରାସ୍ତାରେ ଯିବା ଆସିବା କରୁଥିବା ଗାଡ଼ିମୋଟର ପାଇଁ ପ୍ରଦୂଷଣ ପରୀକ୍ଷା ନିହାତି ଆବଶ୍ୟକ ପଡ଼ିଥାଏ। ତେବେ ଯଦି ଏଥିରେ କୌଣସି ବି ପ୍ରକାର ଉଲ୍ଲଂଘନ ହୁଏ, ତ ଭାରି ଜରିମାନା ଲଗାଯିବାର ନିୟମ ରହିଛି। କିନ୍ତୁ ଆପଣଙ୍କୁ ଯଦି ଜରିମାନାରୁ ବଞ୍ଚିବାର ଅଛି, ତା’ହେଲେ ଗାଡ଼ିଗୁଡ଼ିକୁ କେବଳ ପ୍ରଦୂଷଣ ଯାଞ୍ଚ କେନ୍ଦ୍ର ନେଇଯିବା ହିଁ ଯଥେଷ୍ଟ ହେବ ନାହିଁ, ବରଂ ଏହି ପରୀକ୍ଷାରେ ପାସ୍ କରିବାକୁ ବି ପଡ଼ିବ।
ପ୍ରଦୂଷଣ ନିୟନ୍ତ୍ରଣ ପରୀକ୍ଷାର ଆବଶ୍ୟକତାଗୁଡ଼ିକୁ ପ୍ରାୟତଃ କୌଣସି ଗାଡ଼ି ପୂରା କରି ପାରନ୍ତି ନାହିଁ, ଯାହାର ଅନେକଗୁଡ଼ିଏ କାରଣ ହୋଇପାରେ। ପୁରୁଣା ଗାଡ଼ିଗୁଡ଼ିକ ହିଁ ସବୁଠାରୁ ଅଧିକ ପରୀକ୍ଷଣ ପାସ୍ କରିପାରି ନ ଥାଆନ୍ତି। ନୂଆ ବାହନଗୁଡ଼ିକର ସଂଖ୍ୟା ଏଥିରେ ବହୁତ କମ୍ ଥାଏ। ଏମିତି ସ୍ଥିତିରେ ଯଦି ଆପଣଙ୍କ ଗାଡ଼ି ଯାଞ୍ଚ ସମୟରେ ଫେଲ ହୋଇଯାଉଛି, ତ ଏଠି ଆପଣଙ୍କୁ କ’ଣ କରିବା ଉଚିତ ଏବଂ କେଉଁ ଜିନିଷକୁ ଫଲୋ କରିବା ଦରକାର, ତାହା ଆଜି ଆମେ କହିବୁ।
ଏହି ୫ଟି ଜିନିଷ କରିବା ଉଚିତ
୧. ଗାଡ଼ିଗୁଡ଼ିକ ଉପରେ ପ୍ରଦୂଷଣ ପରୀକ୍ଷଣ କରିବା ପୂର୍ବରୁ କିଛି ସମୟ ପାଇଁ ଗାଡ଼ି ଚଲାଇବାକୁ ପରାମର୍ଶ ଦିଆଯାଇଥାଏ। କିଛି ସମୟ ପର୍ଯ୍ୟନ୍ତ ଗାଡ଼ି ଚଲାଇବା ଏକ ତ୍ୱରିତ ସମାଧାନ ହୋଇପାରେ। କାହିଁକିନା, ଗାଡ଼ି ଚଲାଇବା ପରେ ଏହାର ଇଞ୍ଜିନ ଓ ଅନ୍ୟାନ୍ୟ ପାର୍ଟସ୍ ଗରମ ହୋଇଯାଏ, ଯଦ୍ଦ୍ଵାରା ଗାଡ଼ି ଠିକ୍ ଭାବେ ଚାଲିଥାଏ ଏବଂ ଯାଞ୍ଚ ସମୟରେ ସକାରାତ୍ମକ ପ୍ରଭାବ ଦେଇଥାଏ।
୨. ଏହା ମଧ୍ୟ କୁହାଯାଇଥାଏ କି, ଯଦି ଗାଡ଼ିରେ କୌଣସି ବି ପ୍ରକାର ସମସ୍ୟା ଅଛି, ତା’ହେଲେ ଏହାକୁ ତୁରନ୍ତ ଯାଞ୍ଚ କରେଇ ନିଅନ୍ତୁ କିମ୍ବା କୌଣସି ଦକ୍ଷ ମେକାନିକ୍କୁ ଦେଖାଇ ଦିଅନ୍ତୁ। ଗାଡ଼ିରେ କିଛି ଖରାପ ଥିଲେ, ଏହାକୁ ଠିକ୍ କରି ନିଅନ୍ତୁ। ଉଦାହରଣ ସ୍ୱରୂପ, ବାୟୁ ଇଞ୍ଜେକ୍ସନ ପ୍ରଣାଳୀକୁ ପୂରା ଯାଞ୍ଚର ଆବଶ୍ୟକତା ପଡ଼ିପାରେ। କାହିଁକିନା, ଏଠାରେ ଗୋଟିଏ ଭୁଲ୍ କାର୍ବନ ମନୋକ୍ସାଇଡ୍ ଏବଂ ହାଇଡ୍ରୋକାର୍ବନକୁ ବଢ଼ାଇ ଦେଇପାରେ।
୩. ଏହା ମଧ୍ୟ ପରାମର୍ଶ ଦିଆଯାଏ କି, ଜଣେ ଯୋଗ୍ୟ ଟେକ୍ନିସିୟାନଙ୍କଠାରୁ ଇଗ୍ନିଶନ ସିଷ୍ଟମ୍ର ଯାଞ୍ଚ କରେଇ ନିଅନ୍ତୁ। ସମସ୍ୟା ଥିଲେ ଏହାକୁ ଠିକ୍ କରାନ୍ତୁ। ସ୍ପାର୍କପ୍ଲଗ ଫଲ୍ଟ କିମ୍ବା ମଇଳା ଇନ୍ଧନ ଇଞ୍ଜେକ୍ଟର ଭଳି କାରକ ପ୍ରଦୂଷଣ ପରୀକ୍ଷଣରେ କ୍ଷତିକାରକ ଭୂମିକା ନିଭାଇ ପାରନ୍ତି।
୪. ଗାଡ଼ିଗୁଡ଼ିକରେ ଅମ୍ଳଜାନ ସେନ୍ସର ରହିଥାଏ, ଯାହା ନିଷ୍କାସିତ ଗ୍ୟାସ୍ରେ ଅମ୍ଳଜାନର ସ୍ତର ଯାଞ୍ଚ କରିଥାଏ। ଯଦି ଏହା ନିଜର କାମ ଅନୁସାରେ କାର୍ଯ୍ୟ କରୁନାହିଁ, ତା’ହେଲେ ଏହା ଉଚ୍ଚ ନିର୍ଗମନ ସ୍ତର କିମ୍ବା ଏହାଠାରୁ ଖରାପ ପ୍ରଦୂଷଣ ନିର୍ଗତ କରିପାରେ।
୫. କାଟାଲାଇଟିକ୍ କନ୍ଭର୍ଟରର ଯାଞ୍ଚ କରାନ୍ତୁ। କାହିଁକିନା, ଏଠାରେ କୌଣସି ବି ପ୍ରକାର କ୍ଷତି ନିର୍ଗମନ ସ୍ତର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।
ଏହାଛଡ଼ା ଯଦି ଆପଣଙ୍କୁ ନିଜ ଗାଡ଼ିକୁ ପ୍ରଦୂଷଣ ଯାଞ୍ଚରେ ପାସ୍ କରେଇବାର ଅଛି, ତା’ହେଲେ ନିୟମିତ ସର୍ଭିସିଙ୍ଗ୍ ଏବଂ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ କାର୍ଯ୍ୟ ଭଲ ଭାବରେ କରେଇ ନେବା ଉଚିତ। ଯଦି ଏକ ଗାଡ଼ି ସବୁ ସମୟରେ ସବୁଠାରୁ ଅନୁକୂଳ ଅବସ୍ଥାରେ ଚାଲୁଛି, ତା’ହେଲେ ପ୍ରଦୂଷଣ ଟେଷ୍ଟକୁ ଏହା ବିନା କୌଣସି ସମସ୍ୟାରେ ପାସ୍ କରିବାରେ ସକ୍ଷମ ହୋଇଥାଏ।