ଆଇଆଇଟି ମାଡ୍ରାସର ଗବେଷକ ବିକଶିତ କଲେ ଉପକରଣ, ୩୦ ସେକେଣ୍ଡରେ କହିଦେବ କ୍ଷୀର ଅପମିଶ୍ରିତ କି ନୁହେଁ

ମାଡ୍ରାସ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ଏମିତି ଏକ ଉପକରଣ ବିକଶିତ କରିଛନ୍ତି, ଯାହାଦ୍ୱାରା କ୍ଷୀର ଅପମିଶ୍ରିତ କି ନୁହେଁ ମାତ୍ର ୩୦ ସେକେଣ୍ଡରେ ଜାଣିହେବ । ଏହାଏକ ଥ୍ରିଡି ପେପର ସମ୍ବଳିତ ଉପକରଣ,ଯାହାକି ଘରେ ପ୍ରତିଦିନ କ୍ଷୀର ଯାଞ୍ଚ କରିବାରେ ବ୍ୟବହାର କରାଯାଇ ପାରିବ ।

ଚେନ୍ନାଇ : ବର୍ତ୍ତମାନ ଗାଁ ହେଉ ବା ସହର, ସବୁଠି ଅପମିଶ୍ରିତ ଖାଦ୍ୟ । କାହା ଉପରେ ଭରଷା କରି ହେବନି । ବିଶେଷ କରି ଶିଶୁର ପ୍ରଥମ ଆହାର କ୍ଷୀର,ଯାହାକୁ ନେଇ ଶିଶୁ ବଂଚିଥାଏ ବା ତା’ର ବୃଦ୍ଧି ଘଟିଥାଏ,ତାହା ବି ଏବେ ଅପମିଶ୍ରିତ । କ୍ଷୀରରେ ମିଶାଯାଉଥିବା ବିଭିନ୍ନ ପଦାର୍ଥ ଶରୀର ପାଇଁ ମାରାତ୍ମକ ହୋଇଥାଏ । ହେଲେ ଏବେ ଏହି ଅସୁବିଧାରୁ ମୁକ୍ତି ମିଳିବ । କ୍ଷୀର ଅସଲି କି ଅପମିଶ୍ରିତ ତାହା ସହଜରେ ଜାଣିହେବ ମେସିନରୁ ।

ମାଡ୍ରାସ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ଏମିତି ଏକ ଉପକରଣ ବିକଶିତ କରିଛନ୍ତି, ଯାହାଦ୍ୱାରା କ୍ଷୀର ଅପମିଶ୍ରିତ କି ନୁହେଁ ମାତ୍ର ୩୦ ସେକେଣ୍ଡରେ ଜାଣିହେବ । ଏହାଏକ ଥ୍ରିଡି ପେପର ସମ୍ବଳିତ ଉପକରଣ,ଯାହାକି ଘରେ ପ୍ରତିଦିନ କ୍ଷୀର ଯାଞ୍ଚ କରିବାରେ ବ୍ୟବହାର କରାଯାଇ ପାରିବ ।

ଏହି ଉପକରଣଟି କ୍ଷୀରେ ମିଶିଥିବା ୟୁରିଆ, ଡିଟରଜେଣ୍ଟ, ସାବୁନ, ମଣ୍ଡ,ହାଇଡ୍ରୋଜେନ ପେରୋକ୍ସାଇଡ, ସୋଡିୟମ ହାଇଡ୍ରୋଜନ୍‌ କାର୍ବୋନେଟ ଏବଂ ସଲ୍ଟ ଭଳି ବିଭିନ୍ନ ପ୍ରକାର ଅପମିଶ୍ରଣକୁ ସହଜରେ ଧରା ପକାଇ ଦେବ ।

ଏହି ଉପକରଣଟି ମହଙ୍ଗା ନୁହେଁ । ଏହାକୁ ବ୍ୟବହାର କରି ପାଣି,ଫ୍ରେସ ଜୁସ, ମିଲ୍କ ସେକ ଭଳି ପଦାର୍ଥରୁ ମଧ୍ୟ ଅପମିଶ୍ରଣକୁ ଜାଣିହେବ । ପରୀକ୍ଷା ପାଇଁ ଯେ କୌଣସି ତରଳ ପଦାର୍ଥର ୧ ମିଲିଲିଟର ସାମ୍ପୁଲ ଭାବେ ନିଆଯାଇ ପାରିବ ।

ମାଡ୍ରାସ ଆଇଆଇଟି ମେକାନିକାଲ ଇଂଜିନିୟରିଂ ବିଭାଗର ପ୍ରଫେସର ପଲ୍ଲବ ସିହ୍ନା ମହାପାତ୍ରଙ୍କ ମାର୍ଗଦର୍ଶନରେ ରିସର୍ଚ୍ଚ ସ୍କଲାର ଶୁଭାଶିଷ ପଟାରୀ ଏବଂ ଡକ୍ଟର ପ୍ରିୟଙ୍କା ଦତ୍ତ ମିଶି ଏହି ଗବେଷଣା କରିଛନ୍ତି । ଏହା ତରଳ ଅପମିଶ୍ରଣ ରୋକିବାରେ ବେଶ ସହାୟକ ହେବ ବୋଲି ଶ୍ରୀ ସିହ୍ନା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.