ସ୍ପେଶାଲ

ବାଇକ ଷ୍ଟଣ୍ଟରେ ଘଟିଲା ଦୁର୍ଘଟଣା, ଯୁବକଙ୍କ ଅବସ୍ଥାକୁ ଦେଖିଲେ ଭୟ କରିବେ

ଆଜି କାଲି ସମୟରେ ଗାଡ଼ି ଚଲାଇବା ସମସ୍ତଙ୍କ ଇଚ୍ଛା। ଆଉ ସେଥିରେ ନିଜର ଗୋଟିଏ ଯଦି ଗାଡ଼ି ହୋଇଯାଏ ତେବେ ଆଉ କଣ ଚିନ୍ତା। ଗାଡ଼ିକୁ ନେଇ ଯେତେବେଳେ ଯୁଆଡ଼େ ଇଚ୍ଛା ସିଆଡେ ଯିବେ। କିନ୍ତୁ କିଛି ଅଛନ୍ତି ଯେଉଁମାନେ ଗାଡ଼ିକୁ ଅଧିକ ସ୍ପିଡରେ ଚଲାଇ ଏମିତି ଅସୁବିଧାରେ ପଡ଼ିନ୍ତି, ପରେ ବୁଝିଲା ବେଳକୁ ସମୟ ନଥାଏ ।

ଅଧିକ ସ୍ପିଡରେ ଗାଡ଼ି ଚଲାଇବା ଦ୍ୱାରା କେତେବେଳେ ବି କେଉଁ ଘଟଣା ଘଟିଯାଇପାରେ। ଯାହାଦ୍ୱାରା ତାଙ୍କ ଜୀବନ ମଧ୍ୟ ବିପଦରେ ପଡ଼ିଯାଏ । ପ୍ରାୟତଃ ଯୁବଗୋଷ୍ଠୀ ମାନେ ମନ ଇଚ୍ଛା ଗାଡ଼ି ଚଲାଇ ଅନେକ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି। କିଛି ଅଛନ୍ତି ବାଇକରେ ଷ୍ଟଣ୍ଟ ମଧ୍ୟ ଦେଖାନ୍ତି। ଏବେ ସୋସିଆଲ ମିଡିଆରେ ଏକ ଷ୍ଟଣ୍ଟ ଭିଡ଼ିଓ ସାମ୍ନାକୁ ଆସିଛି। ଯାହା ଖୁବ ଭାଇରାଲ ହେଉଛି। ଏଥିରେ ଜଣେ ବ୍ୟକ୍ତି ବାଇକ ଷ୍ଟଣ୍ଟ ଦେଖାଇ ଜବରଦସ୍ତ ଦୁର୍ଘଟଣାର ସାମ୍ନା ହୋଇଛନ୍ତି।

ଏହି ଭିଡ଼ିଓକୁ ଆଇପିଏସ୍‌ ଅଧିକାରୀ ଦୀପାଂଶୁ କାବରା ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏହାକୁ ଦେଖି ଅନେକ ୟୁଜର୍ସଙ୍କ ଲୋମ ଟାଙ୍କୁରୀ ଉଠୁଛି। କିଛି ଲୋକ ଏହି ଭିଡ଼ିଓକୁ ଦେଖି ଭୟ ମଧ୍ୟ କରିଛନ୍ତି। ଯୁବକ ଜଣକ ବାଇକ ଷ୍ଟଣ୍ଟ ଦେଖାଉଥିବା ସମୟରେ ଏହା ତାଙ୍କ ଉପରେ ଭାରି ପଡ଼ିଲା। ଗାଡ଼ିକୁ କଣ୍ଟ୍ରୋଲ କରିପାରିଲେ ନାହିଁ। ଯାହା କାରଣରୁ ବାଲାନ୍ସ ବିଗିଡ଼ିଲା। ପରେ ଫୁଲ ସ୍ପିଡରେ ଥିବା ବାଇକ ଯାଇ ରାସ୍ତା ପାଖରେ ଥିବା ଖୁମ୍ବରେ ମାଡ଼ ହେଲା ।

ତେଣୁ ଆପଣ ମଧ୍ୟ ସତର୍କ ରୁହନ୍ତୁ। ଏଭଳି କିଛି ଷ୍ଟଣ୍ଟ କରିବା ପୂର୍ବରୁ ଅନେକ ଥର ଭାବନ୍ତୁ। ନିଜ ଜୀବନକୁ ବାଜି ଲଗାନ୍ତୁ ନାହିଁ।

D Sonali

Recent Posts

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 min ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

18 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

51 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

53 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

59 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago