ଆଜି ଚୈତ୍ର ପୂର୍ଣ୍ଣିମା, ଜାଣନ୍ତୁ ଏହାର ପୂଜାବିଧି ଏବଂ ମହତ୍ୱ

ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଚୈତ୍ର ମାସରେ ପଡୁଥିବା ପୂର୍ଣ୍ଣିମାର ବିଶେଷ ମହତ୍ୱ ରହିଛି। ଏହିଦିନ ଭଗବାନ ବିଷ୍ଣୁଙ୍କ ଭକ୍ତ ସତ୍ୟନାରାୟଣଙ୍କ ପୂଜା କରି କୃପା ପାଇବା ପାଇଁ ମଧ୍ୟ ପୂର୍ଣ୍ଣିମା ଦିନ ଉପବାସ କରିଥାନ୍ତି। ପୌରାଣିକ ମାନ୍ୟତା ଅନୁଯାୟୀ ଚୈତ୍ର ପୂର୍ଣ୍ଣିମା ଦିନ ଭଗବାନ ଶ୍ରୀକୃଷ୍ଣ ବ୍ରଜ ନଗରୀରେ ରାସ ଉତ୍ସବ ପାଳନ କରିଥିଲେ। ଏହାକୁ ମହାରାସ ମଧ୍ୟ କୁହାଯାଇଥାଏ। ମାନ୍ୟତା ରହିଛି ଏହିଦିନ ପ୍ରଭୁ ଶ୍ରୀରାମଙ୍କ ଭକ୍ତ ହନୁମାନଙ୍କ ଜନ୍ମ ହୋଇଥିଲା। ଆଜି ଚୈତ୍ର ପୂର୍ଣ୍ଣିମା ସହ ବୈଶାଖ ମାସର ଆଗମନ ମଧ୍ୟ ହୋଇଥାଏ।

purnima

ଜାଣନ୍ତୁ କିପରି କରିବେ ପୂଜା

ପୂର୍ଣ୍ଣିମା ଦିନ ସକାଳୁ ସ୍ନାନ ସାରି ଦାନ, ଯଜ୍ଞ, ଜପ-ତପ ଏବଂ ବ୍ରତର ଅନେକ ମହତ୍ୱ ରହିଛି। ଏହିଦିନ ହନୁମାନ ଜୟନ୍ତୀ ହୋଇଥିବା କାରଣରୁ ପୂର୍ଣ୍ଣିମା ଦିନ ପୂଜା କରିବା ଅତ୍ୟନ୍ତ ଫଳଦାୟୀ ହୋଇଥାଏ। ଏହାପରେ ସୂର୍ଯ୍ୟଦେବଙ୍କ ପୂଜା କରି ମନ୍ତ୍ର ଜପ କରନ୍ତୁ ଏବଂ ରାତି ସମୟରେ ମଧ୍ୟ ବିଧି ପୂର୍ବକ ଚନ୍ଦ୍ରଦେବଙ୍କ ପୂଜା କରିବାର ବିଧାନ ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.