ମାଘ ପୂର୍ଣ୍ଣିମା: ଏହି ବିଧିରେ ପୂଜା କରିବା ଦ୍ବାରା ମିଳିଥାଏ ସୌଭାଗ୍ଯ ହେବାର ବରଦାନ
ହିନ୍ଦୁ ଧର୍ମରେ ମାଘ ପୂର୍ଣ୍ଣିମା ବ୍ରତର ବିଶେଷ ମହତ୍ତ୍ବ ରହିଥାଏ। ମାଘ ମାସର ପୂର୍ଣ୍ଣିମା ତିଥିରେ ଆଜି ସକାଳୁ ଆରମ୍ଭ ହୋଇଯାଇଛି। ଉଦୟା ତିଥିରେ ପଡୁଥିବା ହେତୁ ଏହାର ବ୍ରତ ଆଜିଠାରୁ ରଖାଯାଉଛି। ପୂର୍ଣ୍ଣିମା ବ୍ରତ କରୁଥିବା ଲୋକ ସଂପୂର୍ଣ୍ଣ ବିଧିବିଧାନ ସହିତ ଭଗବାନ ସତ୍ଯନାରାୟଣଙ୍କ ପୂଜା କରିଥାନ୍ତି। ଆସନ୍ତାକାଲି ମାଘ ପୂର୍ଣ୍ଣମୀ ପଡୁଥିବାରୁ କିଛି ଲୋକ ଏହି ଦିନ ମଧ୍ୟ ବ୍ରତ ରଖନ୍ତି। ଏହିଦିନ ସୂର୍ଯ୍ଯ ଉଦୟ ପୂର୍ବରୁ ସ୍ନାନ, ଦାନ ଏବଂ ଜପ କରିବା ଦ୍ବାରା ବହୁତ ପୂଣ୍ଯ ମିଳିଥାଏ।
ମାଘ ପୂର୍ଣ୍ଣିମାର ବ୍ରତ ଓ ପୂଜା ବିଧି :
ଏହି ଦିନ ଭଗବାନ ଶ୍ରୀ ସତ୍ଯନାରାୟଣଙ୍କ ପୂଜା କରାଯାଏ। ଶ୍ରୀ ସତ୍ଯନାରାୟଣ ଭଗବାନ ବିଷ୍ଣୁଙ୍କ ରୂପ। ସତ୍ଯ ନାରାୟଣଙ୍କ ପୂଜାରେ କଦଳୀ ପତ୍ର, ପଞ୍ଚାମୃତ, ପାନ, ମହୁ, ମିଠା, ରାଶି, ସିନ୍ଦୁର, ଦୁବ ଇତ୍ଯାଦି ବ୍ଯବହାର କରାଯାଏ। ଏମିତି କଲେ ହରିଙ୍କ ଆଶୀର୍ବାଦ ମିଳିଥାଏ। ମାଘ ପୂର୍ଣ୍ଣିମା ଦିନ ସତ୍ଯନାରାୟଣ ପୂଜା କରିବା ଦ୍ବାରା ସୌଭାଗ୍ଯ ବରଦାନ ମିଳିଥାଏ ଏବଂ ଘରେ ସୁଖ ସମୃଦ୍ଧି ଭରି ରହିଥାଏ। ମାନ୍ଯତା ରହିଛି, ପୂର୍ଣ୍ଣିମା ଦିନ ବ୍ରତ କରିବା ଦ୍ବାରା ମୋକ୍ଷ ପ୍ରାପ୍ତି ହୋଇଥାଏ।
ସ୍ନାନ ଓ ଦାନ କରିବାର ମହତ୍ତ୍ବ:
ଏହି ଦିନରେ ସ୍ନାନ ଓ ଦାନ କରିବା ଅତ୍ଯନ୍ତ ଶୁଭ। ଏହି ଦିନରେ ପବିତ୍ର ନଦୀରେ ସ୍ନାନ କରିବାର ପରମ୍ପରା ରହିଛି। ଏମିତି କରିବା ଦ୍ବାରା ବ୍ଯକ୍ତିର ସବୁ ପାପ ନଷ୍ଟ ହୋଇଯାଏ। ଏହି ଦିନ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଏବଂ ଗରିବ ବ୍ଯକ୍ତିଙ୍କୁ ଦାନ ଦେବା ଉଚିତ। ମାନ୍ଯତା ଅନୁଯାୟୀ, ମାଘ ମାସରେ ଦେବତା ପୃଥିବୀକୁ ଆସି ମନୁଷ୍ଯ ରୂପରେ ସ୍ନାନ, ଦାନ ଏବଂ ଜପ କରିଥାନ୍ତି। ଏହି ଦିନ ପ୍ରୟାଗରେ ଗଙ୍ଗା ସ୍ନାନ କରିବା ଦ୍ବାରା ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ।