ଫ୍ୟାସନ ପାଇଁ ବନ୍ଧା ଯାଉଥିବା ସୂତାର ମହତ୍ତ୍ବ ରହିଛି ଅନେକ ,ଆସନ୍ତୁ ଜାଣିବା …

ଆଜିକାଲି ଫ୍ୟାସନ ପାଇଁ ଲୋକମାନେ ଅନେକ କିଛି କରିଥାନ୍ତି। ଲାଟେଷ୍ଟ ଟ୍ରେଣ୍ଡକୁ ଲକ୍ଷ୍ୟ କରି ଲୋକମାନେ ଆଜିକାଲି ହାତରେ ସାତରଙ୍ଗର ସୂତା ବାନ୍ଧୁଛନ୍ତି। କେବଳ ହାତରେ ନୁହେଁ କଳାରଙ୍ଗର ସୂତା ଗୋଡରେ ମଧ୍ୟ ବାନ୍ଧୁଛନ୍ତି ଯାହା ଫ୍ୟାସନର ଏକ ଅଂଶ ଅଟେ। କିନ୍ତୁ ଜ୍ୟୋତିଷଙ୍କ ଅନୁସାରେ ଏହି ସୂତାର ବହୁତ ମହତ୍ତ୍ବ ରହିଛି ଯାହା କେତେକ ଲୋକଙ୍କୁ ଅଜଣା ଥାଏ। ଆଜି ଆମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ସୁତାକୁ ହାତ ଏବଂ ଗୋଡରେ ବାନ୍ଧିବା ଦ୍ବାରା କଣ ମହତ୍ତ୍ବ ରହିଥାଏ।
ସୂତା ମନ୍ଦିରରେ ମିଳିଥାଏ ଏବଂ କିଛି ଲୋକ ନିଜ ସଉକ ପାଇଁ ମଧ୍ୟ କିଣିଥାନ୍ତି। ଏହି ସୁତାକୁ ବାନ୍ଧିବା ଦ୍ବାରା ଫ୍ୟାସନ ମିଳିବା ସହିତ ସୂତାର ମହତ୍ତ୍ବ ମଧ୍ୟ ମିଳିଥାଏ। ସମସ୍ତ ସୂତାର ନିଜର ମହତ୍ତ୍ବ ରହିଛି। ଯାହା ଆପଣ ଏଠାରେ ଜାଣି ପାରିବେ ।

ଲାଲ ରଙ୍ଗର ସୂତା :
ଲାଲ ରଙ୍ଗର ସୂତା ମଙ୍ଗଳ ଗ୍ରହ ପାଇଁ ବହୁତ ଶୁଭ ହୋଇଥାଏ। ଯାହା ଆପଣଙ୍କୁ ମଙ୍ଗଳ ଦୋଷ ଠାରୁ ଦୂରେଇ ରଖିଥାଏ।

କଳା ରଙ୍ଗର ସୂତା :
ରାହୁ ଓ କେତୁର ପ୍ରଭାବକୁ ଦୂର କରିବା ପାଇଁ ଏହି ରଙ୍ଗର ସୁତା ବନ୍ଧାଯାଏ। ଏହି ସୁତାକୁ ବାନ୍ଧିବାବେଳେ ବାବା ଭୈରବଙ୍କର ନାମ ନିଆଯାଇଥାଏ।

ସବୁଜ ରଙ୍ଗର ସୂତା :
ସବୁଜ ରଙ୍ଗର ସୂତାକୁ ବାନ୍ଧିବା ଦ୍ବାରା ବୁଦ୍ଧଙ୍କର କ୍ରୁପା ମିଳିଥାଏ। ବୁଦ୍ଧଙ୍କ କ୍ରୁପା ପାଇବା ପାଇଁ ଆପଣ ହାତରେ ସବୁଜ ରଙ୍ଗର ସୂତାକୁ ୪ ଥର ବୁଲାଇ ବାନ୍ଧନ୍ତୁ।

ହଳଦିଆ ରଙ୍ଗ : ଗୋରୁ ମାନଙ୍କ ପାଇଁ ହଳଦିଆ ରଙ୍ଗ ବହୁତ ଶୁଭ ହୋଇଥାଏ। ଗୋରୁ ଏବଂ ଭଗବାନ ବିଷ୍ଣୂଙ୍କ କ୍ରୁପା ପାଇବା ପାଇଁ ଆପଣଙ୍କୁ ହଳଦିଆ ରଙ୍ଗର ସୂତା ବାନ୍ଧିବା ଦରକାର।

ନୀଳ ରଙ୍ଗ :
ନୀଳ ରଙ୍ଗର ସୂତାକୁ ଶନିଙ୍କ କ୍ରୁପା ପାଇବା ପାଇଁ ବନ୍ଧା ଯାଇଥାଏ। ଏହାକୁ ବାନ୍ଧିବା ଦ୍ବାରା ଶନି ଦେବ ଆପଣଙ୍କୁ ସମସ୍ତ ଅସୁବିଧାରୁ ଦୂରେଇ ରଖିବେ।

Leave A Reply

Your email address will not be published.