ସ୍ପେଶାଲ

କାଉଡି ଭାରକୁ ତଳେ ରଖାଯାଏ ନାହିଁ କାହିଁକି? ଜାଣନ୍ତୁ ଶ୍ରାବଣ ମାସରେ କାଉଡି ଯାତ୍ରାର ପ୍ରମୁଖ ନିୟମ ସମ୍ପର୍କରେ..

ଶ୍ରାବଣ ମାସରେ ଶିବଭକ୍ତ ମାନେ କାଉଡି ଯାତ୍ରା କରିଥାନ୍ତି। ପ୍ରତ୍ୟେକ କାଉଡିଆ ସାଙ୍ଗରେ ବାହୁଙ୍ଗି ଧରି ପାଣି ଭାର ନେଇ ଅଭିଷ୍ଟ ଶୈବପୀଠକୁ ଯାଇଥାନ୍ତି। ତେବେ ଏହି ସମୟରେ ଲୋକମାନେ ଅନେକ ନିୟମ ପାଳନ କରିଥାନ୍ତି। କୁହାଯାଏ ଯେ କାଉଡି ରେ ଥିବା ଢ଼ାଳ କୁ ଭୂମିରେ ରଖାଯାଏ ନାହିଁ। ଏହି ନିୟମ ସେତେବେଳେ ପର୍ଯ୍ୟନ୍ତ ପାଳନ କରାଯାଏ ଯେବେଯାଏଁ ସେହି ଜଳ ଶିବଲିଙ୍ଗ ଉପରେ ନଢ଼ଳାଯାଇଛି। କାଉଡି ଯାତ୍ରାରେ ଏଭଳି ଆହୁରି ୧୦ ଟି ନିୟମ ରହିଛି ଯାହାକୁ ମାନିବାକୁ ପଡ଼ିଥାଏ।

ଶ୍ରାବଣ ମାସରେ ପ୍ରତ୍ୟେକ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି। କାହିଁ କେତେ ବାଟରୁ ଭକ୍ତ ମାନେ ନିଜ ମନସ୍କାମନା ପୂର୍ଣ୍ଣ ପାଇଁ ଖାଲି ପାଦରେ ଚାଲି ଚାଲି ଆସୁଛନ୍ତି। ତେବେ ଏହି ସମୟରେ କାଉଡିଆ ମାନଙ୍କୁ ଅନେକ ନିୟମ ପାଳନ କରିବାକୁ ପଡ଼ିଥାଏ। ଏପରି ମୋଟ ୧୦ଟି ନିୟମ ରହିଛି ଯାହାକୁ ପାଳନ କରିବାକୁ ପଡ଼ିଥାଏ ।

ଭୂଇଁରେ ରଖନ୍ତି ନାହିଁ କାଉଡି:
କାଉଡି ଯାତ୍ରା ସମୟରେ ଯଦି କେଉଁଠାରେ କାଉଡିଆ ରହୁଛନ୍ତି ତେବେ କାଉଡିକୁ ମାନେ ବାହୁଙ୍ଗିକୁ ତଳେ ରଖନ୍ତି ନାହିଁ। ଏହାକୁ କେଉଁଠି ଟାଙ୍ଗିିକି ରଖାଯାଯାଇଥାଏ। ଯେପରି ଏହା ଭୂଇଁକୁ ସ୍ପର୍ଶ ନକରିବ। ଯଦି ଭୁଲରେ ବି କାଉଡି ତଳେ ମାନେ ଭୂମିରେ ରଖଯାଏ ତେବେ ପୁଣି ଥରେ କାଉଡିରେ ଜଳ ଭରି ବାକୁ ପଡ଼ିଥାଏ।

ପାଣି ସହ ଖାଦ୍ୟ ଗ୍ରହଣ:
କାଉଡିଆ ମାନେ ଯିବା ସମୟରେ ଭୁଲରେ ବି ଆମିଷ ଭୋଜନ କରିବା ଅନୁଚିତ। ଯଦି ଆପଣ ଉପବାସ କରୁଛନ୍ତି ତେବେ ବାଟରେ ଆପଣ ଫଳକୁ ଭଲ ଭାବେ ଧୋଇ ଖାଇପାରିବେ। ଏହାସହ ଶୁଦ୍ଧ ଜଳକୁ ଗ୍ରହଣ କରନ୍ତୁ।

କାଉଡିରେ କେବଳ ରହିବ ନଦୀର ଜଳ:
କାଉଡିରେ କେବଳ ନଦୀର ପବିତ୍ର ଜଳକୁ ଭରନ୍ତୁ। ଏହାବ୍ୟତିତ ଆପଣ କୁଅରୁ ଶୁଦ୍ଧ ପାଣି ଭରିପାରିବେ। ତେବେ ପୋଖରୀରୁ ପାଣିକୁ ବାରଣ କରାଯାଇଛି। କାରଣ ତାହା ଶୁଦ୍ଧ ନୁହେଁ। ଏହାବ୍ୟତିତ ଆପଣ ବର୍ଷା ପାଣି ବି ନେଇପାରିବେ।

ନିଶା କରନ୍ତୁ ନାହିଁ:
କାଉଡି ଯାତ୍ରା ସମୟରେ କୌଣସି ପ୍ରକାରର ନିଶା ଦ୍ରବ୍ୟକୁ ସେବନ କରନ୍ତୁ ନାହିଁ। ଯେମିତିକି ଚରସ, ଗଞ୍ଜେଇ, ମଦ, ସିଗାରେଟ , ତମ୍ବା ଖୁ ଆଦି..

ପାଦରେ ଯାତ୍ରା କରନ୍ତୁ:
ଏହି ଯାତ୍ରାକୁ କେବଳ ପାଦରେ ଚାଲିକି ହିଁ କରନ୍ତୁ। ଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେବଳ ଚାଲିକି ହିଁ କରନ୍ତୁ। ଏହାପରେ କିମ୍ବା ପୂର୍ବରୁ ଆପଣ ଗାଡ଼ିରେ କରିପାରିବେ।

ଲମ୍ବା ଯାତ୍ର କରନ୍ତୁ ନାହିଁ:
ପ୍ରଥମ ଥର ଯାତ୍ରା କରୁଥିଲେ ଦୂର ଯାତ୍ରା କରନ୍ତୁ ନାହିଁ। ପରେ ନିଜ କ୍ଷ ମତା ଅନୁୁସାରେ ଦୂର ଯାତ୍ରା କରିପାରିବେ। ପାଖାପାଖି ସ୍ଥାନ ଦେଖି ଯାତ୍ରା କଲେ ଆପଣଙ୍କୁ ବି ସୁବିଧା ହେବ।

ଭକ୍ତି ଭାବରେ କରନ୍ତୁ ଯାତ୍ରା:
ଯଦି ଆପଣ ଏହି ଯାତ୍ରା କରୁୁଛନ୍ତି ତେବେ ପ୍ରଥମେ ଜାଣନ୍ତୁ ଏହାର କରିବାର କାରଣ କଣ? ଆପଣ ଯଦି ଶିବଙ୍କୁ ଭକ୍ତି କରନ୍ତି ତାଙ୍କୁ ବିଶ୍ୱାସ କରନ୍ତି ତେବେ ଆପଣ ଭକ୍ତି ଭାବରେ ଏହି ଯାତ୍ରାକୁ ପୂରା କରନ୍ତୁ। ଶିବଭକ୍ତି ଦ୍ୱାରା ଆପଣ ମହାଦେବଙ୍କର ଆଶିର୍ବାଦ ପାଇପାରିବେ।

କାଉଡି ଯାତ୍ରା ନିୟମ:
ଏହାର ଅନେକ କଡା ନିୟମ ମଧ୍ୟ ରହିଛି । ଯାହାକୁ ମାନିବା ନିହାତି ଜରୁରୀ। ଏହା ପାଳନ ନକେଳ ଏହି ଯାତ୍ରା ଆପଣଙ୍କର ଯାତ୍ରା ପୂର୍ଣ୍ଣ ହେବ ନାହିଁ। ତେଣୁ ଭଲ ମନରେ ଭଗବାନଙ୍କ ନିକଟକୁ ଯାତ୍ରା କରନ୍ତୁ।

ଶରୀରର ଧ୍ୟାନ ରଖନ୍ତୁ:
ଯାତ୍ରା ସମୟରେ ନିଜ ଶରୀର ପ୍ରତି ଧ୍ୟାନ ରଖନ୍ତୁ। ପିଇବା ପାଇଁ ଶୁଦ୍ଧ ଜଳର ବ୍ୟବହାର କରନ୍ତୁ। ଭଲ ସ୍ଥାନରେ ରହି ଆରାମ କରନ୍ତୁ।

D Sonali

Recent Posts

ଓଏସଆରଟିସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

3 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

11 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

12 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

30 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

55 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

59 mins ago