ସ୍ପେଶାଲ

୯ ମାସରେ କନ୍ୟା ନିଜ ହାତରେ ହିଁ ବୁଣିଥିଲେ ନିଜର ବ୍ରାଇଡାଲ ଡ୍ରେସ୍‌, ମେଟ୍ରାରେ ଟ୍ରାଭେଲିଂ ସମୟରେ ଆରମ୍ଭ କରିଥିଲେ ପ୍ରକ୍ରିୟା

ସାଧାରଣତଃ ବିବାହକୁ ନେଇ କନ୍ୟାମାନେ ବହୁତ ଉତ୍ସାହିତ ଥାଆନ୍ତି। ଏହିଦିନ ସେମାନେ କିପରି ଦେଖାଯିବେ, ବ୍ରାଇଡାଲ ଡ୍ରେସ କେତେ ଆକର୍ଷଣୀୟ ହୋଇପାରିବ, ତାହାକୁ ନେଇ ଢ଼େର ଦିନ ଆଗରୁ ଅଙ୍କକଷା ଚାଲିଥାଏ। ବିଶେଷ କରି ବ୍ରାଇଡେଲ ଡ୍ରେସକୁ ଖାସ୍‌ କରିବା ପାଇଁ କନ୍ୟାମାନେ କ’ଣ ବା ନ କରିଥାଆନ୍ତି। ଏବେ ଏମିତି ହିଁ ଏକ ମାମଲା ଆସିଛି ଆମେରିକାରୁ, ଯେଉଁଠି ଜଣେ କନ୍ୟା ବିବାହ ପୂର୍ବରୁ ନିଜ ବ୍ରାଇଡାଲ ଡ୍ରେସକୁ କିଛି ଖାସ୍‌ କରି ତିଆରି କରିଛନ୍ତି।

ନ୍ୟୁୟର୍କ ସିଟିରେ କାମ କରିବା ସମୟରେ କନ୍ୟା ଜଣକ ସବୁବେଳେ ମେଟ୍ରୋରେ ଟ୍ରାଭେଲିଂ କରୁଥିଲେ। ଆଉ ଏହି ଟ୍ରାଭେଲିଂ ସମୟରେ ହିଁ ସେ ୯ ମାସ ଭିତରେ ନିଜ ବିବାହ ଡ୍ରେସକୁ ତିଆରି କରି ନେଇଥିଲେ। କନ୍ୟା ଜଣକ ଜଣେ ଡିଜାଇନର। ସେ ବିବାହ ଡ୍ରେସକୁ ନିଜ ହାତରେ ହିଁ ବୁଣିଥିଲେ। ତାଙ୍କ ନାଁ ଏସ୍‌ଥର ଏଣ୍ଡ୍ରୟୁଜ।  ସେ ଟିକ୍‌ଟକ ଭିଡିଓରେ ବିବାହ ପୋଷାକ ବନାଇବାର ପ୍ରକ୍ରିୟା ସେୟାର କରିଛନ୍ତି। ଖାସ୍‌ କଥା ହେଉଛି, ସମସ୍ତେ ନିଜ ବ୍ରାଇଡାଲ ଡ୍ରେସକୁ ବିବାହର ବହୁତ ଦିନ ଆଗରୁ ପ୍ରସ୍ତୁତ କରି ଦେଇଥାଆନ୍ତି। କିନ୍ତୁ ଏଣ୍ଡ୍ରୟୁଜ ବିବାହର ଗୋଟିଏ ଦିନ ପୂର୍ବରୁ ବି ଏହାକୁ ଶେଷ କରିପାରି ନ ଥିଲେ।

ତେବେ ଏଣ୍ଡ୍ରୟୁଜ ବିବାହ ଦିନ ଏହାକୁ କମ୍ପ୍ଲିଟ କରିଥିଲେ ଏବଂ ନିଜ ହାତବୁଣା ସୁନ୍ଦର ବ୍ରାଇଡାଲ ଡ୍ରେସ ପିନ୍ଧି ଏକ ଝଲକ ମଧ୍ୟ ଦେଖାଇଥିଲେ। ଏପରିକି, ନିଜ ହାତରେ ସେ ବର ପାଇଁ ମଧ୍ୟ ଡ୍ରେସ୍‌ ବନାଇଥିଲେ, ଯାହାକି ଏକ ମହାକାଶଯାତ୍ରୀ ସୁଟ୍‌ ଏବଂ ତାରା ଥିବା ଆକାଶ ଭଳି ଦେଖାଯାଉଥିଲା। ଏଣ୍ଡ୍ରୟୁଜ ନିଜ ଭାବୀ ସ୍ୱାମୀଙ୍କ ପାଇଁ ଏକ ହଳ ମୋଜା ମଧ୍ୟ ସିଲାଇ କରିଦେଇଥିଲେ। ଏଣ୍ଡ୍ରୟୁଜ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓକୁ ସେୟାର କରି ଲେଖିଛନ୍ତି କି, ଟିକ୍‌ଟକର ସମସ୍ତ ନୂଆ ଫଲୋୟର୍ସଙ୍କୁ ଧନ୍ୟବାଦ, ଯେଉଁମାନେ ମୋ ଟମାଟୋ ପ୍ୟାଚ ଥିବା ବ୍ରାଇଡାଲ ଡ୍ରେସକୁ ଏତେ ଭଲ ପାଇବା ଦେଇଛନ୍ତି। ଏହି ପ୍ରକ୍ରିୟାକୁ ସେୟାର କରିବା ବହୁତ ଖାସ୍‌ ଥିଲା।

Roshni

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

18 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

23 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago