photo credit: Zee News
ବେଳେବେଳେ ହଠାତ ଏମିତି ପରିସ୍ଥିତି ଆସିଯାଏ, ଯାହା ବିଷୟରେ ଲୋକଙ୍କୁ ତିଳେ ମାତ୍ର ଜଣା ନ ଥାଏ। କେବେ ଏହା ସେମାନଙ୍କ ପାଇଁ ମରଣାନ୍ତକ ପାଲଟିଯାଏ ତ କେତେବେଳେ ଗମ୍ଭୀର ସ୍ଥିତି ଡ଼ାକିଆଣେ। ଖାସ କରି ଯେତେବେଳେ ଆମେ ପଶୁପକ୍ଷୀଙ୍କ ପାଖକୁ ଯିବା, ସବୁବେଳେ ସତର୍କ ରହିବା ଉଚିତ। କାହିଁକିନା, କୌଣସି ବି ସାମାନ୍ୟ ସ୍ଥିତି ଗମ୍ଭୀର ପରିସ୍ଥିତିରେ ବଦଳି ଯାଇପାରେ।
ଏବେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଖୁବ ଭାଇରଲ ହେଉଛି, ଯେଉଁଥିରେ ଜିରାଫ ଏକ ଛୋଟ ପିଲାକୁ ପବନରେ ଟେକି ଦେଉଥିବା ଦେଖିବାକୁ ମିଳୁଛି। ଭିଡ଼ିଓରେ ଦେଖାଯାଉଛି, ଏକ ଦମ୍ପତି ବିନା କୌଣସି ଡରରେ ଜିରାଫକୁ ଘାସ ପତ୍ର ଆଦି ଖାଇବାକୁ ଦେଉଛନ୍ତି। ନିଜ ପିଲାକୁ ବି ଜିରାଫକୁ ଘାସ ଖୁଆଇ ଦେବାକୁ ପ୍ରୋତ୍ସାହିତ କରୁଛନ୍ତି।
ତେବେ ଏହାରି ଭିତରେ ପିଲାଟି ଯେତେବେଳେ ଜିରାଫକୁ ପତ୍ର ଦେଉଛି, ହଠାତ ଜିରାଫଟି ପତ୍ର ସହିତ ପିଲାଟିକୁ ବି ପବନରେ ଉଠାଇ ନେଉଛି। ସେଠାରେ ଉପସ୍ଥିତ ବାପା, ମାଆ ଏହା ଦେଖି ଡରି ଯାଉଛନ୍ତି ଏବଂ ତୁରନ୍ତ ନିଜ ପିଲାର ଗୋଡ଼ ଧରି ତଳକୁ ଟାଣି ଆଣୁଛନ୍ତି। ଏହି ଭାଇରଲ ଭିଡ଼ିଓକୁ ୩ ଲକ୍ଷରୁ ଅଧିକ ଲୋକ ଲାଇକ କରିଛନ୍ତି।
ବ୍ରହ୍ମପୁର : ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତ କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ । ଅଳ୍ପକେ ବର୍ତ୍ତିଲେ ୪୦…
ଭୁବନେଶ୍ୱର : କିଟ୍ ଓ କିସ୍ ହେଉଛି କ୍ରୀଡାର ହବ୍ । କିସରେ ଯୋଡି ହେବାକୁ ଯାଉଛି ସର୍ବବୃହତ ସାଇକେଲ…
କେନ୍ୟୁଜ(ବ୍ୟୁରୋ) : ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି…
ଭୁବନେଶ୍ୱର(କେନ୍ୟୁଜ୍): ଆଜିକାଲି ଘରେ ପକ୍ଷୀମାନଙ୍କୁ ପଞ୍ଜୁରୀରେ ରଖିବା ଏକ ପ୍ରକାର ଟ୍ରେଣ୍ଡ ପାଲଟିଗଲାଣି । ନିଜ ସଉକ ପାଇଁ କଥା…
ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍ ମୃତ୍ୟୁର ତଣ୍ଡବ ରଚିଛି । ରିପୋର୍ଟରୁ ଜଣାପଡ଼ିଛି, ଚଳିତ ବର୍ଷ ମକ୍କାରେ ହିଟ୍ ୱେଭ୍…
କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…