୫୭ ବର୍ଷ ପରେ ବି ସୁଧୁରିନି ଆୟୋଡିନ ଯୁକ୍ତ ଲୁଣ, ସତ୍ୟତା ଜାଣିବା ପରେ ବଢ଼ିଲା ସ୍ୱାସ୍ଥ୍ୟ ଚିନ୍ତା

ଶରୀରରେ ଆୟୋଡିନର ପରିମାଣ ଅଭାବରେ ବହୁ ମାରାତ୍ମକ ରୋଗ ମାନ ହୋଇଥାଏ | ଏହା ବିରୋଧରେ ୧୯୬୨ ମସିହାରେ ହିଁ କେନ୍ଦ୍ରିୟ ସ୍ଥରରେ ଏକ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା | ଏହାକୁ ଦୀର୍ଘ ୫୭ ବର୍ଷ ହୋଇଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେହି ଅନୁଯାୟୀ ସୁଫଳ ମିଳିପାରିନାହିଁ | ଦେଶର କେବଳ ୫ଟି ରାଜ୍ୟ ଏକ୍ଷେତ୍ରରେ ସଫଳତା ହାସଲ କରି ପାରିଛନ୍ତି | ଏହି ରାଜ୍ୟ ଗୁଡିକ ହେଉଛନ୍ତି ଜାମ୍ମୁ ଓ କାଶ୍ମୀର, ମଣିପୁର, ମେଘାଳୟ, ମିଜୋରାମ,ନାଗାଲାଣ୍ଡ | ଯେଉଁ ଠାରେ ଅଧିକାଂଶ ପରିମାଣରେ ଆୟୋଡିନ ଯୁକ୍ତ ଲୁଣର ବ୍ୟବହାର କରାଯାଇଥାଏ |

କିନ୍ତୁ ସବୁଠୁ କମ ଆୟୋଡିନ ଯୁକ୍ତ ଲୁଣ ର ବ୍ୟବହାର ଓଡିଶା, ଆନ୍ଧ୍ର ପ୍ରଦେଶ, ପୁଡୁଚେରୀ, ରାଜସ୍ଥାନ ଓ ତାମିଲ ନାଡୁ ପରି ରାଜ୍ୟରେ ହିଁ ହୋଇଥାଏ | ଆଜି ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ,ଉତ୍ତରା ଖଣ୍ଡ,ଦିଲ୍ଲୀ,ହିମାଚଳ ପ୍ରଦେଶ ପରି ରାଜ୍ୟ ଗୁଡିକରେ କ୍ରିଷ୍ଟାଲ ନାମକ ଲୁଣର ବ୍ୟବହାର ହୋଇଥାଏ | ଯେଉଁ ଥିରେ ଆୟୋଡିନର ପରିମାଣ ଖୁବ କମ ଥାଏ | ଦେଶର ଖୋଦ ରାଜଧାନୀର ଲୋକ ଯଦି ସତର୍କ ହୋଇପାରୁନାହାନ୍ତି ତେବେ ଅନ୍ୟ ରାଜ୍ୟ ଗୁଡିକର ଅବସ୍ଥା କଣ ହେବ |

ଭାରତର ୨୦୧୮-୧୯ ମସିହାର ହୋଇଥିବା ଏକ ସର୍ଭେ ଅନୁଯାୟୀ ଏପର୍ଯ୍ୟନ୍ତ ଦେଶର ମାତ୍ର ୭୬.୩ ପ୍ରତିଶତ ଘରେ ହିଁ ଆୟୋଡିନ ଯୁକ୍ତ ଲୁଣର ବ୍ୟବହାର ହୋଇଥାଏ | ସରକାର ୨୦୨୨ ମସିହାର ଶେଷ ସୁଦ୍ଧା ଦେଶର ୯୦ ପ୍ରତିଶତ ଘରେ କିପରି ଆୟୋଡିନ ଯୁକ୍ତ ଲୁଣର ବ୍ୟବହାର ହୋଇପାରିବ ସେ ପ୍ରତି ଦୃଷ୍ଟି ଦେବେ ବୋଲି ଯୋଜନା କରୁଛନ୍ତି | ଗମ୍ଭୀର ସ୍ଥିତିରେ ଥିବା ରାଜ୍ୟ ଗୁଡିକରେ ‘ରାଷ୍ଟ୍ରୀୟ ପୋଷଣ ଅଭିଯାନ’ ମାଧ୍ୟମରେ ହିଁ ଅତିଶୀଘ୍ର କାର୍ଯ୍ୟକ୍ରମ ଆରମ୍ଭ କରାଯିବ | ଯଦି ଚୀନ ପରି ଦେଶରେ ମଧ୍ୟ ୧୦୦ ପ୍ରତିଶତ ଆୟୋଡିନ ଯୁକ୍ତ ଲୁଣର ବ୍ୟବହାର କରାଯାଇପାରୁଛି ତେବେ ଭାରତ ରେ କାହିଁକି ଏହା ସମ୍ଭବ ହୋଇପାରିବ ନାହିଁ |

ଏହା ସହ ପଢନ୍ତୁ: ସାରା ବିଶ୍ୱରେ ମାତ୍ର ୪୩ ଜଣ, ଏମାନଙ୍କ ପାଖରେ ରହିଛି ଦୁର୍ଲଭ ବ୍ଲଡ୍‌ଗ୍ରୁପ୍‌, ଜାଣିଛନ୍ତି କି ଏହାର ବିଶେଷତ୍ୱ

କିଛି ଜରୁରୀ ତଥ୍ୟ:

୧. ଜଣେ ବ୍ୟକ୍ତି ପାଇଁ ପ୍ରତିଦିନ ୫୦୦ ମିଲିଗ୍ରାମ ଓଜନର ଆୟୋଡିନ ଆବଶ୍ୟକ କରିଥାଏ
୨.୧୫ ରୁ ୪୯ ବର୍ଷର ମହିଳାଙ୍କ ପାଇଁ ଆୟୋଡିନ ଯୁକ୍ତ ଲୁଣର ଅଧିକ ଦରକାର ହୋଇଥାଏ
୩. ଦେଶରେ ପ୍ରତିବର୍ଷ ପ୍ରାୟ ୮୦ ଲକ୍ଷ ଶିଶୁ ଆୟୋଡିନ ଅଭାବରେ ହିଁ ଜନ୍ମ ନେଇଥାନ୍ତି
୪. ୫ ବର୍ଷ ବୟସ ପର୍ଯ୍ୟନ୍ତ ୩ କୋଟି ଶିଶୁଙ୍କ ଶରୀରରେ ଆୟୋଡିନ ପରିମାଣ ଶରୀରର ଆବଶ୍ୟକତା ଠାରୁ କମ ଥାଏ
ପାକିସ୍ତାନରୁ ଆସୁଥିବା ସୈନ୍ଧର୍ବ ଲଵଣରେ ଆୟୋଡିନର ପରିମାଣ କମ ଥାଏ | ଏହି ଲୁଣକୁ କେବଳ କିଛି ଆୟୁର୍ବେଦୀୟ ଚିକିତ୍ସା ପଦ୍ଧତିରେ ହିଁ ବ୍ୟବହାର କରାଯାଇପାରିବ | କିନ୍ତୁ ଏହାକୁ ନେଇ ସାଧାରଣରେ ଏକ ଭ୍ରାନ୍ତ ଧାରଣା ରହିଅଛି ଯେ ସୈନ୍ଧର୍ବ ଲବଣ ସବୁଠୁ ଉତ୍ତମ | ତେଣୁ ଦେଶର ପ୍ରାୟ ଲୋକ ଏହି ଲୁଣର ବ୍ୟବହାରକୁ ହିଁ ଅଧିକ ଗୁରୁତ୍ୱ ଦେଇଥାନ୍ତି |

Leave A Reply

Your email address will not be published.