ମଳ ମାସରେ ମୃତ୍ୟୁକୁ ଅଶୁଭ ବୋଲି କାହିଁକି କୁହାଯାଏ, ଜାଣନ୍ତୁ ଏହା ପଛରେ କାରଣ

ଆସୁଛି ମଳମାସ। ଏହି ମାସରେ ଖାସ କରି କୌଣସି ଶୁଭ କାମ କରିବାକୁ ବାରଣ କରାଯାଇଥାଏ। କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ମାସର ୩୦ ଦିନ ସୂର୍ଯ୍ୟଙ୍କ ତେଜ କମ ରହିଥାଏ । ମନାଯାଏ ଯେ ଏହି ଦିନରେ କାମ କଲେ କୌଣସି ସଫଳତା ମିଳିନଥାଏ। କିନ୍ତୁ ଜନ୍ମ ମୃତ୍ୟୁର ସମୟକୁ ତ କେହିବି ବଦଳାପାରିବେ ନାହିଁ। କିନ୍ତୁ ଏହିମାସରେ ମୃତ୍ୟୁକୁ ମଧ୍ୟ ବହୁତ ଅଶୁଭ ବୋଲି କାହିଁକି କୁହାଯାଏ ।

ସନାତନ ଧର୍ମରେ ସବୁ କାମ ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରାଯାଇଛି। ସେହିପରି ଅଶୁଭ କାମକୁ ନେଇ ମଧ୍ୟ ଅନେକ ନିୟମ ରହିଛି। ଯେପରିକି ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଯାଏ। ତେବେ ମୃତ୍ୟୁ ପରେ ସଂସ୍କାରକୁ ନେଇ ପୁରାଣ ଶାସ୍ତ୍ରରେ ଅନେକ ନିୟମ ରହିଛି। ଏହାକୁ ପାଳନ କରିବା ପାଇଁ ଉଚିତ ସମୟ, କରିବାର ପଦ୍ଧତି ଓ ନିୟମ ରହିଛି।

ritual
pc: oneindia hindi

 

ମୃତ୍ୟୁ ହେଉଛି ନିରାଟ ସତ୍ୟ। ଯାହା ଉପରେ କାହାର ରୋକ ନଥାଏ । ତେଣୁ ଏହାକ ୁ ନେଇ କିଛି ଶୁଭ-ଅଶୁଭ ନିୟମ ରହିଛି। ତେବେ ଯଦି ଆପଣ କୌଣସି ଶବକୁ ଦେଖୁଛନ୍ତି ତେବେ ତାହା ଶୁଭ ହୋଇଥାଏ। କିନ୍ତୁ ଏଥିପାଇଁ ସମୟ ମଧ୍ୟ ଠିକ ଥିବା ଜରୁରୀ। ଶାସ୍ତ୍ର ଅନୁଯାୟୀ ଯଦି କାହାର ଶୁଭ ସମୟରେ ମୃତ୍ୟୁ ହୋଇଥାଏ ତେବେ ମୃତକଙ୍କ ଆତ୍ମା ସଦଗତି ପାଇଥାଏ। କିନ୍ତୁ ଯଦି ଅଶୁଭ ସମୟରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୁଏ ତେବେ ମୃତକଙ୍କ ପରିବାରକୁ ବଡ଼ ସଙ୍କଟ ଆସିଲା ବୋଲି ଜଣାପଡେ। ଏଥିପାଇଁ ବ୍ୟକ୍ତିର ମୃତ୍ୟୁ ପରେ ପୁଷ୍କର କାମ ସଠିକ ଭାବେ ହେବା ଉଚିତ। ସେହିପରି ମଳ ମାସ ବା ଖର ମାସରେ ବ୍ୟକ୍ତିର ମୃତ୍ୟୁ ହେଲେ ଏହା ଅଶୁଭ ମନାଯାଏ।

ritual hindu

pc: news track, news track live, news track

ଖର ମାସରେ ସୂର୍ଯ୍ୟଦେବ ଧନୁ ରାଶିରେ ରହିଥାନ୍ତି। ଯାହା କାରଣରୁ ସୂର୍ଯ୍ୟ ଦେବଙ୍କ ତେଜ କମିଯାଏ । ତେଣୁ ଏହି କାରଣରୁ ଏହି ମାସରେ କରାଯାଉଥିବା ସବୁ କାମରେ ସଫଳତା ମିଳିନଥାଏ ବୋଲି ବିଶ୍ୱାସ ରହିଛି। ପୁରାଣ ଅନୁଯାୟୀ, ଏହି ମାସରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କୁ ନର୍କରେ ସ୍ଥାନ ମିଳେ। ତେଣୁ ଏହି କାରଣରୁ ଏହାକୁ ଅଶୁଭ ମନାଯାଇଛି। ଏହାକୁ ନେଇ ପୁରାଣରେ ମଧ୍ୟ ପ୍ରମାଣ ରହିଛି।

ମହାଭାରତ ଯୁଦ୍ଧରେ ଯେତେବେଳେ ଅର୍ଜ୍ଜୁନଙ୍କ ବାଣରେ ପରମବୀର ଭୀଷ୍ମ ପିତାମହ ଆଘାତ ପାଇଥିଲେ ସେତେବେଳେ ତାଙ୍କର ମୃତ୍ୟୁ ହୋଇଯାଇଥାନ୍ତା। କିନ୍ତୁ ଏହି ମାସର ଅଶୁଭ ସମୟ କାରଣରୁ ସେ ସେହି ସମୟକୁ ଅପେକ୍ଷା କଲେ । ଯେତେବେଳେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କଲେ । ଶେଷରେ ମକର ସଂକ୍ରାନ୍ତି ଦିନ ଭୀଷ୍ମ ପିତାମହ ନିଜ ପ୍ରାଣତ୍ୟଗ କରିଥିଲେ। ବାସ୍ତବିକ ମୃତ୍ୟୁକୁ ତ କେହି ବି ରୋକି ପାରିବେନି। କିନ୍ତୁ ପିତାମହ ଭୀଷ୍ମଙ୍କୁ ଇଚ୍ଛା ମୃତ୍ୟୁ ବରଦାନ ମିଳିଥିବା କାରଣରୁ ସେ ନିଜ ମୃତ୍ୟୁ ସମୟ ସୀମାକୁ ଏତେଦିନ ପର୍ଯ୍ୟନ୍ତ ରୋକି ପାରିଥିଲେ ।

ritual hindu known
pc: bhaskar

ମଳମାସରେ ସମସ୍ତ ଶୁଭ କାମକୁ ବାରଣ କରାଯାଇଛି। ତେଣୁ ଏହି ଦିନ ମାନଙ୍କରେ ବିବାହ, ବ୍ରତ, ମୁଣ୍ଡନ, ଗୃହ ପ୍ରବେଶ, ନିର୍ମାଣ ସହ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ମନାକରାଯାଇଛି। ଏହି ମାସ ଆସନ୍ତା ୧୬ ଡିସେମ୍ବର ୨୦୨୧ରୁ ଆରମ୍ଭ ହୋଇ ୧୪ଜାନୁଆରୀ ୨୦୨୨ ମସିହା ପର୍ଯ୍ୟନ୍ତ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.