ସ୍ପେଶାଲ

ଏପରି ଗାଁ ଯେଉଁଠି ୧୦୦ ବର୍ଷରୁ ଅଧିକ ସମୟ ବଞ୍ଚନ୍ତି ଲୋକେ

ବର୍ତ୍ତମାନ ଦୈନନ୍ଦିନ ଜୀବନର ବ୍ୟସ୍ତବହୁଳ କାର୍ଯ୍ୟ ଓ ଟେନସନ୍ କାରଣରୁ ଲୋକଙ୍କର ବୟସ ହ୍ରାସ ପାଉଛି । କିନ୍ତୁ ଇଟାଲିରେ ଏପରି ଏକ ଗାଁ ଅଛି, ଯେଉଁଠି ଅଧିକାଂଶ ଲୋକେ ୧୦୦ ବର୍ଷରୁ ଅଧିକ ସମୟ ବଞ୍ଚନ୍ତି । ଇଟାଲିର ସାର୍ଦିନିଆ ପ୍ରାନ୍ତର ପାର୍ବତ୍ୟ ଅଞ୍ଚଳରେ ଥିବା ପେରଡାସଡେଫୋଗୁ ଗାଁର ଲୋକଙ୍କ ବୟସକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ।

ପେରଡାସଡେଫୋଗୁ ଗାଁର ଜନସଂଖ୍ୟା ପ୍ରାୟ ୧୭୪୦ ଥିବା ବେଳେ ଏବେ ସେଠାରେ ୮ ଜଣଙ୍କର ବୟସ ୧୦୦ ବର୍ଷରୁ ଅଧିକ ରହିଛି । ଚଳିତ ବର୍ଷ ମଧ୍ୟ ୫ ଜଣ ୧୦୦ ବର୍ଷ ବୟସ ଅତିକ୍ରମ କରିବେ । ଆଗାମୀ ୨ ବର୍ଷ ମଧ୍ୟରେ ଆଉ ୧୦ ଜଣ ୧୦୦ ବର୍ଷର ହୋଇଯିବେ । ଏହି ଗାଁରେ ଅଧିକାଂଶ ପରିବାରର ୪-୫ ଜଣ ୧୦୦ ବର୍ଷ ବଞ୍ଚିବା ପରେ ମୃତ୍ୟୁବରଣ କରିଛନ୍ତି ।

ରିପୋର୍ଟ ମୁତାବକ, ଇଟାଲୀର ପେରଡାସଡେଫୋଗୁ ଗାଁରେ ୧୦୦ ବର୍ଷ ବୟସ ଅତିକ୍ରମ କରିଥିବା ଲୋକଙ୍କ ସଂଖ୍ୟା ଜାତୀୟ ହାରଠାରୁ ୧୩ ଗୁଣ ଅଧିକ । ପ୍ରଫେସର ଲୁଇସା ସାଲାରିସ୍ କହିଛନ୍ତି ଯେ, ‘୧୦୦ ବର୍ଷରୁ ଅଧିକ ବଞ୍ଚିବା ପଛର ସବୁଠୁ ବଡ କାରଣ ହେଉଛି ତାଜା ପବନ ଏବଂ ସୁସ୍ଥ ଖାଦ୍ୟ । ଏହାର କାରଣ ତାଜା ପବନ ଏବଂ ଭଲ ଖାଦ୍ୟ ହୋଇଥିଲେ ବି ମୋର ବିଶ୍ୱାସ ଯେ ଦୀର୍ଘାୟୁ ହେବାର ଅନ୍ୟତମ କାରଣ ହେଉଛି ଡିପ୍ରେସନ ପ୍ରତି ସେମାନଙ୍କର ମନୋଭାବ । ସେମାନେ ପ୍ରତ୍ୟେକ ସମସ୍ୟାର ଖୁବଶୀଘ୍ର ସମାଧାନ କରନ୍ତି ।’

ବହି ପଢ଼ିବାକୁ ଏହି ଗାଁର ଲୋକମାନେ ବେଶ ପସନ୍ଦ କରନ୍ତି ଓ ପୁସ୍ତକଗୁଡ଼ିକ ମଧ୍ୟ ସେମାନଙ୍କର ବୟସ ବୃଦ୍ଧି କରିବାରେ ପ୍ରଭାବଶାଳୀ ପ୍ରମାଣିତ ହୋଇଛି । ଏହା ବ୍ୟତୀତ ଏଠାରେ ଥିବା ଲୋକମାନେ ସାମାଜିକ ଏବଂ ପରସ୍ପର ସହିତ ବହୁତ ଯୋଗାଯୋଗରେ ରୁହନ୍ତି । ସାହିତ୍ୟିକ ସମାରୋହ ନିୟମିତ ଭାବେ ଆୟୋଜିତ ହୋଇଥାଏ, ଯେଉଁଥିରେ ବୟସ୍କମାନେ ମଧ୍ୟ ପୂର୍ଣ୍ଣ ଉତ୍ସାହ ସହିତ ସାମିଲ ହୁଅନ୍ତି । ଏଠାରେ ବୟସ୍କମାନେ ବୃଦ୍ଧାଶ୍ରମକୁ ନଯାଇ ଘରେ ହିଁ ରୁହନ୍ତି ।

KNews Bureau

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

2 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

9 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

16 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

24 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

26 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

34 mins ago