ଚୀନର ବୁହାନ ସହରରୁ ବ୍ୟାପିଥିବା କରୋନା ଭାଇରସ ଏ ପର୍ଯ୍ୟନ୍ତ ବିଶ୍ୱର ୬ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି। କେବଳ ଚୀନରେ ୩ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇସାରିଥିବା ବେଳେ ଏବେ କିନ୍ତୁ ଏହି ଦେଶ ଏହି ଭାଇରସକୁ ରୋକିବାରେ ସଫଳ ହୋଇପାରିଛି। ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ଚୀନରୁ ଆସିଥିବା କୌଣସି ମହାମାରୀ କାରଣରୁ ଏତେ ଲୋକଙ୍କୁ ଜୀବନ ହାରିବାକୁ ପଡିଛି।
ଏହା ପୂର୍ବରୁ ଏମଏଆରଏସ ଭଳି ରୋଗ ଲୋକଙ୍କ ଜୀବନ ନେଇଛି। ଇତିହାସରେ ଯୋଡ଼ି ହୋଇରହିଥିବା ଏକ ଘଟଣା ହେଉଛି, ଚୀନର ନିଜ ଭୁଲ କାରଣରୁ କୋଟି କୋଟି ଲୋକଙ୍କ ଜୀବନ ଯାଇଥିଲା। ବର୍ଷ ୧୯୬୦ରେ ଦେଶରେ ଅକାଳ ମରୁଡ଼ି ପଡିଥିଲା। ଏଥିପାଇଁ ଯେତିକି ଦୋଷ ପ୍ରକୃତିକୁ ଦିଆଯିବା କଥା, ତା’ଠାରୁ ଅନେକ ଗୁଣା ଦୋଷ ଚୀନ ସରକାରଙ୍କର ଥିଲା।
ବର୍ଷ ୧୯୫୮ରେ ଚୀନର ଶାସନ ଭାର ମାଓ ଜୋଡାଙ୍ଗ ସମ୍ଭାଳୁଥିଲେ। ତାଙ୍କୁ ମାଓ ସେ-ତୁଙ୍ଗ କୁହାଯାଉଥିଲା। ସେ ରାଜ୍ୟରେ ‘ଫୋର ପେଷ୍ଟ କ୍ୟାମ୍ପେନ’ ଆରମ୍ଭ କରିଥିଲେ। ଏଥିରେ ସେ ମଶା, ମାଛି, ମୂଷା ଏବଂ ଗୌରୀୟା ଚଢ଼େଇ ମାରିବାକୁ ଆଦେଶ ଦେଇଥିଲେ। କାରଣ, ତାଙ୍କ କହିବା ଥିଲା କି, ଏହି ଜୀବମାନେ ଚାଷୀର ପରିଶ୍ରମକୁ ବୃଥା କରିଦେଉଛନ୍ତି ଏବଂ ସବୁ ଫସଲ ଖାଇ ନଷ୍ଟ କରୁଛନ୍ତି।
ମଶା, ମାଛି, ମୂଷା ଲୋକଙ୍କଠାରୁ ବର୍ତ୍ତି ଯାଉଥିଲେ, କିନ୍ତୁ ଗୌରୀୟା ଚଢ଼େଇ ଲୋକଙ୍କ ଆଖପାଖରେ ରହିଯାଉଥିଲେ। ତେଣୁ ସେମାନେ ଲୋକଙ୍କ ଶିକାର ପାଲଟୁଥିଲେ। କୁହାଯାଏ କି, ସେତେବେଳେ ଲୋକେ ବାସନ, ଟିଣ ଓ ଡ୍ରମ ବଜାଇ ଚଢ଼େଇକୁ ଉଡାଇ ଦେଉଥିଲେ। ଉଡିବା ବେଳେ ତାକୁ ଶିକାର କରୁଥିଲେ।
କିନ୍ତୁ ୨ ବର୍ଷ ଭିତରେ ମାଓ ଜୋଡାଙ୍ଗ ନିଜର କଥା ବଦଳାଇଥିଲେ। ଜଣେ ବୈଜ୍ଞାନିକ ତାଙ୍କୁ କହିଥିଲେ କି, ଗୌରୀୟା ଚଢ଼େଇ ଫସଲ ନଷ୍ଟ କରୁଥିବା କୀଟଙ୍କୁ ଅଧିକ ସଂଖ୍ୟାରେ ଖାଇଯାନ୍ତି। ତେବେ ସେପଟେ ଚୀନରେ ଚାଉଳ ଉତ୍ପାଦନ ବଢିବା ବଦଳରେ କମିବାରେ ଲାଗିଥିଲା। ଏହାଦେଖି ମାଓ ଜୋଡାଙ୍ଗ ପୁଣି ଆଦେଶ ଦେଇଥିଲେ ଯେ ଗୌରୀୟା ଚଢ଼େଇ ବଦଳରେ କୀଟଙ୍କୁ ମାରିଦିଆଯାଉ। କିନ୍ତୁ ସେତେବେଳକୁ ବହୁତ ଡେରି ହୋଇସାରିଥିଲା।
ଗୌରୀୟା ଚଢ଼େଇଙ୍କ ସଂଖ୍ୟା ଲଗାତର କମିବା ଫଳରେ କୀଟଙ୍କ ସଂଖ୍ୟା ବଢିଯାଇଥିଲା। ଯାହାଫଳରେ ବଡ଼ ପରିମାଣରେ ଫସଲ ହାନି ଘଟିଥିଲା। ଏହାପରେ ଚୀନରେ ଅକାଳ ମରୁଡ଼ି ପଡିଥିଲା, ଯେଉଁ କାରଣରୁ କୋଟି କୋଟି ଲୋକଙ୍କର ଜୀବନ ଯାଇଥିଲା। ଚୀନ ଦସ୍ତାବିଜ ଅନୁସାରେ, ଦେଶରେ ୧.୫୦ କୋଟି ଲୋକଙ୍କର ଜୀବନ ଭୋକ ଉପାସରେ ଯାଇଥିଲା। କିନ୍ତୁ ଐତିହାସିକଙ୍କ ମତରେ, ଏଠାରେ ମୃତ୍ୟୁ ସଂଖ୍ୟା ଥିଲା ପାଖାପାଖି ୫ କୋଟି।