ଅଦ୍ଭୁତ ଏ ଗ୍ରାମ : ଏମିତି ଏକ ଗାଁ ଯେଉଁଠାରେ ଆଜି ଯାଏଁ ହୋଇନାହିଁ ଗୋଟିଏ ବି ମମଲା ରୁଜୁ

ଓରେୟା : ବର୍ତ୍ତମାନ ସମୟରେ ରାମରାଜ୍ୟର ବିଚାର ମନକୁ ଆଣିବା ଏକ ଭ୍ରାନ୍ତଧାରଣା ସ୍ବରୁପ। କାରଣ କଲିଯୁଗରେ ନିୟମିତ ପ୍ରତ୍ୟେକ ମିନିଟରେ ଘଟିଚାଲିଛି ଅଘଟଣ। ଯାହାକୁ ନିୟନ୍ତ୍ରିତ କରିବା ପାଇଁ ରହିଛି ଅନେକ ଆଇନକାନୁନ୍। କିନ୍ତୁ ଅମ ଦେଶର ରହିଛି ଏପରି ୧୧ଟି ଗ୍ରାମ ରହିଛି ଯେଉଁଠାରେ ଆଜି ଯାଏଁ କୌଣସି ମାମଲା ରୁଜୁ ହୋଇନାହିଁ । ଆଜ୍ଞା ଆପଣ ଠିକ୍ ପଢ଼ିଛନ୍ତି ଓରିୟାର ବିଭିନ୍ନ ଗ୍ରାମରେ ପାଞ୍ଚାୟତ ମାନଙ୍କରେ ପଞ୍ଚ ପରମେଶ୍ବର ରହିଛନ୍ତି ଯେଉଁଠାରେ ପ୍ରେମମନ୍ତ୍ରର ଅଦାଲତରେ ହୋଇଥାଏ ରାମରାଜ୍ୟ ଭଳି ନ୍ୟାୟ।

village 2

ଏହା କାରଣ ପାଇଁ ଆଜି ପର‌୍ୟ୍ୟନ୍ତ ଏହି ଗ୍ରାମରେ ଗୋଟିଏ ମଧ୍ୟ ମମଲା ରୁଜୁ ହୋଇନାହିଁ। ପୂର୍ବପୁରୁଷଙ୍କ ନିକଟରୁ ମିଳିଥିବା ସଦଭାବନାକୁ ସଞ୍ଚିତ ଭାବେ ରଖି ପୀଢ଼ି ପରେ ପୀଢ଼ି ଏହି ନିୟମକୁ ପାଳନ କରିଚାଲିଛନ୍ତି। ଏହି ଗ୍ରାମମାନଙ୍କରେ ନା ଧର୍ମ ସମ୍ବନ୍ଧି ବିବାଦ ଦେଖାଯାଇଥାଏ ନା କୌଣସି ଜାତିବାଦିକୁ ନେଇ ବିବାଦ ଦେଖାଦିଏ । ଏଠାରେ ଏକକ ଜାତି ରହିଛି। ଏଠାରେ ମୁସଲିମ୍ ପରିବାର ହୋଲି ଖେଳନ୍ତି ତ ହିନ୍ଦୁ ପରିବାର ଇଦରେ ସେମେୟା ଖାଆନ୍ତି।

village

ମଡିନା ଗ୍ରାମର ଗ୍ରାମବାସୀଙ୍କ କହିବାନୁଯାୟୀ, ଏହି ଗ୍ରାମରେ ଏହି ପରମ୍ପରା କେବେ ଆରମ୍ଭ ହେଲା କିଏ କହିପାରିବେ ନାହିଁ। ଏଠାରେ ଦୁଇ ବର୍ଗର ମୁରବୀ ବସି ଗାଁର ସମସ୍ତ ମାମଲାକୁ ସମାଧାନ କରିଆସିଛନ୍ତି । ଆଜି ଯାଏଁ ଗ୍ରାମରେ କୌଣସି ଦୁର୍ଘଟଣା ବା ଅଘଟଣ ଘଟିନାହିଁ। ଯଦି ବାହାର ବ୍ୟକ୍ତି କୌଣସି ବିବାଦ କରିଥାନ୍ତି ତେବେ ଗାଁ ଲୋକ ତାହାର ମିଳିତ ଭାବେ ସମାଧାନ କରିଥାନ୍ତି।
ଭାଇଚାର ଏବଂ ସଦଭାବର ଉଦାହରଣ ପାଲଟିଛି ଏହି ୧୧ଟି ଗ୍ରାମ। ଏହି ଗ୍ରାମ ମାନଙ୍କର ଆଜି ଯାଏଁ କୌଣସି ବିବାଦ ଦେଖାଯାଇନାହିଁ। ଏନେଇ ଏହି ଗ୍ରାମ ମାନଙ୍କୁ ମଧ୍ୟ ସମ୍ନାନିତ କରାଯାଇଛି। ଏହି ଗ୍ରାମ ମାନଙ୍କର ନାମ ରହିଛି ଚକସୁମରେପୁର, କଲ୍ୟାଣୁପୁର, ସରସେ, ସାବଲପୁର ଭଗବନ୍ତପୁର, ନନ୍ଦପୁର, ଗ୍ୟାନପୁର, ମୁଣପୁଲା, ମନିପୁର, ବଦନପୁର ଏବଂ ମଡ଼େନା ଗ୍ରାମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.