ଆଶ୍ରମରେ ପ୍ରବେଶ ପୂର୍ବରୁ କୁକୁର ସମାଧି ପାଖରେ କରିବାକୁ ପଡ଼େ ଦଣ୍ଡବତ, ଜାଣନ୍ତୁ ଝାଡ଼ଖଣ୍ଡର ଏହି ମହାନ୍‌ ପୀଠସ୍ଥଳୀ ସମ୍ପର୍କରେ

ଝାଡ଼ଖଣ୍ଡ ହେଉଛି ଆସ୍ଥା ଭୂମି। ଏଠି କୋଣ ଅନୁକୋଣରେ ଭକ୍ତଙ୍କ ମଧ୍ୟରେ ଶ୍ରଦ୍ଧା ଓ ବିଶ୍ୱାସ ଭରି ରହିଥାଏ। ଆସ୍ଥା ସହ ଜଡ଼ିତ ଏମିତି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳେ କୋକରସ୍ଥିତ ପଗଳା ବାବା ଆଶ୍ରମରେ। ଏହାକୁ ‘ମୁକ୍ତେଶ୍ୱର ଧାମ’ ମଧ୍ୟ କୁହାଯାଇଥାଏ। ଏଠାରେ ଏକ କୁକୁରର ସମାଧି ରହିଛି, ଯାହାର ଆଶୀର୍ବାଦ ନେଇ ଭକ୍ତମାନେ ଆଶ୍ରମରେ ଭଗବାନଙ୍କ ଦର୍ଶନ କରିବାକୁ ଯାଇଥାଆନ୍ତି। ଏଠାରେ କୁକୁର ସମାଧି ପାଖରେ ପୂଜାର୍ଚ୍ଚନା କରାଯାଇଥାଏ।

DJLÀFÔ¶FS¦F RYFZMXFZ- IYFZIYS ¨FF`IY dÀ±F°F ¶F¦F»FF ¶FF¶FF AFßF¸F

କୁହାଯାଏ, ପଗଳା ବାବା ‘ଭୋଲି’ ନାମକ ଏକ କୁକୁରକୁ ପାଳିଥିଲେ। ଭୋଜନ ପୂର୍ବରୁ ବାବା ତାକୁ ଖାଇବାକୁ ଦେଉଥିଲେ। ଦିନେ ବାବା ଅଯୋଧ୍ୟା ଯାତ୍ରାରେ ବାହାରିଲେ। ଏହି ସମୟରେ ଆଶ୍ରମର ଜଣେ କର୍ମଚାରୀ ଚୁଲ୍ଲିରୁ ଜଳନ୍ତା କାଠ ବାହାର କରି ‘ଭୋଲି’ର ମୁଣ୍ଡରେ ଶକ୍ତ ପ୍ରହାର ପକାଇଥିଲେ, ଏଥିରେ କୁକୁରର ମୃତ୍ୟୁ ଘଟିଥିଲା। ଯେବେ ପଗଳା ବାବା ଯାତ୍ରାରୁ ଫେରିଥିଲେ ଏବଂ ତାଙ୍କୁ ଏ ବିଷୟରେ ସୂଚନା ମିଳିଥିଲା, ସେ ରାଗିଯାଇ କର୍ମଚାରୀଙ୍କୁ ଆଶ୍ରମରୁ ବାହାର କରିଦେଇଥିଲେ। ଏହାପରେ ସେ କୁକୁରର ସମାଧି ମନ୍ଦିର ପରିସରରେ ହିଁ ତିଆରି କରିଥିଲେ। ସେବେଠାରୁ ପ୍ରତିଦିନ ଏଠାରେ ପୂଜା ଜାରି ରହିଛି।

a44

ଆଶ୍ରମ ପରିସରରେ ବାବା ଛୋଟବଡ଼ ମିଶାଇ ମୋଟ ୩୫ଟି ମନ୍ଦିର ନିଜେ ତିଆରି କରିଛନ୍ତି। ସେଥିମଧ୍ୟରୁ ଶିବ ମନ୍ଦିର ଅଧିକ ରହିଛି। ଏହାଛଡ଼ା ଦୁର୍ଗା, କାଳୀ, ସରସ୍ୱତୀ, ମହାମୃତ୍ୟୁଞ୍ଜୟ, ନାରାୟଣ, ଗଣପତି, ଲକ୍ଷ୍ମୀ, ବିଷ୍ଣୁ ମାଧବ ଆଦି ମନ୍ଦିର ନିର୍ମାଣ କରାଯାଇଛି। ଆଶ୍ରମ ଭିତରେ ଏକ ପୋଖରୀ ରହିଛି, ଯାହାକୁ ‘ପୂର୍ଣ୍ଣ ପୋଖରୀ’ କୁହାଯାଇଥାଏ। କେବଳ ଏତିକି ନୁହେଁ, ବାବା ଏଠି ଗୁମ୍ଫାରେ ବସି ଧ୍ୟାନମଗ୍ନ ରହୁଥିଲେ। ସେ ୧୨ ବର୍ଷ ପଯ୍ୟର୍ନ୍ତ ଏଠାରେ ତପସ୍ୟା ଜାରି ରଖିବା ପରେ ସମାଧି ନେଇଥିଲେ।

a55

କୁହାଯାଏ, ପଗଳା ବାବା ପ୍ରଥମେ ଚାକିରି କରୁଥିଲେ। ଧୀରେ ଧୀରେ ତାଙ୍କର ମନ ଆଧ୍ୟାତ୍ମ ଆଡ଼କୁ ବଳିଥିଲା। ବାବାଙ୍କ ସ୍ୱଭାବ, ଜ୍ଞାନ ଏବଂ ଧ୍ୟାନ ଯୋଗୁ ଲୋକେ ତାଙ୍କୁ ‘ପଗଳା ବାବା’ କହିବାକୁ ଲାଗିଲେ। ଆଜି ତାଙ୍କୁ ଆଶ୍ରମରେ ସକାଳୁ ସନ୍ଧ୍ୟା ଯାଏ ଭୋଗ ଚଢ଼ାଯାଇଥାଏ। ଏଠାରେ ଜ୍ୟେଷ୍ଠ ମାସର ପ୍ରତି ମଙ୍ଗଳବାର ଚଣ୍ଡୀପାଠ କରାଯାଇଥାଏ। ପରିସରରେ ଏକ କୂଅ ରହିଛି, କିନ୍ତୁ ଏହାର ପାଣି ଦୂଷିତ ହୋଇଯିବାରୁ ଏବେ ଏହାକୁ ବନ୍ଦ କରିଦିଆଯାଇଛି। ଆଶ୍ରମ ଚାରିପାଖରେ ସବୁଜିମା ଭରି ରହିଛି। ବର୍ଷକୁ ଦୁଇଥର ଏଠାରେ ଭବ୍ୟ ଆୟୋଜନ କରାଯାଇଥାଏ। ଏଥିରେ ପଶ୍ଚିମ ବଙ୍ଗରୁ ଅଧିକ ସଂଖ୍ୟକ ଭକ୍ତ ଯୋଗ ଦେଇଥାଆନ୍ତି।

aa

ଆଶ୍ରମରେ ଅନେକ କୁକୁର, ବିଲେଇ ରହିଛନ୍ତି। ଏହାସହିତ ବାବାଙ୍କ କୋଠରୀରେ ଏକ ଶିବଲିଙ୍ଗ ସ୍ଥାପନା କରାଯାଇଛି। ପ୍ରତିଦିନ ଏଠାରେ ନିୟମ ଅନୁଯାୟୀ ପୂଜା କରାଯାଇଥାଏ। ଏବେ ଆଶ୍ରମରେ କିଛି ଭକ୍ତ ରହି ପୂଜାପାଠ ଏବଂ ସଫା ସୁତରା ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.