ସୁନ୍ଦରୀ ମହିଳାଙ୍କ ସହର, ଯେଉଁଠି ଅକାଳ ପଡିବାରୁ ମଣିଷ ଖାଇଥିଲା ମଣିଷ ମାଂସ

ୟୁକ୍ରେନ ଏପରି ଏକ ଦେଶ ଯାହା ଦେଖିବାକୁ ବହୁତ ପ୍ରାଚୀନ ଏବଂ ସୁନ୍ଦର। ଏହି ଦେଶର ରାଜଧାନ କିଓ୍ଵ, ସବୁଠାରୁ ବଡ ସହର ଭାବେ ପରିଚିତ। ଏହାକୁ ମଧ୍ୟ ସୁନ୍ଦର ମହିଳାଙ୍କ ସହର ବୋଲି କୁହାଯାଏ। କିନ୍ତୁ ୟୁକ୍ରେନ ସହିତ ଜଡିତ ଅନେକ କିଛି ରୋଚକ ତଥ୍ୟ ରହିଛି, ଯାହା ବିଷୟରେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ।

rail

ଦୁନିଆର ସବୁଠାରୁ ଗଭରତମ ରେଲେଓ୍ଵ ଷ୍ଟେସନ ୟୁକ୍ରେନରେ ରହିଛି। ଯାହାକୁ ‘ଆର୍ସେନେଲାନ ମେଟ୍ରୋ ଷ୍ଟେସନ’ ବୋଲି କୁହାଯାଏ। ଏହି ଷ୍ଟେସନଟି ଭୂମିଠାରୁ ୧୦୫.୫ ମିଟର ଅର୍ଥାତ୍‌ ୩୪୬ ଫୁଟ ଗଭୀରରେ ରହିଛି।

uk 1

ମଦ ପିଇବା ଶରୀର ପାଇଁ ଭଲ ନୁହେଁ ବୋଲି ଅନେକ ଦେଶର ଲୋକ କୁହନ୍ତି। କିନ୍ତୁ ଏଠିକାର ଲୋକ ମଦ ପିଇବାକୁ ପରମ୍ପରା ବୋଲି ମାନନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ମୁତାବକ, ସମଗ୍ର ଦୁନିଆରେ ମଦ ପିଇବା ସ୍ଥାନରେ ୟୁକ୍ରେନ ୬ ତମ ସ୍ଥାନରେ ରହିଛି। ଏଠାରେ ପ୍ରତିବର୍ଷ ଜଣେ ବ୍ୟକ୍ତି ୧୪ ଲିଟର ମଦ ପିଇଥାନ୍ତି।

ଅଧିକାଂଶ ଦେଶରେ ବିବାହ ସମୟରେ ଯୋଡି ବାମ ହାତରେ ମୁଦି ପିନ୍ଧାନ୍ତି। କିନ୍ତୁ ୟୁକ୍ରେନରେ ବିଲକୁଲ ଓଲଟା ହୋଇଥାଏ। ଏଠାରେ ବାମ ନୁହେଁ ବରଂ ଡାହାଣ ହାତରେ ବିବାହ ସମୟରେ ମୁଦି ପିନ୍ଧାନ୍ତି। ଏଠାରେ ଏହା ଏକ ପରମ୍ପରା।

ukreaine

ୟୁକ୍ରେନରେ ଦୁନିଆର ସବୁଠାରୁ ଲମ୍ବା ସଂଗୀତ ବାଦ୍ୟଯନ୍ତ୍ର ରହିଛି। ଯାହାର ନାମ ‘ଟ୍ରେବିଟା’ ୧୯୩୨-୩୩ରେ ୟୁକ୍ରେନରେ ଭୟଙ୍କର ଅକାଳ ପଡିଥିଲା, ଯେଉଁଥିରେ ଲକ୍ଷଲକ୍ଷ ଲୋକ ମରିଯାଇଥିଲେ। ଏହି ଅକାଳ ସମୟରେ ଦୁର୍ଭିକ୍ଷ ପଡିଥିଲା। ଯେଉଁଥି ପାଇଁ ମଣିଷ ମଣିଷର ମାଂସ ଖାଇଥିଲା। ଏହି ସମୟରେ ପାଖାପାଖି ୨୫୦୦ ଲୋକ ନରଭକ୍ଷଣ ପାଇଁ ଗିରଫ ମଧ୍ୟ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.