ଏମିତି ଏକ ଦେଶ ଯେଉଁଠି ରାସ୍ତାରେ ଗାଡିରୁ ତେଲ ସରିଗଲେ ମିଳିଥାଏ ଦଣ୍ଡ, ଜରିମାନା ସହିତ ଭୋଗିବାକୁ ପଡିଥାଏ କାରାଦଣ୍ଡ

ପ୍ରତ୍ୟେକ ଦେଶରେ କିଛି ନା କିଛି ସ୍ୱତନ୍ତ୍ର ଆଇନ ରହିଥାଏ। ଏହାକୁ ଲୋକମାନେ ପାଳନ କରିବାକୁ ବାଧ୍ୟ ହୋଇଥାନ୍ତି। କିନ୍ତୁ ଏପରି ଅନେକ ଦେଶରେ କିଛି ଆଇନ ରହିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଏହି ଦେଶଗୁଡ଼ିକ ମଧ୍ୟରୁ ଜର୍ମାନୀ ଅନ୍ୟତମ। ଏହା ଏମିତି ଏକ ଦେଶ, ଯାହାର ଏକଛତ୍ରବାଦୀ ଶାସକ ହିଟଲର ଥିଲେ। ଯେଉଁ କାରଣରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ହୋଇଥିଲା। କିନ୍ତୁ ଆଜି ଏହାକୁ ବିଶ୍ୱର ୧୦ଟି ଶକ୍ତିଶାଳୀ ଦେଶ ମଧ୍ୟରେ ଗଣନା କରାଯାଉଛି। ଆଜିର ଇଞ୍ଜିନିୟରିଂ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଯଦି ପ୍ରଥମେ କେଉଁ ଦେଶର ନାମ ଆସୁଥାଏ ତେବେ ତାହା ନିଶ୍ଚିତ ଜର୍ମାନୀ।

jermany

ଏହି ଦେଶ ସହିତ ଜଡ଼ିତ ଆହୁରି ଅନେକ କୌତୁହଳପୂର୍ଣ୍ଣ କଥା ରହିଛି। ଯାହା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଜର୍ମାନୀ ହେଉଛି ଏମିତି ଏକ ଦେଶ, ଯେଉଁଠାରେ ରାଜପଥରେ ଦ୍ରୁତ ବେଗରେ ବିନା ଦ୍ୱିଧାରେ ଗାଡ଼ି ଚଳାଇ ପାରିବେ। ଏଥିପାଇଁ କୌଣସି ଦଣ୍ଡବିଧାନ ନାହିଁ। କିନ୍ତୁ ଯଦି ରାସ୍ତା ମଝିରେ ଗାଡ଼ିରୁ ତେଲ ସରିଯାଏ ତେବେ ଏହାକୁ ଅପରାଧ ବୋଲି ଧରାଯାଏ। ଏଥିପାଇଁ ଜେଲଦଣ୍ଡ ଏବଂ ଜରିମାନା ଦେବାକୁ ପଡ଼ିଥାଏ।

car

ଖାଲି ଏତିକି ନୁହେଁ, ସାଧାରଣତଃ ଫୋନ୍ କଲେ ଲୋକେ ହ୍ୟାଲୋ କହିଥାନ୍ତି ମାତ୍ର ଏଠାରେ ହ୍ୟାଲୋ କହିବା ମନା। ନିଜ ନାମ କହି ଫୋନ୍ କରିବାକୁ ପଡ଼େ। ଏହି ଦେଶରେ କେହି ଆଡ୍ଭାନ୍ସଡ୍ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତି ନାହିଁ। ଏପରି କଲେ ଏହାକୁ ଅଶୁଭ ବୋଲି ବିବେଚନା କରାଯାଇଥାଏ। ଜନ୍ମଦିନରେ ହିଁ ଶୁଭେଚ୍ଛା ଜଣାଇବାକୁ ପଡ଼ିଥାଏ।

phone

 

ଦୁନିଆର ସବୁଠାରୁ ଅଧିକ ଚିଡିଆଘର ଜର୍ମାନୀରେ ରହିଛି। ଏହାଛଡା ଦୁନିଆରେ ସବୁଠାରୁ ଉଚ୍ଚା ଚର୍ଚ୍ଚ ମଧ୍ୟ ଏଠାରେ ରହିଛି। ଯାହାର ନାମ ‘ଉଲମ ମିସଟର’। ଏହି ଚର୍ଚ୍ଚର ଉଚ୍ଚତା ୫୩୦ ଫୁଟ। ଏଠାରେ ୨୦୦୦ରୁ ଉର୍ଦ୍ଧ୍ୱ ଏକାଠି ବସିପାରିବେ। ଦୁନିଆର ସବୁଠାରୁ ପ୍ରଥମ ମାଗାଜିନ ୧୬୬୩ରେ ଜର୍ମାନୀରେ ଲଞ୍ଚ ହୋଇଥିଲା। ଏହି ଦେଶ ସମ୍ପର୍କରେ ଆହୁରି ଅନେକ କୌତୂହଳପୂର୍ଣ୍ଣ କଥା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.