ଗ୍ରହରାଜ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ପାଇଁ ଜାଣନ୍ତୁ ଏହାର ନିର୍ଦ୍ଦିଷ୍ଟ ପୂଜା ବିଧି

ଆଜି ହେଉଛି ଗ୍ରହରାଜ ସୂୂର୍ଯ୍ୟଙ୍କ ବାର ରବିବାର । ଶାସ୍ତ୍ରରେ ପ୍ରତ୍ୟେକ ଦେବଦେବୀଙ୍କ ନିମିତ୍ତ ଭିନ୍ନ ଭିନ୍ନ ନିୟମର ପୂଜା ବିଧି ରହିଛି । ତେବେ ଆଜି ଆମେ ଯାହାଙ୍କ ପୂଜା ବିଧି ସଂପର୍କରେ କହିବାକୁ ଯାଉଛୁ ସେ ଗ୍ରହମାନଙ୍କ ମଧ୍ୟରେ ଶ୍ରେଷ୍ଠ । ସେଥିପାଇଁ ତାଙ୍କୁ ଗ୍ରହରାଜର ଆଖ୍ୟା ଦିଆଯାଇଛି । ତେବେ ଚାଲନ୍ତୁ ଜାଣିବା ଗ୍ରହରାଜଙ୍କ ତାଙ୍କ ଦିନରେ ହେଉଥିବା ପୂଜା ବିଧି ।

ହିନ୍ଦୁ ପରମ୍ପରାରେ ଅନେକ ରୀତିନୀତି ରହିଛି । ପରମ୍ପରାକୁ ପାଳନ ନିମିତ୍ତ ନିର୍ଦ୍ଦିଷ୍ଟ ନିୟମ ମଧ୍ୟ ରହିଛି । ସେହିପରି ଗ୍ରହରାଜଙ୍କ ପୂଜା ପାଇଁ ମଧ୍ୟ କିଛି ବିଧି ରହିଛି । ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ପରମ୍ପରା କାହିଁ କେଉଁ କାଳରୁ ରହିିଛି । କିନ୍ତୁ ଜଳ ଅର୍ପଣ କରିବା ସମୟରେ କିଛି ନିୟମ ମଧ୍ୟ ରହିଥାଏ । ଯାହାକୁ ମାନିବା ଉଚିତ । ବିଶ୍ୱାସ ରହିଛି ଯେ ବିଧି ପୂୂର୍ବକ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କଲେ ଗ୍ରହରାଜ ଖୁସି ହୋଇ ଆଶିର୍ବାଦ ପ୍ରଦାନ କରିଥାନ୍ତି ।

ii
pc: Dailyhunt

ବିଧି:

ପ୍ରାତଃ କାଳେ ସୂର୍ଯ୍ୟ ଉଦୟ ହେବାର ଏକ ଘଣ୍ଟା ମଧ୍ୟରେ ଉଠି ପ୍ରଥମେ ସ୍ନାନ କରିବାକୁ ପଡ଼ିଥାଏ । ଏହାପରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରଯାଏ । ଜଳ ରେ ଆପଣ କ୍ଷୀର, ମହୁ, ଘିଅ, ଗୁଡ଼, ଚନ୍ଦନ, ସିନ୍ଦୂର,ହଳଦୀ ଓ ଶ୍ରୀକର୍ପୂର ମିଶାଇ ପାରିବେ । ଏହାସହ ନାଲି ଫୁଲ ସୂର୍ଯ୍ୟ ଦେବତାଙ୍କ ନିମିତ୍ତ ରଖି ମିଶ୍ରିତ ଅର୍ଘ୍ୟକୁ ଅର୍ପଣ କରିବେ । ଗ୍ରହରାଜଙ୍କ ସହ ଆପଣ ପବିତ୍ର ବେଲଗଛରେ ମଧ୍ୟ ଜଳ ଅର୍ପଣ କରିପାରିବେ । ମାନତ୍ୟା ଅନୁଯାୟୀ ବେଲଗଛରେ ଗ୍ରହରାଜଙ୍କ ବାସ ଥାଏ ।

ମନେରଖନ୍ତୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବା ସମୟରେ ଆପଣଙ୍କ ମୁହଁ ପୂର୍ବ ଦିଗକୁ ରହିବା ଉଚିତ । ଜଳ ଅର୍ପଣ କରିବା ସମୟରେ ଗ୍ରହରାଜଙ୍କ ବୀଜମନ୍ତ୍ର ଜପ କରନ୍ତୁ । ଅର୍ଘ୍ୟ ଅର୍ପଣ କରିବାର ନିର୍ଦ୍ଦିଷ୍ଟ ମନ୍ତ୍ର ମଧ୍ୟ ରହିଛି, ଯାହାକୁ ଆପଣ ଉଚ୍ଚାରଣ କରି ଏହି ବିଧି ସମ୍ପନ୍ନ କରିପାରିବେ ।

ମନ୍ତ୍ର:

ଜପା କୁସୁମ ସଂକାଶଂ କାଶ୍ୟପେଯଂ ମହାଦ୍ୟୁତିମ୍ ।
ତମୋରିଂ ସର୍ବପାପଘ୍ନଂ ପ୍ରଣୋତସ୍ମି ଦିବାକରମ୍ । ।

ଏହାସହ ‘ଘୃଣି ସୂର୍ଯ୍ୟାୟ ନମଃ’ ମନ୍ତ୍ରକୁ ୭ଥର ଜପ କରି ଜଳ ଅର୍ପଣ କରିବେ । ଏହା କରିବା ଦ୍ୱାରା ସୂର୍ଯ୍ୟ ଦେବ ପ୍ରସନ୍ନ ହୋଇ ଆଶିର୍ବାଦ ଦେବା ସହ ତାଙ୍କ କୃପା ଦୃଷ୍ଟି ସର୍ବଦା ଆପଣଙ୍କ ପରିବାର ଉପରେ ରହିଥାଏ । ଏହାକୁ ଆପଣ ପ୍ରତିଦିନ କରିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.