ଆପଣ ବି କରି ପାରିବେ ଏହି ଅଦଭୁତ କାମ, ନିଜ ଆତ୍ମାକୁ ଅନ୍ୟ ଶରୀରରେ ପ୍ରବେଶ କରାଇ ପାରିବେ

ଆତ୍ମାର ଅସ୍ତିତ୍ୱକୁ ନେଇ ପ୍ରାଚୀନ କାଳରୁ ବିବାଦ ଚାଲି ଆସୁଛି। ସେହିପରି ଆତ୍ମାକୁ ଡକାଯାଇ ନିଜର ସମସ୍ୟା ସୃଷ୍ଟି କରିବା ମଧ୍ୟ ଖୁବ୍‌ ପୁରୁଣା। ଆତ୍ମାର ତିନୋଟି ରୂପ ରହିଛି। ଜୀବାତ୍ମା, ପ୍ରେତାତ୍ମା ଏବଂ ସୁକ୍ଷ୍ମାତ୍ମା। ଯେତେବେଳେ ଏହି ଆତ୍ମା ଭୌତିକ ଶରୀରରେ ବାସ କରିଥାନ୍ତି ସେତେବେଳେ ଏହାକୁ ଜୀବାତ୍ମା କୁହାଯାଏ। ଯେତେବେଳେ ସେମାନଙ୍କ ମନରେ ବାସନା ଏବଂ କାମନା ଆସିଥାଏ ସେତେବେଳେ ଏହାକୁ ପ୍ରେତାତ୍ମା କୁହାଯାଇଥାଏ। ଏହି ଆତ୍ମା ଯେତେବେଳେ ସୁକ୍ଷ୍ମ ରୂପେ ଶରୀରରେ ପ୍ରବେଶ କରିଥାଏ ତାହାକୁ ସୁକ୍ଷ୍ମାତ୍ମା କୁହାଯାଇଥାଏ। ନିଜ ଆତ୍ମାକୁ ପ୍ରକଟ କରାଯାଇ ଅନ୍ୟ କାହା ଶରୀରରେ ପ୍ରବେଶ କରାଇବା ପାଇଁ ଅଘୋରୀ ଏବଂ ସାଧକମାନେ ତାନ୍ତ୍ରିକ ବିଧି ପ୍ରୟୋଗ କରିଥାନ୍ତି। ଏହି ବିଧିରେ ଦୁଇ ନେତ୍ର ମଧ୍ୟରେ ସ୍ଥିତ ତ୍ରିକୁଟିକୁ ସକ୍ରିୟ କରିବାକୁ ପଡ଼ିଥାଏ। ଏଥିପାଇଁ ଜଳୁଥିବା ଏକ ଅଗ୍ନିଶିଖାକୁ ଏକ ଘଣ୍ଟା ଦେଖିବାର ପକ୍ରିୟାକୁ ଆପଣେଇବାକୁ ପଡିଥାଏ। ତେବେ ଜାଣନ୍ତୁ ଆତ୍ମାକୁ ଦେଖିବା ପାଇଁ କେତେ ପ୍ରକାରର ଉପାୟ ବ୍ୟବହାର କରାଯାଇପାରିବ।

man-ପାଣିରେ ଦେଖାଯାଉଥିବା ପ୍ରତିବିମ୍ବ:

ପାଣିରେ ନିଜର ପ୍ରତିବିମ୍ବକୁ ଦେଖି ଆପଣ ନିଜକୁ ଏକାଗ୍ରଚିତ କରି ନିଜର ଆତ୍ମାକୁ ଆହ୍ଵାନ କରିପାରିବେ। ଦୁଇ ନେତ୍ରର ମଧ୍ୟଭାଗକୁ ସକ୍ରିୟ କରାଇ ଆପଣ ନିଜ ଆତ୍ମାକୁ ନିଜ ପାଖକୁ ଆଣିପାରିବା ସହ କୌଣସି ପ୍ରକାରରେ ତାହାର ପ୍ରୟୋଗ କରିପାରିବେ।

ତେଲରେ ଦେଖାଯାଉଥିବା ଛାଇ:

କୌଣସି ପାତ୍ରରେ ତେଲ ଭର୍ତ୍ତି କରି ନିଜର ଚେହେରାକୁ ଧ୍ୟାନରେ ଦେଖନ୍ତୁ। ଅନେକ ସମୟ ଦେଖିବା ପରେ ତେଲରେ ନିଜର ପ୍ରତିବିମ୍ବ ଦେଖାଯିବ ସହ ନିଜର ଆତ୍ମା ଦେଖିପାରିବେ। ଆପଣ ସେହି ଆତ୍ମାକୁ ଆହ୍ଵାନ କରି ଡକାଇପାରିବେ।

ଦୀପର ପ୍ରକାଶ:

ଆପଣ ଅନ୍ଧାର ରୁମ୍‌ରେ ଏକ ଦର୍ପଣ ସାମ୍ନାରେ ବସି ଯାଆନ୍ତୁ ଏବଂ ସେହି ରୁମ୍‌ରେ କେବଳ ଗୋଟିଏ ମହମବତୀ ଲଗାଇ ରଖନ୍ତୁ। ଏହାପରେ ଦର୍ପଣରେ ନିଜର ଛାଇ ଦେଖିବା ପାଇଁ ଚାହିଁ ରୁହନ୍ତୁ। ଏପରି ଅନାଇ ରହିବା ଦ୍ୱାରା ଦୁଇରୁ ତିନି ଦିନ ମଧ୍ୟରେ ଆପଣ ନିଜ ଆତ୍ମାକୁ ଦର୍ପଣରେ ଦେଖିପାରିବେ। ଆପଣଙ୍କୁ ନିଜ ଚେହେରାରେ ଏକ ନୂଆ ରୂପ ନେବା ପରି ଲାଗିବ। ହୋଇପାରେ ଆପଣ ଡରି ଯାଇପାରନ୍ତି।

chandramaଚନ୍ଦ୍ରମା ପ୍ରକାଶରେ ଦେଖା ଯାଉଥିବା ପ୍ରତିବିମ୍ବ:

ଆପଣ ଚନ୍ଦ୍ରମା ପ୍ରକାଶରେ ଦେଖାଯାଉଥିବା ନିଜର ଛାଇ ସହ କଥା ହୋଇ ପାରିବେ। ବାସ୍‌ ଆପଣ ଏହାକୁ ଗୋଟିଏ ସ୍ଥାନରେ ରୋକି ଏକାଠି କରି ନିଜର ପ୍ରତିବିମ୍ବକୁ ଦେଖି ଆତ୍ମାକୁ ଆହ୍ଵାନ କରି ପାରିବେ।

ଘିଅରେ ଦେଖନ୍ତୁ ପ୍ରତିବିମ୍ବ:

ଶୁଦ୍ଧ ଦେଶୀ ଘିଅକୁ ଧ୍ୟାନରେ ଦେଖିବା ଦ୍ୱାରା ସେଥିରେ ମଧ୍ୟ ଆପଣ ନିଜର ପ୍ରତିବିମ୍ବ ଦେଖିପାରିବେ। ଏହି ପ୍ରତିବିମ୍ବକୁ ଦେଖି ଆପଣ ଘିଅରେ ଦେଖାଯାଉଥିବା ନିଜର ଛାଇରୁ ଆତ୍ମାକୁ ଆହ୍ଵାନ କରି ପାରିବେ।

ନିଜର ଛାଇ ମଧ୍ୟ ଲାଗିଥାଏ ଜୀବନ୍ତ:

ବ୍ୟକ୍ତିଙ୍କୁ ଯେତେବେଳେ ନିଜର ଛାଇ ଜୀବନ୍ତ ଭଳି ଲାଗିଥାଏ ସେତେବେଳେ ଛାଇରେ ପୁରୁଷ ହିଁ ବାହାରିଥାନ୍ତି ଏବଂ ସେହି ଛାଇ ସାଧକଙ୍କ ସହ କଥାବାର୍ତ୍ତା କରିଥାନ୍ତି। ସାଧକର ସମସ୍ତ ଇଚ୍ଛା ପୂରଣ କରିବା ପାଇଁ ପ୍ରତିଜ୍ଞା କରିଥାନ୍ତି। ଛାଇ କୌଣସି ବି ବ୍ୟକ୍ତିଙ୍କ ଶରୀରରେ ପ୍ରବେଶ କରିପାରିଥାଏ। ଏହାବ୍ୟତୀତ ଏହି ପ୍ରକାର ଛାଇ ପୁରୁଷଙ୍କ ମାଧ୍ୟମରେ ସାଧକଙ୍କ ସିଦ୍ଧି ଦ୍ୱାରା କୌଣସି ବି ଶରୀରରେ ପ୍ରବେଶ କରିପାରିଥାଏ।

ସତର୍କତା

ତେବେ ଏସବୁ କେବଳ ସାଧନା ଦ୍ୱାରା ହିଁ କରାଯାଇ ପାରିବ । ଏଥିରେ ବିପଦ ଥିବାରୁ ଆପଣ ଏହାକୁ କରିବା ଉଚିତ ହେବ ନାହିଁ ।