ଦେଖନ୍ତୁ ଭିଡିଓ: ଚଳନ୍ତା ଗାଡ଼ି ଛାତ ଉପରେ ଯୁବକ କରୁଥିଲେ ପୁଶ୍‌ଅପ୍ସ, ପୋଲିସ କହିଲା, ‘ଭାଇ, ଏ ନିଅ ତୁମ ପୁରସ୍କାର…’

ଲୋକେ ଯେତେବେଳେ ଅଜବ କାରନାମା ସବୁ କରି ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥାଆନ୍ତି, ତ ସେମାନଙ୍କୁ ଜଣା ନ ଥାଏ କି, ଏହାର ପରିଣାମ ତାଙ୍କ ପାଇଁ କେତେ ଯେ ଭୟଙ୍କର ହେବ। ଚର୍ଚ୍ଚାରେ ରହିବା ପାଇଁ ସେମାନେ କେତେ କ’ଣ କରିଯାଇ ଥାଆନ୍ତି। ନିକଟରେ ଏମିତି ହିଁ କିଛି ହୋଇଛି ଜଣେ ଯୁବକଙ୍କ କ୍ଷେତ୍ରରେ। ଯୁବକଙ୍କ ଅଜବ ହରକତ ଯୋଗୁ ତାଙ୍କୁ ଥାନାକୁ ଯିବାକୁ ପଡ଼ିଛି।

କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଯୁବକ ଚଳନ୍ତା ଗାଡ଼ି ଛାତ ଉପରେ ପୁଶଅପ୍ସ କରୁଥିବା ନଜର ଆସୁଛନ୍ତି। ଏହି ଭିଡିଓ କ୍ଲିପ୍‌ ଏବେ ପୋଲିସ ହାତରେ ଲାଗିଯାଇଛି। ଘଟଣାଟି ଉତ୍ତର ପ୍ରଦେଶର ବୋଲି ଜଣାପଡ଼ିଛି।

ପୋଲିସ ବର୍ତ୍ତମାନ ଉକ୍ତ ଯୁବକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ତାଙ୍କର ଚାଲାଣ କାଟିଛି। ଭିଡିଓରେ ପୋଲିସ ଅଧିକାରୀ କହୁଛନ୍ତି କି, ଯୁବକ ଜଣକ ଆଇନ ତ ଉଲ୍ଲଂଘନ କରିଛନ୍ତି, ସେଥିରେ ପୁଣି ନିଜର ଏବଂ ଅନ୍ୟର ଜୀବନ ସହିତ ବି ଖେଳୁଛନ୍ତି। ତେବେ ପୋଲିସ ଏହି ଭିଡିଓ କ୍ଲିପ୍‌କୁ ଟ୍ଵିଟ୍‌ରରେ ପୋଷ୍ଟ କରି ଏହାର ମଜାଦାର କ୍ୟାପସନ ମଧ୍ୟ ଦେଇଛି। କ୍ୟାପସନରେ ଲେଖାଯାଇଛି, ‘ୟୁ ଓ୍ଵାର୍କଡ ଆଉଟ୍‌ ହାର୍ଡ, ହିୟର ଇଜ୍‌ ୟୋର୍‌ ରିଓ୍ଵାର୍ଡ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.