ଘରେ ନ ଜଣାଇ ଏକୁଟିଆ କୁମ୍ଭମେଳାରେ ବୁଡ ଲଗାଇଲେ ୯୨ ବର୍ଷୀୟ ବୃଦ୍ଧା, ସମସ୍ତେ ହୋଇଗଲେ ତାଜୁବ

କଥାରେ ଅଛି ଦୃଢ଼ ଇଛାଶକ୍ତି ବଳରେ ଅସାଧ୍ୟ ସାଧନ ହୋଇଥାଏ । ନିଜ ଭିତରେ ଥିବା ସାହାସ ଓ ଚେଷ୍ଟା ହିଁ ମଣିଷଙ୍କୁ ସଫଳ କରାଇଥାଏ । ସଫଳତା ପାଇବାକୁ ହେଲେ ବୟସ ବାଧକ ସାଜେ ନାହିଁ । ବାସ ନିଜ ଭିତରେ ବିଶ୍ବାସ ଥିଲେ ନିଶ୍ଚୟ ସଫଳତା ମିଳିଥାଏ । ଏମିତି କିଛି କଥାକୁ ସଫଳ ଓ ସତ କରି ଦେଖାଇଛନ୍ତି ଜଣେ ବୃଦ୍ଧା । ଯିଏକି ମହାକୁମ୍ଭରେ ପହଞ୍ଚିବା ସହିତ ସ୍ନାନ କରି ବୁଡ ପକାଇଛନ୍ତି । ଏଥିପାଇଁ ନିଜକୁ ଭାଗଶାଳୀ ଅନୁଭବ କରିଛନ୍ତି ।

ବୃଦ୍ଧାଙ୍କୁ ଯେତେବେଳେ ପ୍ରଶ୍ନ ପଚାରା ଯାଇଥିଲା କି ଆପଣ ଏକା ଆସିଛନ୍ତି କି …ସେ ହଁ କହିଥିଲେ । ଆସନ୍ତୁ ଜାଣିବା ଏହି ବୃଦ୍ଧାଙ୍କ ପରିଚୟ । ଯିଏକି ୯୨ ବର୍ଷରେ ଏକୁଟିଆ ଆସିଛନ୍ତି ମହାକୁମ୍ଭକୁ । ଏହି ପବିତ୍ର ସ୍ଥାନରେ ବୁଡ ଲଗାଇବା ପରେ ଚର୍ଚ୍ଚାକୁ ଆସିଯାଇଛନ୍ତି ତାରା ଦେବୀ । ଏହି ବୃଦ୍ଧା କେବଳ ପ୍ରଥମ ଥର ନୁହେଁ ୧୯୪୫ରୁ ସେ କୁମ୍ଭମେଳାରେ ପହଞ୍ଚି ଗଙ୍ଗାରେ ବୁଡ ପକାଇ ଆସୁଛନ୍ତି ।

ମହାକୁମ୍ଭରେ ବିଶ୍ବର ବିଭିନ୍ନ କୋଣ ଅନୁକୋଣରୁ ଅସଂଖ୍ୟ ଶ୍ରଦ୍ଧାଳୁ ବୁଡରେ ସାମିଲ ହେବାପାଇଁ ପ୍ରଯୋଗରାଜ ଆସି ପହଞ୍ଚିଛନ୍ତି । ପ୍ରତିଦିନ କୋଟି କୋଟି ଶ୍ରଦ୍ଧାଳୁ ପବିତ୍ର ଗଙ୍ଗାରେ ବୁଡ ପକାଉଛନ୍ତି । ଏହି ଶ୍ରଦ୍ଧାଳୁ ମାନେ ୨୦ରୁ ୨୫ କିଲୋମିଟର ପର୍ଯ୍ୟନ୍ତ ଖାଲି ପାଦରେ ଆସୁଛନ୍ତି । ଯାହାକି ଅତିକ୍ରମ କରିବାକୁ କଷ୍ଟ ହେଉଛି ।

ସେ କହିଛନ୍ତି କି ସବୁଥର କୁମ୍ଭମେଳାରେ ସେ ଆସି ବୁଡ ପକାଇଥାନ୍ତି । ତାଙ୍କ ଘର ଧନବାଦ୍ ବ୍ୟାଙ୍କ ମୋଡ ଠାରେ ଥିବା  ବିକାଶ ନଗର ମଟ କୁଡିଆ ରୋଡରେ । ସେ ଘରେ କାହାକୁ କିଛି ନକହି ବାହାରି ପଡିଛନ୍ତି । ଘରୁ ରାତିରେ ବାହାରିଥିଲେ ଓ ଟେନ ରେ ଆସି ପ୍ରୟୋଗରାଜରେ ପହଞ୍ଚିଥିଲେ । ନାତୁଣିକୁ କହି ସେ ଘରୁ ବାହାରି ଆସିଛନ୍ତି । ବୃଦ୍ଧା ନିଜ ପାଖରେ ଫୋନ ମଧ୍ୟ ରଖିନାହାନ୍ତି । ବୁଡ ପକାଇବା ପରେ ସେ ନିଜ ଘରକୁ ଫେରିଯାଇଛନ୍ତି । ତେବେ ବୃଦ୍ଧାଙ୍କ ଏହି ସାହାସ ଓ ଚେଷ୍ଟାକୁ ଦେଖି ସମସ୍ତେ ତାଜୁବ ହୋଇଯାଇଛନ୍ତି ।

 

You might also like