ଏହି ୫ଟି ଦେଶରେ କାମ ଦେବ ଭାରତୀୟ ଡ୍ରାଇଭିଂ ଲାଇସେନ୍ସ, ବିନା ଜରିମାନାରେ ରାସ୍ତାରେ ଚଲାଇପାରିବେ ଗାଡ଼ି

ଆମେ ରୋଡ଼ରେ ଗାଡ଼ି ଚଲାଇବା ସମୟରେ ଡ୍ରାଇଭିଂ ଲାଇସେନ୍ସ ପାଖରେ ରହିବା ନିହାତି ଜରୁରୀ। ମାନେ ବିନା ଡ୍ରାଇଭିଂ ଲାଇସେନ୍ସରେ ଯଦି ଆପଣ ଗାଡ଼ି ଚଲାଉଛନ୍ତି ତେବେ ଏହା ସମ୍ପୂର୍ଣ୍ଣ ରୂପେ ଅବୈଧ। ଏଥିପାଇଁ ଦଣ୍ଡ ଭୋଗିବାକୁ ପଡ଼ିଥାଏ। ତେବେ କଣ ଆପଣ ଜାଣିଛନ୍ତି କି ଭାରତ ବାହାରେ ମଧ୍ୟ ଆପଣ ଏହି ଲାଇସେନ୍ସ ଜରିଆରେ ଗାଡ଼ି ଚଲାଇପାରିବେ। ଏବେ ଆପଣ ଭାବୁଥିବେ ଯେ ନିଜଦେଶର ଲାଇସେନ୍ସକୁ ଅନ୍ୟ ଦେଶରେ କିପରି ବ୍ୟବହାର କରିହେବ? ଏହାକୁ ନେଇ ପୁଣି କେଉଁ ନିୟମ ରହିଛି ? ଆଜି ଆମେ ଏହାକୁ ନେଇ ସବୁ ଉତ୍ତର ଆପଣଙ୍କୁ କହିବୁ।

ଆଜ୍ଞା ହଁ ଭାରତରେ ଲାଗୁ ହୋଇଥିବା ଡ୍ରାଇଭିଂ ଲାଇସେନ୍ସର ଏକ ଖାସିୟତ ରହିଛି। ଭାରତୀୟ ଡ୍ରାଇଭିଂ ଲାଇସେନ୍ସକୁ ଆପଣ କେବଳ ନିଜ ଦେଶ ନୁହେଁ ବରଂ ଏହାଦ୍ୱାରା ବିଦେଶରେ ମଧ୍ୟ ଆପଣ ଡ୍ରାଇଭ କରିପାରିବେ। ଦୁନିଆରେ ଏମିତି କିଛି ଖାସ୍‌ ଦେଶ ରହିଛି ଯେଉଁଠି ଭାରତୀୟ ଡ ୍ରାଇଭିଂ ଲାଇସେନ୍ସକୁ ବୈଧ କରାଯାଇଛି। ଏବେ ଜାଣନ୍ତୁ ଏହିସବୁ ଦେଶ ସମ୍ପର୍କରେ..

ଆପଣ ଯଦି ବିଦେଶ ଭ୍ରମଣ କରିବାକୁ ପସନ୍ଦ କରନ୍ତି ଆଉ ସେଠି ନିଜେ ଗାଡ଼ି ଚଲାଇବାକୁ ଚାହୁଁଛନ୍ତି ତେବେ ଏହି ସ୍ୱପ୍ନ ଆପଣଙ୍କର ପୂରା ହୋଇପାରିବ। ଅନେକ ଲୋକ ଏହା ସମ୍ପର୍କରେ ଜାଣିନଥିବେ। ତେଣୁ ଫାଇଦା ମଧ୍ୟ ଉଠାଇପାରୁ ନଥିବେ।

ଆମେରିକା:
ଆମେରିକା ଏକ ଏପରି ଦେଶ ଯେଉଁଠାକୁ ଯିବାକୁ କିଏ ବା ନଚାହେଁ। ସଂଯୁକ୍ତ ରାଷ୍ଟ୍ର ଆମେରିକାରେ ଥିବା ଅନେକ ରାଜ୍ୟରେ ଆପଣ ଭାରତୀୟ ଡିଏଲ ସାହାଯ୍ୟରେ ସେଠାକାର ଗାଡ଼ିକୁ ଚଲାିପାରିବେ। ଏଥିପାଇଁ ଆପଣଙ୍କୁ ଗାଡ଼ି ଚଲାଇବାର ଭଡ଼ା ଦେବାକୁ ହେବ। ଆପଣ ଏଠାରେ ଦିନେ କି ମାସେ ନୁହେଁ ବରଂ ପୁରା ଗୋଟିଏ ବର୍ଷ ପର୍ଯ୍ୟନ୍ତ ଏହି ସୁଯୋଗର ଫାଇଦା ଉଠାଇପାରିବେ। କିନ୍ତୁ ଏଥିପାଇଁ ଆପଣଙ୍କ ଡକ୍ୟୁମେଣ୍ଟ ସଠିକ ସହ ଏହା ଇଂରାଜୀରେ ଲେଖା ହୋଇଥିବା ଆବଶ୍ୟକ। ଡିଏଲ ସହିତ ଆପଣଙ୍କୁ l-94 ଫର୍ମକୁ ନେବାକୁ ହେବ, ଯେଉଁଥିରେ ଆପଣ ୟୁଏସ୍‌ କେବେ ଆସିଛନ୍ତି ତାର ଡେଟ୍‌ ମେନସନ ଥିବ।

ନ୍ୟୁଜିଲାଣ୍ଡ:
ଏହି ସୁନ୍ଦର ଦେଶରେ ମଧ୍ୟ ଆପଣ ଇଣ୍ଡିଆନ ଡ୍ରାଇଭିଂ ଲାଇସେନ୍ସରେ ଏକ ବର୍ଷ ପର୍ଯ୍ୟନ୍ତ ଡ୍ରାଇଭିଂ ର ମଜ୍ଜା ଉଠାଇପାରିବେ। ଦକ୍ଷିଣ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଦୁଇଟି ବଡ଼ ଦ୍ୱୀପ ଓ ଅନ୍ୟ ଛୋଟ ଛୋଟ ଦ୍ୱୀପରୁ ବନିଥିବା ଏହି ଦେଶରେ ଡ୍ରାଇଭିଂର ସୁଯୋଗ ଉଠାଇପାରିବେ।

ଜର୍ମାନୀ:
ଜର୍ମାନୀକୁ ଅଟୋମୋବାଇଲର ଦେଶ କୁହାଯାଏ। ଯେଉଁଠାରେ ଡ୍ରାଇଭିଂ କରିବାର ମଜ୍ଜା ଅଲଗା ଥାଏ। ଏଠାରେ ଆପଣ ଭାରତୀୟ ଡ୍ରାଇଭିଂ ଲାଇସେନ୍ସରେ ୬ ମାସ ପର୍ଯ୍ୟନ୍ତ ଡ୍ରାଇଭିଂ କରିପାରିବେ। ଜାଣିରଖନ୍ତୁ ଯେ ଜାପାନରେ Mercedes-benz, audi, bmw ଭଳି ନାମିଦାମୀ କାର ନିର୍ମାତା କମ୍ପାନୀ ରହିଛି।

ଭୂଟାନ:
ପଡ଼ୋଶୀ ଦେଶ ଭୂଟାନରେ ମଧ୍ୟ ଆପଣ ଏହି ଡିଏଲ ସାହାଯ୍ୟରେ ଗାଡ଼ି ଚଲାଇପାରିବେ। ଭାରତ ସହିତ ଏହି ଦେଶର ବହୁତ ଭଲ ସମ୍ପର୍କ ଅଛି। ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅନୁଭବ କରିବା ସହତି ଏହି ଦେଶରେ ଆପଣ ଗାଡ଼ି ଚଲାଇପାରିବେ।

କାନାଡ଼ା:
ଆପଣ ଜାଣିଛନ୍ତି କି ନାହିଁ କାନାଡ଼ାକୁ ମିନି ପଞ୍ଜାବ ବୋଲି ମଧ୍ୟ କୁହାଯାଏ। ଆପଣ ଚାହିଁଲେ ଡିଏଲ ସାହାଯ୍ୟରେ ଏହାର ଓସାର ରାସ୍ତାରେ ଡ୍ରାଇଭିଂ କରିପାରିବେ। କିନ୍ତୁ ମନେ ରଖନ୍ତୁ ଏଠାରେ ଆପଣଙ୍କୁ ଡାହାଣ ସାଇଡରେ ବସି ଡ୍ରାଇଭ କରିବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.