ଆରମ୍ଭ ହେଲା ଭାରତର ପ୍ରଥମ ପ୍ରାଇଭେଟ ଟ୍ରେନ ବ୍ୟବସ୍ଥା, ଏଥିରେ ଯାତ୍ରୀଙ୍କୁ ମିଳିବ ଭିଆଇପି ସୁବିଧା

ଭାରତର ପ୍ରଥମ ପ୍ରାଇଭେଟ ଟ୍ରେନ। ଭାରତରେ ପ୍ରଥମ ଥର ପ୍ରାଇଭେଟ ଟ୍ରେନ ବ୍ୟବସ୍ଥା ଆରମ୍ଭ ହୋଇଛି। ଯାତ୍ରୀ ମାନଙ୍କ ସୁବିଧାକୁ ଧ୍ୟାନରେ ରଖି ଭାରତୀୟ ରେଳ ବିଭାଗ ଏହି ଯୋଜନାକୁ କାର୍ଯ୍ୟକାରୀ କରାଇଛି।

ସୂଚନା ଅନୁଯାୟୀ ଭାରତ ଗୌରବ ଯୋଜନା ଅନ୍ତର୍ଗତ ଇଣ୍ଡିଆ ର ପ୍ରଥମ ପ୍ରାଇଭେ ଟ୍ରେନ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହି ଯୋଜାନାରେ ପ୍ରାଇଭେଟ ଟ୍ରେନରେ ଯାତ୍ରୀ ମାନଙ୍କୁ ଟ୍ରେନ ଯାତ୍ରା କରିବାରେ କୌଣସି ଅସୁବିଧା ହେବ ନାହିଁ। ଭାରତର ପ୍ରଥମ ପ୍ରାଇଭେଟ ଟ୍ରେନ କୋଏମ୍ବାଟୁରରୁ ଯାତ୍ରା ଆରମ୍ଭ କରିବ। ଏହି ସେବା ଭାରତର ପ୍ରତ୍ୟେକ ଟ୍ରେନ ଯାତ୍ରୀ ଉଠାଇପାରିବେ। ତେବେ ଭାରତୀୟ ରେଳ ଏହି ଟ୍ରେନକୁ ପ୍ରାଇଭେଟ ସର୍ଭିସ ପ୍ରୋଭାଇଡରକୁ ୨ ବର୍ଷ ପର୍ଯ୍ୟନ୍ତ ଲିଜ ଦେଇଛି। ଏହି ଟ୍ରେନ ମାସକୁ ୩ ଥର ଯାତ୍ର କରିବ ।

ଗତ ମାସରେ ଏନେଇ ଏକ ଟ୍ଵିଟ ଦିଆଯାଇଥିଲା। ଏହି ଟ୍ରେନ କୋଏମ୍ବାଟୁର ନର୍ଥରୁ ବାହାରି ଶିିରିଡି ପର୍ଯ୍ୟନ୍ତ ଯାତ୍ରା କରିବ। ଏଥିରେ ଏକାଥରକେ ୧୫୦୦ ଲୋକ ଯାତ୍ରା କରିପାରିବେ। ସେମାନଙ୍କ ଯାତ୍ରାକୁ ନେଇ କୌଣସି ସମସ୍ୟା ହେବ ନାହିଁ।

ତେବେ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ଏହି ଟ୍ରେନ ପ୍ରାଇଭେଟ ସର୍ଭିସ ପ୍ରୋଭାଇଡର ଅନ୍ତର୍ଗତ ଯାତ୍ରା କରିବ। ଏଥିନିମନ୍ତେ ଟ୍ରେନରେ ଯେପରି ଯାତ୍ରୀ ମାନଙ୍କୁ କୌଣସି ଅସୁବିଧା ହେବ ନାହିଁ ତେଣୁ ସବୁଆଡୁ ନଜର ରଖାଯାଇଛି। ଏପରି କି ଟ୍ରେନ ସିଟ୍‌ ର ମଧ୍ୟ ନବିକରଣ କରାଯାଇଛି। ତେବେ ପ୍ରତି ମାସରେ ଯାତ୍ରୀମାନଙ୍କ ପାଇଁ ୩ଥର ଏହି ଟ୍ରେନ କୋଏମ୍ବାଟୁରରୁ ଶିିରିଡି କୁ ଯାତ୍ରା କରିବ।

ଏହି ଟ୍ରେନରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ଏସି କୋଚ ସହିତ ସ୍ଲିପର କୋଚ କୁ ମିଶାଇ ମୋଟ ୨୦ ଟି କୋଚ ରହିବ।

ତେବେ ଏବେ ଜାଣନ୍ତୁ ଯାତ୍ରା ସମ୍ବନ୍ଧିତ କିିଛି ତଥ୍ୟ:

ସୂଚନା ଅନୁ ଯାୟୀ ଏହି ଟ୍ରେନ ଶିରିଡିକୁ ଯାତ୍ରା କରିବା ପରେ ଗୋଟିଏ ଦିନର ବ୍ରେକ ନେବ। ଏହାପରେ ନିଜ ଯାତ୍ରା ପୁଣି ଥରେ ଆରମ୍ଭ କରିବ। ତେବେ ଶିରିଡି ଯିବା ସମୟରେ ଏହା ତିରୁପର, ଇରୋଡ, ସେଲମ ଜୋଲାରପେଟ, ବେଙ୍ଗାଲୁରୁ ୟେଲହଂକା, ଧର୍ମାବରା, ମନ୍ତ୍ରାଳୟ ରୋଡ ଓ ଶେଷରେ ବାଡ଼ି ଷ୍ଟେସନରେ ରହିବ । ତେବେ ଏଥିରେ ଶିରିିଡ଼ି ଯାଉଥିବା ପ୍ରତ୍ୟେକଙ୍କ ପାଇଁ ଭିଆଇପି ସୁବିଧା ମଧ୍ୟ ରହିବ।

ଟ୍ରେନର ଦେଖାଶୁଣା ହାଉସକିିପିଂ ସର୍ଭିସ ପ୍ରୋଭାଇଡର ଦ୍ୱାରା କରାଯିବ। ଏମାନେ ଯାତ୍ରା ସମୟ ମଧ୍ୟରେ ପରିଷ୍କାରଓ ପରିଚ୍ଛନତାକୁ ଧ୍ୟାନ ରଖିବେ। ଏହାସହ ଟ୍ରେନରେ ରେଳ ପୋଲିସ ଫୋର୍ସ ସହ ଟ୍ରେନ କ୍ୟାପଟେନ, ଜଣେ ଡାକ୍ତର ଓ ସୁରକ୍ଷା କର୍ମୀ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.